ରୋମିଓ ଜୁଲିଏଟ

ଉଇକିପିଡ଼ିଆ‌ରୁ
(Romeo Julietରୁ ଲେଉଟି ଆସିଛି)
ରୋମିଓ ଜୁଲିଏଟ
ନିର୍ଦ୍ଦେଶକସୁଧାରକ ବସନ୍ତ
ପ୍ରଯୋଜକରମେଶ ବାରିକ
ସଂଳାପଦୀପକ
କଳାକାରଅରିନ୍ଦମ
ବର୍ଷା ପ୍ରିୟଦର୍ଶିନୀ
ସଙ୍ଗୀତପ୍ରେମ ଆନନ୍ଦ[୧]
ଚିତ୍ରଗ୍ରହଣଭାସ୍କର ଭି ରେଡ୍ଡି
ସମ୍ପାଦକଚନ୍ଦ୍ର ମିଶ୍ର
ମୁକ୍ତିଲାଭ ତାରିଖ
୧୪ ଜୁଲାଇ ୨୦୧୭[୨]
ଦେଶ ଭାରତ
ଭାଷାଓଡ଼ିଆ

ରୋମିଓ ଜୁଲିଏଟ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ।[୩][୪][୫] ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ ।[୬] ନିର୍ଦ୍ଦେଶକ ସୁଧାକର ବସନ୍ତ ଏହାର ନିର୍ଦ୍ଦେଶନା ଦେଇଥିଲେ ।[୭][୨] ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନେତା ଅରିନ୍ଦମ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରିଥିଲେ ।[୮] ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ଏହି ଚଳଚ୍ଚିତ୍ରଟି ରଜ ସମୟରେ ମୁକ୍ତିଲାଭ କରିବା ପାଇଁ ଚାରିଆଡ଼େ ଚର୍ଚ୍ଚା ହେଉଥିଲା, ମାତ୍ର ରଜର ଠିକ୍ ମାସେ ପରେ ଅର୍ଥାତ ଜୁଲାଇ ୧୪ରେ ମୁକ୍ତିଲାଭ କରିଥିଲା ।[୧] ଏ ମନ ମାନେନା ଏବଂ ପର୍ଶୁରାମ ଚଳଚ୍ଚିତ୍ର ପରେ ଅରିନ୍ଦମ ଏବଂ ବର୍ଷାଙ୍କର ଏହା ଥିଲା ତୃତୀୟ ଚଳଚ୍ଚିତ୍ର ।[୯]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଏହି ଚଳଚ୍ଚିତ୍ରଟିରେ ବିଗତ ଦିନର ସୁପ୍ରସିଦ୍ଧ ଗୀତ 'ନାହିଁ ମୋ ପାଦେ ଆଜି ଘୁଙ୍ଗୁର'କୁ ମଧ୍ୟ ସ୍ଥାନୀତ କରାଯାଇଛି । ଗୀତଗୁଡ଼ିକ ରଚନା କରିଥିଲେ ବସନ୍ତରାଜ ସାମଲ ଏବଂ ସୁବ୍ରତ ନାୟକ ।[୧୪] ଚଳଚ୍ଚିତ୍ରର ଗୀତଗୁଡ଼ିକର କଣ୍ଠଦାନ କରିଥିଲେ ଅନନ୍ୟା ଶ୍ରୀତନ ନନ୍ଦ, ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର ଏବଂ ସବିଶେସ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ନାହିଁ ମୋ ପାଦେ"ଅନନ୍ୟା ଶ୍ରୀତମ ନନ୍ଦ୦୩:୪୬
2."ତୁ ମୋର ଆଖି"ଦିପ୍ତୀରେଖା୦୪:୨୨
3."ରହିଯା ରଘୁଆ ଖାଇକି ଯିବୁ"ସବିଶେସ, ଦୀପ୍ତିରେଖା ପାଢ଼ୀ୦୩:୫୫
4."ତୁ କ‌ହିବୁ ତ"ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ୦୭:୦୦
5."ଓରେ ପ୍ରିୟା ୟେ କ୍ୟା ହୋ ଗେୟା" ୦୫:୦୨
6."ରୋମିଓ ଜୁଲିଏଟ"ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ୦୪:୨୯
7."ବେଳେ ବେଳେ ଭଲ ଲାଗେ"ସବିଶେସ, ଦୀପ୍ତିରେଖା ପାଢ଼ୀ୦୪:୪୭
8."ତୋ ସାଥିରେ"ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ୦୩:୫୭

ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ ନାୟକ - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌- ୨୦୧୮ [୧୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ରଜକୁ ଆସୁଛନ୍ତି 'ରୋମିଓ ଜୁଲିଏଟ୍' ! ପ୍ରେମ ବାଣ୍ଟିବେ ଅରିନ୍ଦମ୍ ଓ ବର୍ଷା". Kanak News. 8 June 2017. Retrieved 14 July 2017.
  2. ୨.୦ ୨.୧ "ଫ୍ରାଇଡେ ରିଲିଜ୍‌ : ପରଦାରେ ଓଡ଼ିଆ ରୋମିଓ ଜୁଲିଏଟ୍‌". ସମ୍ବାଦ. 14 July 2017. Archived from the original on 17 July 2017. Retrieved 14 July 2017.
  3. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  4. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  5. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
  6. "ପରଦା ପଛରେ ରମେଶ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
  7. "ଏହି ଲୋକପ୍ରିୟ ପ୍ରଯୋଜକଙ୍କର ନିର୍ଦ୍ଦେଶକ ହେବାର ଥିଲା ସ୍ୱପ୍ନ | Sambad". ସମ୍ବାଦ. sambad.in. 12 November 2021. Archived from the original on 16 December 2021. Retrieved 16 December 2021. {{cite news}}: |archive-date= / |archive-url= timestamp mismatch; 14 ନଭେମ୍ବର 2021 suggested (help)
  8. "Arindam and Barsha in upcoming Odia movie "Romeo Juliet". ପ୍ରଗତୀବାଦୀ. 3 May 2017. Retrieved 14 July 2017.
  9. "Romeo Juliet Odia Movie of Arindam and Barsa Priyadarsini". Incredible Orissa. 29 April 2017. Retrieved 14 July 2017.
  10. "ଏହି ନାୟିକାମାନଙ୍କ ସହ ପ୍ରଥମ ସିନେମାରେ ଅରିନ୍ଦମ୍ ବନାଇଥିଲେ ହିଟ୍ ଯୋଡି | Sambad". Sambad. 1 September 2018. Archived from the original on 4 September 2018. Retrieved 1 September 2018.
  11. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
  12. "ଅନୁଭବ କରୁଛନ୍ତି ସୁଟିଂ , ହେଲେ ଅଟକି ଯାଇଛନ୍ତି ବର୍ଷା!". sambad.in. 21 April 2018. Retrieved 6 June 2018.
  13. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  14. "Odia Film : ROMEO JULIET : upcoming Odia New Movie , Starring Arindam and Barsha Priyadarshini". Odisha News Media. Archived from the original on 17 July 2017. Retrieved 14 July 2017.
  15. "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018. {{cite news}}: Unknown parameter |deadur= ignored (help)

ବାହାର ଆଧାର[ସମ୍ପାଦନା]