ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
(Restless legs syndromeରୁ ଲେଉଟି ଆସିଛି)
ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ
Willis-Ekbom disease (WED),[୧] Wittmaack-Ekbom syndrome
ଶୟନ ଭଙ୍ଗି; ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ (ଲାଲ) ବନାମ ସୁସ୍ଥ ଲୋକର ଶୟନ (ନୀଳ) ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିଶୟନ ମେଡିସିନ
ଆଇସିଡ଼ି-୧୦G25.8
ଆଇସିଡ଼ି-୯-ସିଏମ୍333.94
ଓଏମ୍‌ଆଇଏମ୍102300 608831
ରୋଗ ଡାଟାବେସ29476
ମେଡ଼ିସିନ-ପ୍ଲସ000807
ଇ-ମେଡ଼ିସିନneuro/509
Patient UKରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ
MeSHD012148

ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ restless legs syndrome ବା ଆରଏଲଏସ/RLS) ଏକ ପ୍ରକାର ବେମାରୀ ଯେଉଁଥିରେ ଗୋଡ଼ ସଞ୍ଚାଳନ ନିମନ୍ତେ ଦୁର୍ବାର ଇଚ୍ଛା ଜାଗ୍ରତ ହୁଏ । [୨] ଅନେକ ସମୟରେ ଏକ ଅରୁଚିକର ଅନୁଭବ ଗୋଡ଼ରେ ହୁଏ ଯାହା ଚାଳନାଦ୍ୱାରା ଭଲ ଲାଗେ । ବେଳେ ବେଳେ ବାହୁ ବି ଆକ୍ରାନ୍ତ ହୁଏ । ବିଶ୍ରାମ ନେଲାବେଳେ ଏଭଳି ହେବା ଯୋଗୁ ଶୋଇବାକୁ ଅସୁବିଧା ହୁଏ । ରାତିରେ ନିଦ୍ରା ସମସ୍ୟା ଯୋଗୁ ଦିନରେ ନିଦୁଆ ଲାଗେ, ଶକ୍ତି ହ୍ରାସ ହୁଏ, ଚିଡ଼ଚିଡ଼ା ଲାଗେ ଓ ଅବସାଦ ମନୋଭାବ (depressed mood) ହୁଏ ।[୨] ଅଧିକନ୍ତୁ କେତେକ ଲୋକଙ୍କର ଶୋଇବାବେଳେ ସାମୟିକ ଅବୟବ ଚଳନ (limb twitching during sleep) ହୁଏ ।[୩]

ଏହି ରୋଗ ସଙ୍କଟ ସାଧାରଣତଃ ଦେହରେ ଲୌହ ଅଭାବ (low iron levels), ବୃକ୍‌କ ଅସାମର୍ଥ୍ୟ, ପାର୍କିନସନ ଡିଜିଜ (Parkinson disease), ମଧୁମେହ, ରିଉମାଟଏଡ ଆର୍ଥ୍ରାଇଟିସ, ଓ ଗର୍ଭାବସ୍ଥାରେ ସୃଷ୍ଟି ହୋଇପାରେ ।[୪][୨] ଆଣ୍ଟିଡିପ୍ରେସାଣ୍ଟ (antidepressants), ଆଣ୍ଟିସାଇକୋଟିକ (antipsychotics), ଆଣ୍ଟିହିସ୍ଟାମିନ (antihistamines) ଓ କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers) ଭଳି ଅନେକ ଔଷଧ ଏହି ରୋଗ ସଙ୍କଟ ସୃଷ୍ଟି କରିପାରନ୍ତି ।[୫] ଏହି ରୋଗ ଦୁଇ ପ୍ରକାର ଦେଖାଯାଏ; ଜୀବନର ପୂର୍ବଭାଗରେ ଓ ପଶ୍ଚାତ୍‌ଭାଗରେ । ଅଳ୍ପ ବୟସରେ ଆରମ୍ଭ ହେଉଥିବା ରୋଗ ପରିବାରରେ ରହୁଥିବା ଦେଖାଯାଏ ଓ ସମୟକ୍ରମେ ଅତି ଖରାପ ଦିଗକୁ ଯିବା ଦେଖାଯାଏ । ପଶ୍ଚାତ ଜୀବନରେ ଆରମ୍ଭ ହେଉଥିବା ରୋଗ ହଠାତ୍ ଆରମ୍ଭ ହୁଏ କିନ୍ତୁ ଅତି ଖରାପ ହୁଏ ନାହିଁ ।[୨] ରୋଗ ଲକ୍ଷଣ ଅନୁଶୀଳନ କରି ଓ ଅନ୍ୟାନ୍ୟ ସମ୍ଭାବ୍ୟ ରୋଗ ନ ଥିବା ନିଶ୍ଚିତ କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [୬]

