ରିଫାମ୍ପିସିନ/ଆଇସୋନିଆଜିଡ/ପାଇରାଜିନାମାଇଡ
| Combination of | |
|---|---|
| Rifampicin | Rifamycin antibiotic |
| Isoniazid | Anti-tuberculosis medication |
| Pyrazinamide | Anti-tuberculosis medication |
| Clinical data | |
| Trade names | Rifater, Trifazid, others |
| AHFS/Drugs.com | FDA Professional Drug Information |
| Pregnancy category |
|
| Routes of administration | by mouth |
| ATC code | |
| Legal status | |
| Legal status |
|
| Identifiers | |
| PubChem CID | |
| KEGG | |
| (verify) | |
ରିଫାମ୍ପିସିନ/ଆଇସୋନିଆଜିଡ/ପାଇରାଜିନାମାଇଡ (ଇଂରାଜୀ ଭାଷାରେ Rifampicin/isoniazid/pyrazinamide, ବା rifampin/isoniazid/pyrazinamide) ଏକ ମିଶ୍ରିତ ଔଷଧ ଯାହା ଯକ୍ଷ୍ମା ରୋଗର ଚିକିତ୍ସାରେ ଦିଆଯାଏ । ଏଥିରେ ସ୍ଥିରୀକୃତ ମାତ୍ରାର ମିଶ୍ରିତ ରିଫାମ୍ପିସିନ, ଆଇସୋନିଆଜିଡ ଓ ପାଇରାଜିନାମାଇଡ ଔଷଧମାନ ଥାଏ । ଏହି ମିଶ୍ରିତ ଔଷଧ ଏକକ ଭାବରେ ବା ଅନ୍ୟାନ୍ୟ ଯକ୍ଷ୍ମାରୋଧୀ (antituberculosis medication) ଔଷଧ ସହିତ ଦିଆଯାଇପାରେ । ପାଟିରେ ଏହି ଔଷଧ ଦିଆଯାଏ ।[୧]
ଏହି ମିଶ୍ରତ ଔଷଧରେ ଥିବା ପ୍ରତ୍ୟେକ ଔଷଧର ପ୍ରତିକ୍ରିୟା ହୋଇପାରେ ।[୧] ଏଥିରେ ଅରୁଚି, ଅଇ, ଗଣ୍ଠି ଯନ୍ତ୍ରଣା, ଥକ୍କାଣ, କାଲୁଆ ଅନୁଭବ ଓ ଶାରୀରିକ ସମନ୍ୱୟ ଅଭାବ ହୋଇପାରେ ।[୨] ସାଂଘାତିକ ପ୍ରତିକ୍ରିୟାଅରେ ଯକୃତ ସମସ୍ୟା (liver problems) ହୋଇପାରେ । ପନ୍ଦର ବର୍ଷ ବୟସରୁ କମ ପିଲାଙ୍କୁ ଦେବା ଠିକ ନୁହେଁ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୩]
ସନ ୧୯୯୪ରେ ଡାକ୍ତରୀ ବ୍ୟବହାର ନିମନ୍ତେ ରିଫାମ୍ପିସିନ/ଆଇସୋନିଆଜିଡ/ପାଇରାଜିନାମାଇଡ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୩.୯୩ ଆମେରିକୀୟ ଡଲାର ।[୫] ଇଂଲଣ୍ଡରେ ଏହାର ଏକ ମାସର ଚିକିତ୍ସା ଖର୍ଚ୍ଚ ପ୍ରାୟ ୩୯.୫୧ ପାଉଣ୍ଡ ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ WHO Model Formulary 2008 (PDF). World Health Organization. 2009. p. 143. ISBN 9789241547659. Retrieved 8 December 2016.
- ↑ "Rifater Side Effects in Detail - Drugs.com". www.drugs.com. Retrieved 18 December 2016.
- ↑ ୩.୦ ୩.୧ "Rifater - FDA prescribing information, side effects and uses". www.drugs.com. October 2016. Retrieved 18 December 2016.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Rifampicin + Isoniazid + Pyrazinamide". International Drug Price Indicator Guide. Retrieved 8 December 2016.[permanent dead link]
- ↑ British national formulary : BNF 69 (69 ed.). British Medical Association. 2015. p. 403. ISBN 9780857111562.