Jump to content

ଏସ୍. ଏଚ୍. କପାଡିଆ

ଉଇକିପିଡ଼ିଆ‌ରୁ
(S. H. Kapadiaରୁ ଲେଉଟି ଆସିଛି)

ସରୋଷ ହୋମି କପାଡ଼ିଆ (୨୯ ସେପ୍ଟେମ୍ବର ୧୯୪୭– ୪ ଜାନୁଆରୀ ୨୦୧୬) ଭାରତର ୩୮ତମ ମୁଖ୍ୟ ନ୍ୟାୟାଧୀଶ ଥିଲେ । ସେ ଭାରତ ବିଭାଜନ (ଡୋମିନିଅନ୍ ଅଫ୍ ଇଣ୍ଡିଆ) ପରେ ଜନ୍ମଗ୍ରହଣ କରିଥିବା ପ୍ରଥମ ମୁଖ୍ୟ ନ୍ୟାୟାଧୀଶ ଥିଲେ ।[][][][]

କାର୍ଯ୍ୟଜୀବନ

[ସମ୍ପାଦନା]
25 ଜୁଲାଇ 2012 ରେ ନ୍ୟାୟମୂର୍ତ୍ତି କାପାଡ଼ିଆ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ପଦ ଶପଥ ପ୍ରଦାନ କରୁଥିବା ଦୃଶ୍ୟ।

ଜଷ୍ଟିସ୍‌ କପାଡ଼ିଆ ୧୯୪୭ ମସିହାରେ ବମ୍ବେଇ (ମୁମ୍ବାଇ) ରେ ଜନ୍ମଗ୍ରହଣ କରିଥିଲେ ।[] ସେ ଏସିଆର ସବୁଠାରୁ ପୁରୁଣା ଆଇନ ମହାବିଦ୍ୟାଳୟ ଗଭର୍ନମେଣ୍ଟ ଲ ମହାବିଦ୍ୟାଳୟ, ମୁମ୍ବାଇରୁ ସ୍ନାତକ ଡିଗ୍ରୀ ଲାଭ କରିଥିଲେ। କପାଡ଼ିଆ ତାଙ୍କ କାର୍ଯ୍ୟଜୀବନର ଆରମ୍ଭ ଏକ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କରିଥିଲେ ।[] ପରେ ସେ ମୁମ୍ବାଇରେ ଗୋଟିଏ ଆଇନଜୀବୀଙ୍କ କାର୍ଯ୍ୟାଳୟରେ ଲ କ୍ଲାର୍କ ଭାବେ କାମ କଲେ । ସେ ଗାଗ୍ରାଟ୍ ଆଣ୍ଡ କୋ. ନାମକ ଆଇନ ଫର୍ମରେ କ୍ଲାର୍କ ଭାବେ ଯୋଗଦେଲେ ଏବଂ ପରେ ଅତ୍ୟନ୍ତ ସମ୍ମାନିତ “ଫାୟାରବ୍ରାଣ୍ଡ” ଶ୍ରମ ଆଇନଜୀବୀ ଫିରୋଜ ଦାମାନିଆଙ୍କ ସହ କାମ କଲେ । 10 ସେପ୍ଟେମ୍ବର ୧୯୭୪ରେ ସେ ବମ୍ବେ ଉଚ୍ଚ ନ୍ୟାୟାଳୟରେ ଅଧିବକ୍ତା ଭାବେ ଯୋଗଦେଲେ ।

