ରେବା ରାୟ

ଉଇକିପିଡ଼ିଆ‌ରୁ
(Reba Rayରୁ ଲେଉଟି ଆସିଛି)
ଜନ୍ମ ଓ ଜନ୍ମସ୍ଥାନ୧୮୭୬
କଟକ, ଓଡ଼ିଶା
ମୃତ୍ୟୁ୭ ଅଗଷ୍ଟ ୧୯୫୭
ବୃତ୍ତିପ୍ରାବନ୍ଧିକା, ସ୍ୱାଧୀନତା ସଂଗ୍ରାମୀ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟର ଆନ୍ଦୋଳନକୁସଂସ୍କାର ବିରୋଧ, ନାରୀ ଶିକ୍ଷା
ସାହିତ୍ୟ କୃତିଅଞ୍ଜଳି (କବିତା)
ଶକୁନ୍ତଳା (କ୍ଷୁଦ୍ରଗଳ୍ପ)
ଜୀବନସାଥୀସାଧୁଚରଣ ରାୟ
ସମ୍ପର୍କୀୟଭକ୍ତକବି ମଧୁସୂଦନ ରାଓ (ବଡ଼ ବାପା)

ରେବା ରାୟ (୧୮୭୬ ଆଷାଢ‌ - ୭ ଅଗଷ୍ଟ ୧୯୫୭)[୧] ଜଣେ ଓଡ଼ିଆ ଲେଖିକା,ସମ୍ପାଦିକା, ପ୍ରାବନ୍ଧିକା, ଶିକ୍ଷାବିତ୍‍ ଓ ସମାଜ ସଂସ୍କାରିକା ଥିଲେ ।

ପରିବାର[ସମ୍ପାଦନା]

ସେ ଭକ୍ତକବି ମଧୁସୂଦନ ରାଓଙ୍କ ଝିଆରୀ ଓ ଯାଜପୁର ନିବାସୀ ସାଧୁଚରଣ ରାୟଙ୍କ ପତ୍ନୀ ।[୨]

ଓଡ଼ିଆ ସାହିତ୍ୟରେ ଭୂମିକା[ସମ୍ପାଦନା]

ଓଡ଼ିଆ ଭାଷାରେ ପ୍ରଥମ ଗଳ୍ପ ଲେଖିକା ହେଉଛଂତି ରେବା ରାୟ । ତାଙ୍କ ଲିଖିତ "ଶକୁନ୍ତଳା" ଗଳ୍ପ (୧୯୦୦ ଖ୍ରୀଷ୍ଟାବ୍ଦ) ହେଉଛି ଓଡ଼ିଆରେ ଲିଖିତ ପ୍ରଥମ ନାରୀ ଲେଖିକାଙ୍କ ଗଳ୍ପ[୩] । ଗଳ୍ପ ଗବେଷିକା ଡକ୍ଟର କବିତା ବାରିକଙ୍କ ଭାଷାରେ ଗଭୀର ତାତ୍ତ୍ୱିକତା ଓ ଅସ୍ତିତ୍ୱବାଦ ସହ ଅନ୍ୱେଷଣାତ୍ମକ ଦୃଷ୍ଟିର ସମ୍ମିଶ୍ରଣ ରେବା ରାୟଙ୍କ ସର୍ଜ୍ଜନାତ୍ମକ ବିଶେଷତ୍ୱ ଥିଲା ।


ପ୍ରକାଶିତ ପୁସ୍ତକ[ସମ୍ପାଦନା]

  • ଅଞ୍ଜଳି (ଚାଳିଶିଟି କବିତାର ସଙ୍କଳନ - ୧୯୦୩)
  • ଶକୁନ୍ତଳା - ଗଳ୍ପ ସଂକଳନ (୧୯୦୪)

ସମ୍ପାଦନା[ସମ୍ପାଦନା]

ରେବା ପ୍ରଥମ ନାରୀ ପତ୍ରିକା ଆଶା[୪] ଓ ପ୍ରଥମ ଶିଶୁ ସାହିତ୍ୟ ପତ୍ରିକା[୫] ପ୍ରଭାତ (୧୯୦୯)ର [୬] ସମ୍ପାଦିକା ଥିଲେ ।

ରେବା ରାୟ ଓଡ଼ିଆରେ ପ୍ରଥମ କରି ନାରୀ ଲେଖିକାମାନଙ୍କର ଲେଖାରେ ନୂଆ ବିପ୍ଳବ ଆଣିଥିଲେ ଯାହା ତାଙ୍କ ପରର ଲେଖିକାମାନଙ୍କୁ ଅଧିକ ଓଡ଼ିଆ ସାହିତ୍ୟ ତିଆରି କରିବାକୁ ପ୍ରେରଣା ଦେଇଥିଲା ।[୧]

ଗଳ୍ପ ଗବେଷିକା ଡକ୍ଟର କବିତା ବାରିକଙ୍କ ଭାଷାରେ ଗଭୀର ତାତ୍ତ୍ୱିକତା ଓ ଅସ୍ତିତ୍ୱବାଦ ସହ ଅନ୍ୱେଷଣାତ୍ମକ ଦୃଷ୍ଟିର ସମ୍ମିଶ୍ରଣ ରେବା ରାୟଙ୍କ ସର୍ଜ୍ଜନାତ୍ମକ ବିଶେଷତ୍ୱ ଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Sachidananda Mohanty (2005). Early Women's Writings in Orissa, 1898-1950: A Lost Tradition. SAGE Publications. pp. 85–. ISBN 978-0-7619-3308-3.
  2. Malashri Lal; Shormishtha Panja; Sumanyu Satpathy (1 January 2004). Signifying the Self: Women and Literature. Macmillan India. pp. 54–. ISBN 978-1-4039-2405-6.
  3. ବାରିକ, ଡକ୍ଟର କବିତା (2018). ଓଡ଼ିଆ ଲେଖିକାଙ୍କ ଗଳ୍ପ (ପ୍ରଥମ ed.). ବସନ୍ତକୁଞ, ନୂଆ ଦିଲ୍ଲୀ- ୧୧୦୦୭୦: National Book Trust of India. pp. viii, ୩୯୭. ISBN 978-81-237-8196-9.{{cite book}}: CS1 maint: location (link)
  4. ରାୟ, ସାଧୁଚରଣ (1896). ଭାବନା (ପ୍ରଥମ ed.). କଟକ (ଅରୁଣୋଦୟ ପ୍ରେସ): ସାଧୁଚରଣ ରାୟ. p. i. Retrieved 13 January 2019.
  5. "It's a tough job to run an Oriya children's magazine". The New Indian Express. Retrieved 11 June 2016.[permanent dead link]
  6. Welcome Orissa[permanent dead link]