ରାଲଟେଗ୍ରାଭିର
| Clinical data | |
|---|---|
| Trade names | Isentress |
| AHFS/Drugs.com | monograph |
| MedlinePlus | a608004 |
| data |
|
| Pregnancy category |
|
| Routes of administration | oral |
| ATC code | |
| Legal status | |
| Legal status | |
| Pharmacokinetic data | |
| Bioavailability | 60%(FDA) |
| Protein binding | 83% |
| Metabolism | Hepatic (UGT1A1) |
| Elimination half-life | 9 hours |
| Excretion | feces and urine |
| Identifiers | |
| |
| CAS Number | |
| PubChem CID | |
| ChemSpider | |
| UNII | |
| ChEMBL | |
| NIAID ChemDB | |
| ECHA InfoCard | 100.124.631 |
| Chemical and physical data | |
| Formula | C20H21FN6O5 |
| Molar mass | 444.42 g/mol |
| 3D model (JSmol) | |
| |
| |
| | |
ରାଲଟେଗ୍ରାଭିର ବା ଆରଏଏଲ (ଇଂରାଜୀ ଭାଷାରେ Raltegravir (RAL), ଏକ ବିକ୍ରୟ ନାମ ଇସେଣ୍ଟ୍ରେସ/Isentress) ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଅନ୍ୟାନ୍ୟ ଔଷଧ ସହିତ ଏଚଆଇଭି/ଏଡସ ରୋଗର ଚିକିତ୍ସାରେ ଦିଆଯାଏ ।[୧] ସଂସ୍ପର୍ଶ ପ୍ରତିଷେଧ (post exposure prophylaxis) ଭାବରେ ମଧ୍ୟ ଏହା ଦିଆଯାଏ ।[୨] ଏହା ପାଟିରେ ଦିଆଯାଏ ।[୧]
ରାଲଟେଗ୍ରାଭିର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା ସମସ୍ୟା, ଅଇ (nausea) ଥକ୍କା ଅନୁଭବ, ଅଧିକ ରକ୍ତ ଶର୍କରା ଓ ମୁଣ୍ଡବିନ୍ଧା ହୋଇପାରେ ।[୨] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଯକୃତ ସମସ୍ୟା (liver problems), ସ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଭଳି ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ରାବଡୋମାୟୋଲାଇସିସ (muscle breakdown) ହୋଇପାରେ ।[୨] ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହା ନିରାପଦ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ ।[୨]ଭୁତାଣୁ ରେପ୍ଲିକେସନ (viral replication) ନିମନ୍ତେ ଆବଶ୍ୟକ ହେଉଥିବା ଏଚଆଇଭି ଇଣ୍ଟେଗ୍ରେଜକୁ (HIV integrase) ଡୋଲ୍ୟୁଟଗ୍ରାଭିର ଏକ ଏଚଆଇଭି ଇଣ୍ଟେଗ୍ରେଜ ସ୍ଟ୍ରାଣ୍ଡ ଟ୍ରାନସଫର ଇନହିବିଟର (HIV integrase strand transfer inhibitor) ଭାବରେ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]
ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ରାଲଟେଗ୍ରାଭିର ସନ ୨୦୦୭ରେ ସ୍ୱୀକୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୫୦ ଆମେରିକୀୟ ଡଲାର ।[୪] ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସକୁ (NHS) ଏକ ମାସର ଖର୍ଚ୍ଚ ପ୍ରାୟ ୪୭୨ ପାଉଣ୍ଡ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ British national formulary : BNF 69 (69 ed.). British Medical Association. 2015. p. 429. ISBN 9780857111562.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Raltegravir Potassium". The American Society of Health-System Pharmacists. Retrieved 8 December 2017.
- ↑ "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
- ↑ "Single Drug Information". International Medical Products Price Guide. Archived from the original on 10 December 2017. Retrieved 9 December 2017.
ବାହ୍ୟ ଲିଙ୍କ
[ସମ୍ପାଦନା]- Manufacturer's website
- https://web.archive.org/web/20070310201137/http://www.aidsmeds.com/drugs/MK-0518.htm MK-0518 at Aidsmedscom]
- Integrase Inhibitor Raltegravir (MK-0518) Doubles HIV Suppression in Treatment-Experienced Patients (aidsmap 28 February 2007)
- RMK-0518 Abstract from CROI 2007
- Interim Results From Phase II Study Of MK-0518
- World patent covering the potassium salt
- Raltegravir Pharmacokinetics Archived 2011-07-27 at the Wayback Machine.