୮ ଅକ୍ଟୋବର ୧୯୯୧ରେ କାପାଡ଼ିଆଙ୍କୁ ବମ୍ବେ ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ କରାଗଲା ଏବଂ ୨୩ ମାର୍ଚ୍ଚ ୧୯୯୩ରେ ତାଙ୍କ ନିଯୁକ୍ତି ସ୍ଥାୟୀ ହେଲା । ୫ ଅଗଷ୍ଟ ୨୦୦୩ରେ ସେ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ହେଲେ । ୧୮ ଡିସେମ୍ବର ୨୦୦୩ରେ ସେ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ନିଯୁକ୍ତ ହେଲେ ।[] ୧୨ ମଇ ୨୦୧୦ରେ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ଦ୍ୱାରା ସେ ଭାରତର ମୁଖ୍ୟ ନ୍ୟାୟାଧୀଶ ଭାବେ ଶପଥ ଗ୍ରହଣ କଲେ । ସେ ୨୯ ସେପ୍ଟେମ୍ବର ୨୦୧୨ ରେ ଅବସର ଗ୍ରହଣ କଲେ। ମୁଖ୍ୟ ନ୍ୟାୟାଧୀଶ ଭାବେ ତାଙ୍କ କାର୍ଯ୍ୟକାଳରେ ସେ ଗୁଜରାଟ ନ୍ୟାସନାଲ ଲ ୟୁନିଭର୍ସିଟିର ସାଧାରଣ ପରିଷଦର ଅଧ୍ୟକ୍ଷ ଏବଂ ନ୍ୟାସନାଲ ଲ ସ୍କୁଲ ଅଫ୍ ଇଣ୍ଡିଆ ୟୁନିଭର୍ସିଟିର ଭିଜିଟର ଥିଲେ । ସୁପ୍ରିମ୍ କୋର୍ଟରେ ତାଙ୍କ ସମୟକାଳୀନେ, କାପାଡ଼ିଆ 305ଟି ରାୟ ଲେଖିଥିଲେ ଏବଂ 1,074ଟି ବେଞ୍ଚରେ ବସିଥିଲେ।[]

ଭାରତର ମୁଖ୍ୟ ନ୍ୟାୟାଧୀଶ ଭାବେ, କାପାଡ଼ିଆ ଭାରତର ୧୩ତମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ପଦ ଶପଥ ପ୍ରଦାନ କରିଥିଲେ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

କାପାଡ଼ିଆ ଶହନାଜଙ୍କ ସହ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ପୁଅ (ଚାର୍ଟାର୍ଡ ଆକାଉଣ୍ଟାଣ୍ଟ) ଓ ଗୋଟିଏ ଝିଅ ଥିଲେ। କପାଡ଼ିଆ ଜଣେ ଅତ୍ୟନ୍ତ ଧାର୍ମିକ ଜୋରୋଆଷ୍ଟ୍ରିଆନ୍ ଥିଲେ । ସେ ଅର୍ଥନୀତି, ସାର୍ବଜନୀନ ଅର୍ଥବିତ୍ତ, ସୂତ୍ରତାତ୍ମକ ଭୌତବିଜ୍ଞାନ ଏବଂ ହିନ୍ଦୁ ଓ ବୌଦ୍ଧ ଦାର୍ଶନିକତା ପ୍ରତି ମଧ୍ୟ ରୁଚି ରଖୁଥିଲେ ।

ସେ ୪ ଜାନୁଆରୀ ୨୦୧୬ରେ ମୁମ୍ବାଇରେ ପରଲୋକ ପ୍ରାପ୍ତ କରିଥିଲେ।[]

  1. Agencies (30 April 2010). "Justice S H Kapadia appointed as new CJI". The Indian Express. Archived from the original on 5 October 2012. Retrieved 19 June 2012.
  2. Aditi Phadnis (14 May 2010). "Newsmaker: S H Kapadia". Business Standard. Retrieved 19 June 2012.
  3. "Sarosh Homi Kapadia Appointed Chief Justice of India". Parsi Khabar. 30 April 2010. Retrieved 19 June 2012.
  4. "Honourable Mr. Justice S. H. Kapadia". Bombay High Court. Retrieved 19 June 2012.
  5. "CJ & Sitting Judges - Hon'ble Mr. Justice S.H. Kapadia". Supreme Court of India website. Archived from the original on 30 November 2010. Retrieved 30 April 2010.
  6. "Forbes India Magazine - SH Kapadia: Pilgrim of Justice". Forbes India (in ଆମେରିକୀୟ ଇଂରାଜୀ). Retrieved 2017-01-10.
  7. "Justice S.H. Kapadia | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-12-18.
  8. "Forbes India Magazine - SH Kapadia: Pilgrim of Justice". Forbes India (in ଆମେରିକୀୟ ଇଂରାଜୀ). Retrieved 2017-01-10.
  9. Vyas, Maulik (2016-01-05). "Former chief justice of India SH Kapadia passes away". The Economic Times. ISSN 0013-0389. Retrieved 2025-12-18.