ରାମକୃଷ୍ଣ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(Ram Krushna Patnaikରୁ ଲେଉଟି ଆସିଛି)
ରାମକୃଷ୍ଣ ପଟ୍ଟନାୟକ
ବିଧାୟକ: ୯ମ, ୧୦ମ, ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୨୦୦୪
ନିର୍ବାଚନ ମଣ୍ଡଳୀକୋଦଳା
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ନିର୍ବାଚନ ମଣ୍ଡଳୀକୋଦଳା
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ନିର୍ବାଚନ ମଣ୍ଡଳୀକୋଦଳା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1940-08-28)୨୮ ଅଗଷ୍ଟ ୧୯୪୦
ମୃତ୍ୟୁ୨୪ ଡିସେମ୍ବର ୨୦୨୧(2021-12-24) (ବୟସ ୮୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜନତା ପାର୍ଟି, ବିଜୁ ଜନତା ଦଳ, ଜନତା ଦଳ, ଜନତା ପାର୍ଟି, ଉତ୍କଳ କଂଗ୍ରେସ
ଜୀବନ ସାଥୀକୁମୁଦିନୀ ପଟ୍ଟନାୟକ
ବାପା/ବୋଉଲକ୍ଷ୍ମୀଶରଣ ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ରାମକୃଷ୍ଣ ପଟ୍ଟନାୟକ (୨୮ ଅଗଷ୍ଟ ୧୯୪୦ - ୨୪ ଡିସେମ୍ବର ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୭, ୧୯୮୫, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେକୋଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୭ମ, ୯ମ, ୧୦ମ, ୧୧ଶ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରାମକୃଷ୍ଣ ପଟ୍ଟନାୟକ ୧୯୪୦ ମସିହାର ଅଗଷ୍ଟ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲକ୍ଷ୍ମୀଶରଣ ପଟ୍ଟନାୟକ ଓ ପତ୍ନୀଙ୍କ ନାମ କୁମୁଦିନୀ ପଟ୍ଟନାୟକ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରାମକୃଷ୍ଣ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ପ୍ରଥମେ ଉତ୍କଳ କଂଗ୍ରେସରେ ଓ ପରେ ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ୨୦୧୪ ମସିହାରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୨] ପରବର୍ତ୍ତୀ ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୨୦୨୧ ମସିହାରେ କଂଗ୍ରସରୁ ମଧ୍ୟ ଇସ୍ତଫା ଦେଇଥିଲେ ।[୩][୪] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୧ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା କୋଦଳା ଉତ୍କଳ କଂଗ୍ରେସ
୧୯୭୧ ୧୯୭୩ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା କୋଦଳା ଜନତା ପାର୍ଟି
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା କୋଦଳ ଜନତା ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା କୋଦଳା ଜନତା ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା କୋଦଳ ଜନତା ଦଳ
୨୦୦୦ ୨୦୦ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା କୋଦଳ ବିଜୁ ଜନତା ଦଳ

ମୃତ୍ୟୁ[ସମ୍ପାଦନା]

ରାମକୃଷ୍ଣ ପଟ୍ଟନାୟକ ୨୦୨୧ ମସିହାର ଡିସେମ୍ବର ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୫][୬] ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Ram Krushna Patnaik". odishaassembly.nic.in. Odisha Assembly. Retrieved 13 October 2022.
  2. "Ramkrushna Patnaik joins BJP | Sambad English". Odisha Sun Times (in English). Bhubaneswar: sambadenglish.com. 19 March 2014. Archived from the original on 13 October 2022. Retrieved 13 October 2022.{{cite news}}: CS1 maint: unrecognized language (link)
  3. "Former Odisha minister Ramkrushna Patnaik and wife quit Congress". DNA India (in ଇଂରାଜୀ). Retrieved 2021-12-24.
  4. "Inside The Kalinga Cabal". Outlook (Indian magazine) (in ଇଂରାଜୀ). Retrieved 2021-12-24.{{cite news}}: CS1 maint: url-status (link)
  5. "Veteran Odisha minister Ram Krushna Patnaik passes away at 81". The New Indian Express. Retrieved 2021-12-24.{{cite news}}: CS1 maint: url-status (link)
  6. PTI (2021-12-24). "Former Odisha Finance Minister Ramakrushna Pattnaik dies at 81". The Hindu (in Indian English). ISSN 0971-751X. Retrieved 2021-12-24.