ରୋଟାଭୁତାଣୁ ଟିକା

ଉଇକିପିଡ଼ିଆ‌ରୁ
(Rotavirus vaccineରୁ ଲେଉଟି ଆସିଛି)
ରୋଟାଭୁତାଣୁ ଟିକା
Vaccine description
Target diseaserotavirus
TypeAttenuated virus
Clinical data
AHFS/Drugs.commonograph
MedlinePlusa607024
Pregnancy
category
Routes of
administration
by mouth
ATC code
Identifiers
ChemSpider
  • none
 ☒NcheckY (what is this?)  (verify)

ରୋଟାଭୁତାଣୁ ଟିକା ଏକ ପ୍ରକାର ଟିକା ଯାହା ରୋଟାଭୁତାଣୁ ସଂକ୍ରମଣରୁ ସୁରକ୍ଷା ଦିଏ ।[୨] ଏହି ରୋଟାଭୁତାଣୁ ପିଲାଙ୍କଠାରେ ସାଙ୍ଘାତିକ ତରଳ ଝାଡ଼ା କରାଏ ।[୨] ଏହି ଟିକାଦ୍ୱାରା ବିକାଶଶୀଳ ଦେଶମାନଙ୍କରେ ୧୫ରୁ ୩୪ % ଓ ବିକଶିତ ଦେଶମାନଙ୍କରେ ୩୭ରୁ ୯୬% ସୁରକ୍ଷା ମିଳେ ସାଙ୍ଘାତିକ ତରଳ ଝାଡ଼ାରୁ ।[୩] ଏହି ଟିକା ଯୋଗୁ ପିଲାଙ୍କର ତରଳ ଝାଡ଼ାର ମୃତ୍ୟ ସଙ୍କଟ କମିଯାଏ ।[୨]ଶିଶୁମାନଙ୍କୁ ଟିକା ଦେଲେ ବଡ଼ମାନଙ୍କର ଓ ଟିକା ନ ନେଇଥିବା ଲୋକଙ୍କର ମଧ୍ୟ ରୋଗ ହାର କମିଯାଏ । [୪]

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରୁଟିନ ଟିକାକରଣରେ ଏହି ଟିକାକୁ ସାମିଲ କରିବା ନିମନ୍ତେ ସୁପାରିସ କରେ ବିଶେଷତଃ ଯେଉଁ ଇଲାକାରେ ଏହି ରୋଗ ବିଶେଷ ଭାବରେ ଦେଖାଯାଏ । ଏହି ଟିକା ଦେବା ସ‌ହିତ ସ୍ତନ୍ୟପାନ, ହସ୍ତପ୍ରକ୍ଷାଳନ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା କରିବା ଉଚିତ । ଏହି ଟିକା ପାଟିରେ ଦିଆଯାଏ; ଦୁଇ ବା ତିନି ଡୋଜ ଆବଶ୍ୟକ ହୁଏ । ପ୍ରାୟ ୬ ବର୍ଷ ବ‌ୟସରେ ଏହି ଟିକା ଦେବା ଉଚିତ । [୨]

ଏହି ଟିକାର ନିରାପତ୍ତା ଉତ୍ତମ । ଏଚଆଇଭି/ଏଆଇଡିଏସ ଥିଲେ ମଧ୍ୟ ଏହି ଟିକା ଦିଆଯାଏ । ପୂର୍ବରୁ ବାହାରିତିବା ଟିକାର ଏକ ସଂସ୍କରଣଦ୍ୱାରା ଇଣ୍ଟସ୍‌ସସେପସନ ରୋଗ ହେବା କଥା ଉଠିଥିଲା ଯାହା ଏବେକାର ଟିକାରେ ହେଉନାହିଁ । ଏହି ସମ୍ଭାବ୍ୟ ସଙ୍କଟ ଯୋଗୁ ଇଣ୍ଟସ୍‌ସସେପସନ ରୋଗ ଥିଲେ ଏହି ଟିକା ଦେବାକୁ ସୁପାରିସ କରାଯାଉ ନ ଥିଲା । ଦୁର୍ବଳୀକୃତ ଭୁତାଣୁ ନେଇ ଏ ଟିକା ପ୍ରସ୍ତୁତ କରାଯାଏ । [୨]

ସନ ୨୦୦୬ରେ ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଟିକା ଉପଲବ୍‌ଧ ହେଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ୬.୯୬ରୁ ୨୦.୬୬ ଆମେରିକୀୟ ଡଲାର ଥିଲା ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଟିକାର ମୂଲ୍ୟ ୨୦୦ ଡଲାରରୁ ବେଶୀ । [୭] ସନ ୨୦୧୩ ସୁଦ୍ଧା ଦୁଇ ପ୍ରକାର ଟିକା ରୋଟାରିକ୍‌ସ୍ ଓ ରୋଟାଟେକ ମିଳିଲେ ମଧ୍ୟ ଅନ୍ୟ କେତେକ ପ୍ରକାର ଟିକା କିଛି ଦେଶମାନଙ୍କରେ ମିଳେ । [୨]


ଆଧାର[ସମ୍ପାଦନା]

  1. ୧.୦ ୧.୧ "Rotavirus Vaccine Live Oral". The American Society of Health-System Pharmacists. Retrieved Dec 14, 2015.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Rotavirus vaccines. WHO position paper – January 2013" (PDF). Releve epidemiologique hebdomadaire / Section d'hygiene du Secretariat de la Societe des Nations = Weekly epidemiological record / Health Section of the Secretariat of the League of Nations. 88 (5): 49–64. 1 February 2013. PMID 23424730.
  3. Soares-Weiser K, Maclehose H, Bergman H, et al. (2012). Soares-Weiser K (ed.). "Vaccines for preventing rotavirus diarrhoea: vaccines in use". Cochrane Database Syst Rev. 11: CD008521. doi:10.1002/14651858.CD008521.pub3. PMID 23152260.
  4. Patel MM, Steele D, Gentsch JR, Wecker J, Glass RI, Parashar UD (January 2011). "Real-world impact of rotavirus vaccination". Pediatr. Infect. Dis. J. 30 (1 Suppl): S1–5. doi:10.1097/INF.0b013e3181fefa1f. PMID 21183833.{{cite journal}}: CS1 maint: multiple names: authors list (link)
  5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  6. "Vaccine, Rotavirus". International Drug Price Indicator Guide. Retrieved 6 December 2015.[permanent dead link]
  7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 317. ISBN 9781284057560.