Jump to content

ରାମାୟାନାମ ସର୍ବେଶ୍ୱର ଶାସ୍ତ୍ରୀ

ଉଇକିପିଡ଼ିଆ‌ରୁ
(Ramayanam Sarveswara Sastryରୁ ଲେଉଟି ଆସିଛି)
ରାମାୟାନାମ ସର୍ବେଶ୍ୱର ଶାସ୍ତ୍ରୀ
ଜନ୍ମ୧୮୮୯
ଭୀମସିଙ୍ଗୀ, ବିଜୟନଗରମ ଜିଲ୍ଲା
ମୃତ୍ୟୁ୧ ଅକ୍ଟୋବର ୧୯୬୨
ଅନକାପଲ୍ଲି
ବୃତ୍ତିମଞ୍ଚ ଅଭିନେତା
ସକ୍ରିୟ ବର୍ଷ୧୯୧୦–୧୯୬୦

ରାମାୟାନାମ ସର୍ବେଶ୍ୱର ଶାସ୍ତ୍ରୀ (୧୮୮୯ – ୧ ଅକ୍ଟୋବର ୧୯୬୨) ଜଣେ ଭାରତୀୟ ଅଭିନେତା ଥିଲେ । ସେ ମୁଖ୍ୟତଃ ମଞ୍ଚରେ ଅଭିନୟ କରୁଥିଲେ ।[]

ଜନ୍ମ ଓ ପରିବାର

[ସମ୍ପାଦନା]

ସେ ଆନ୍ଧ୍ର ପ୍ରଦେଶବିଜୟନଗରମ ଜିଲ୍ଲାର ଭୀମସିଙ୍ଗି ଗାଁରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବାପାଙ୍କ ନାମ ଥିଲା ଲକ୍ଷ୍ମୀନାରାୟଣ ଶାସ୍ତ୍ରୀ, ଯିଏ ଅଭିନବ ଭୀମକବି ଭାବରେ ଜଣାଶୁଣା ଥିଲେ, ଏବଂ ମାଆଙ୍କ ନାମ ଭେଙ୍କଟ ସୁବ୍ବମା । ତାଙ୍କ ପରିବାରର ପୁରୁଷମାନେ ଐତିହ୍ୟ ଗାଁରେ ନିୟମିତ ଭାବେ ହିନ୍ଦୁ ପୌରାଣିକ କାବ୍ୟ ରାମାୟଣ ବାଚନ କରୁଥିଲେ, ଯାହା ତାଙ୍କର ପରିବାରକୁ ରାମାୟଣ ଆକ୍ଷ୍ୟା ଦେଇଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ଶାସ୍ତ୍ରୀ ବିଜୟନଗରମର ରିପନ୍ ହାଇ ସ୍କୁଲରେ ତାଙ୍କର ବିଦ୍ୟାଳୟ ସମ୍ପୂର୍ଣ୍ଣ କରିଥିଲେ । ପିଲାଟିଦିନରୁ, ତାଙ୍କର ଖେଳିବା ପ୍ରତି ଶ୍ରଦ୍ଧା ଥିଲା, ସେ କାରଣରୁ ୧୯୧୦ ମସିହାରେ ବିଜୟନଗରମ ଆମେଚର୍ ଥିଏଟରିକାଲ ସୋସାଇଟିରେ ଯୋଗ ଦେଇଥିଲେ ଏବଂ ୧୯୧୯ ମସିହା ପର୍ଯ୍ୟନ୍ତ ଭିନ୍ନ ଭୂମିକା ଅଭିନୟ କରିଥିଲେ । ପରେ, ସେ ବିଜୟନଗରମର ବିଜୟରାମା ନାଟକ ଏକାଡେମିରେ ଯୋଗ ଦେଇଥିଲେ ଓ ୧୯୩୫ ମସିହା ପର୍ଯ୍ୟନ୍ତ ତାହାର ଏକ ଅଂଶ ଥିଲେ । ସେ ୧୯୪୭ ମସିହା ପର୍ଯ୍ୟନ୍ତ ବ୍ରାଞ୍ଚ କଲେଜରେ ଗୁରୁ ଭାବେ କାର୍ଯ୍ୟ କରିଥିଲେ । ସେ ଅନେକ ପାତ୍ର ଭୂମିକାରେ ମଞ୍ଚରେ ଅଭିନୟ କରିଛନ୍ତି ।

ସେ ୧୯୨୮ ମସିହାରେ ମାଡ୍ରାସ ଓ ମାଚିଲିପଟ୍‌ନମ୍ ଦିଗରେ ଯାତ୍ରା କରିଥିଲେ ଏବଂ ରାମଦାସୁ ଓ ହରିଶ୍ଚନ୍ଦ୍ର ଚରିତ୍ରରେ ଅଭିନୟ କରିଥିଲେ । ସେ ବିଭିନ୍ନ ଜମିନଦାର ମାନଙ୍କ ଠାରୁ ପ୍ରାୟ ୨୦ଟି ମେଡେଲ୍ ପାଇଥିଲେ ।[]

ମୃତ୍ୟ

[ସମ୍ପାଦନା]

୧୯୬୨ ମସିହାର ଅକ୍ଟୋବର ୧ ତାରିଖରେ ସେ ଅନକାପଲ୍ଲିରେ ମୃତ୍ୟୁବରଣ କରିଥିଲେ ।

  1. Sarveswara Sastry, Ramayanam, Luminaries of 20th Century, Part II, Potti Sriramulu Telugu University, Hyderabad, 2005, pp: 918-9.
  2. Ramayanam Sarveswara Sastry, Nataratnalu, Mikkilineni Radhakrishna Murthy, Sitaratnam Granthamala, Vijayawada, 2002, pp: 92-4.