ଅନ୍ତର୍ନିହିତ କାରଣ ଦୂର କରିଦେଲେ ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ ଉପଶମ ହୋଇଯାଇପାରେ ।[୭] ଅନ୍ୟଥା ଜୀବନ‌ଚର୍ଯ୍ୟାରେ ପରିବର୍ତ୍ତନ ଓ ଔଷଧ ଦେଇ ଚିକିତ୍ସା କରାଯାଏ ।[୨] ମଦ୍ୟପାନ ଓ ଟବାକୋ ଗ୍ରହଣ ବନ୍ଦ କରି ଓ ନିଦ୍ରା ସ୍ୱାସ୍ଥ୍ୟରକ୍ଷା (sleep hygiene) ନିୟନ ପାଳନ କରି ଜୀବନ‌ଚର୍ଯ୍ୟାରେ ପରିବର୍ତ୍ତନ ଅଣାଯାଇପାରେ ।[୭] ଲେଭୋଡୋପା (levodopa) ବା ପ୍ରାମିପେକ୍ସୋଲ (pramipexole) ଭଳି ଡୋପାମିନ ଆଗୋନିସ୍ଟ (dopamine agonist) ଔଷଧ ଦେଇ ଚିକିତ୍ସା କରାଯାଏ । ଆମେରିକା ଜନସଂଖ୍ୟାର ୨.୫–୧୫% ଲୋକଙ୍କର ଏହି ରୋଗ ଥାଏ ।[୪] ପରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ଓ ବୟସ ଅନୁସାରେ ଏହାର ବୃଦ୍ଧି ହୁଏ । [୮]

ଆଧାର[ସମ୍ପାଦନା]

  1. "restless Legs Syndrome Foundation is now the Willis-Ekbom Disease Foundation". 2013. Archived from the original on 2013-09-15. Retrieved 2016-09-11.
  2. ୨.୦ ୨.୧ ୨.୨ ୨.୩ ୨.୪ "What Is Restless Legs Syndrome?". NHLBI. November 1, 2010. Retrieved 19 August 2016.
  3. "What Are the Signs and Symptoms of Restless Legs Syndrome?". NHLBI. November 1, 2010. Retrieved 19 August 2016.
  4. ୪.୦ ୪.୧ Ramar, K; Olson, EJ (Aug 15, 2013). "Management of common sleep disorders". American family physician. 88 (4): 231–8. PMID 23944726.
  5. "What Causes Restless Legs Syndrome?". NHLBI. November 1, 2010. Retrieved 19 August 2016.
  6. "How Is Restless Legs Syndrome Diagnosed?". NHLBI. November 1, 2010. Retrieved 19 August 2016.
  7. ୭.୦ ୭.୧ "How Is Restless Legs Syndrome Treated?". NHLBI. November 1, 2010. Retrieved 19 August 2016.
  8. "Who Is at Risk for Restless Legs Syndrome?". NHLBI. November 1, 2010. Retrieved 19 August 2016.