Jump to content

ରିଚା ସୋନି

ଉଇକିପିଡ଼ିଆ‌ରୁ
(Richa Soniରୁ ଲେଉଟି ଆସିଛି)
ରିଚା ସୋନି
୨୦୧୯ ମସିହାରେ ସୋନି
ଜନ୍ମ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୭ - ଏବେଯାଏଁ
ବୈବାହିକ-ସାଥୀଜିଗର ଅଲ୍ଲୀ ସୁମ୍ଭାନିୟା (ବିବାହ: ଫେବୃଆରୀ ୨୦୧୯)

ରିଚା ସୋନି ଜଣେ ଭାରତୀୟ ଅଭିନେତ୍ରୀ । ସେ ହିନ୍ଦୀ ଧାରାବାହିକ ଶରହତ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ଭାଗ୍ୟବିଧାତାରେ, ତାଙ୍କ ଅଭିନୀତ ଭୂମିକା ବିନ୍ଦିୟା ପାଇଁ ସେ ଜଣାଶୁଣା । ସେ ନଚ୍‌ଲେ ବେ ଉଇଥ୍ ସରୋଜ ଖାନ - ସିଜିନ୍ ୨, ବଦଲ୍‌ତେ ରିସ୍ତୋଁ କୀ ଦସ୍ତାନ, ଜାଟ କୀ ଜୁଗ୍‌ନି ଓ ସିୟା କେ ରାମ ଭଳି ଧାରାବାହିକରେ ସେ ଅଭିନୟ କରିଛନ୍ତି ।

ସେ ଦି ସାଇଲେଣ୍ଟ ଷ୍ଟାଚ୍ୟୁ ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିଛନ୍ତି, ଯାହାକି କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହୋଇଥିଲା । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ୨୦୧୯ ମସିହାରେ, ୨ୟ ଝାଡ଼ଖଣ୍ଡ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ୨୦୧୯ରେ କ୍ଷୁଦ୍ର ଚଳଚ୍ଚିତ୍ର ବର୍ଗରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ତାଙ୍କ ଅଭିନୀତ ଅନ୍ୟ ଏକ କ୍ଷୁଦ୍ର ଚଳଚ୍ଚିତ୍ର ସିଜିନ୍‌ଡ୍ ଉଇଥ୍ ଲଭ୍ ୧୬ ଅପ୍ରେଲ ୨୦୧୯ରେ ହଙ୍ଗାମା ପ୍ଲେରେ ପ୍ରିମିୟର୍ ହୋଇଥିଲା ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସୋନି ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଲାଦିନ ବିହାରର ମୁଜାଫରପୁର ସହରେ କଟିଥିଲା, ଯେଉଁଠି ସେ ତାଙ୍କର ସ୍କୁଲ ଓ କଲେଜ ଶିକ୍ଷା ପୂରା କରିଥିଲେ ।[][] ଏହାପରେ, ସେ ମୁମ୍ବାଇ ଚାଲିଯାଇଥିଲେ ।[] ଫେବୃଆରୀ ୨୦୧୯ରେ, ସେ ଜିଗର ଅଲ୍ଲୀ ସୁମ୍ଭାନିୟାଙ୍କୁ ବିବାହ କରିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ଟେଲିଭିଜନ

[ସମ୍ପାଦନା]
  • ଶରହତ
  • ଭାଗ୍ୟବିଧାତା
  • ରାବଣ
  • ସି.ଆଇ.ଡି.
  • କଶମକଶ ଜିନ୍ଦଗୀ କି
  • ପେହଚାନ
  • ଜମୁନିୟା (ଡିଡି-୧)
  • ବଦଲ୍‌ତେ ରିସ୍ତୋଁ କି ଦସ୍ତାନ
  • କ୍ରାଇମ୍ ପେଟ୍ରୋଲ୍
  • ସିୟା କେ ରାମ
  • ଜାଟ କି ଜୁଗନି
  • ସୁପର୍‌କପ୍‌ସ୍ ଭର୍ସେସ୍ ସୁପର୍ ଭିଲିଆନ୍‌ସ୍
  • ମୁସ୍କାନ
  • ଆଧାଫୁଲ୍[]
  • ଶଶୁରାଲ୍ ଗେନ୍ଦା ଫୁଲ୍ ୨
  • ବେକାବୁ
  • ଶୈତାନି ରସମେଁ

କଥାଚିତ୍ର

[ସମ୍ପାଦନା]
  • ଆଚଲ ରହେ ସୁହାଗ
  • ଅଗୁଡୁ
  1. ୧.୦ ୧.୧ Maheshwari, Neha (20 February 2019). "'Bhagyavidhaata' fame Richa Sony ties the knot". The Times of India (in ଇଂରାଜୀ). Retrieved 30 March 2022.
  2. ୨.୦ ୨.୧ Gupta, Surabhi (18 April 2017). "हिंदी खबर, Latest News in Hindi, हिंदी समाचार, ताजा खबर". Patrika News (in hindi). Archived from the original on 8 November 2020. Retrieved 6 April 2020.{{cite news}}: CS1 maint: unrecognized language (link)
  3. "AdhaFULL: TV show on societal issues launched". Business Standard. Indo-Asian News Service. 18 October 2016. Archived from the original on 12 June 2018. Retrieved 31 May 2020.

ବାହାର ଲିଙ୍କ୍

[ସମ୍ପାଦନା]