ରାଲି ନନ୍ଦ
ଦେଖଣା
(Rali Nandaରୁ ଲେଉଟି ଆସିଛି)
ରାଲି ନନ୍ଦ | |
|---|---|
| ଜନ୍ମ | ରାଲି ନନ୍ଦ |
| ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୦୮ରୁ-୨୦୧୪ |
ରାଲି ନନ୍ଦ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର କଳିଙ୍ଗ ପୁତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୧] ତୁ ଥିଲେ ମୋ ଡର କାହାକୁ, ଓମ୍ ନମଃ ଶିବାୟ, ଟଙ୍କା ତତେ ସଲାମ, ସୁପରଷ୍ଟାର ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଓମ୍ ନମଃ ଶିବାୟ ଚଳଚ୍ଚିତ୍ରରେ ରାଲି ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ ।[୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଅଭିନୟ ଜୀବନ
[ସମ୍ପାଦନା]ରାଲି ନନ୍ଦ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର କଳିଙ୍ଗ ପୁତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨][୩] ଏହାପରେ ସେ ଆକାଶେ କି ରଙ୍ଗ ଲାଗିଲା[୪], ତୁ ଥିଲେ ମୋ ଡର କାହାକୁ, ॐ ନମଃ ଶିବାୟ, ନଈ ସେପାରୀ କନକ ଗୋରୀ, ସୁପରଷ୍ଟାର, ଟଙ୍କା ତତେ ସଲାମ, ପୁଣି ଦେଖା ହବ ଆର ଜନମରେ, ମା' ଖୋଜେ ମମତା, ଅଭିମାନୀ ପ୍ରିୟା ମୋର ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।[୫] ରାଲି ବିବାହ କରିବା ପରେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ।[୬]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୦୮ | କଳିଙ୍ଗ ପୁତ୍ର | ବାସନ୍ତି | ପ୍ରଥମ ଓଡ଼ିଆ କଥାଚିତ୍ର |
| ୨୦୦୯ | ଆକାଶେ କି ରଙ୍ଗ ଲାଗିଲା | ଚୁଟ୍କି | ସହକାରୀ ଅଭିନେତ୍ରୀ |
| ୨୦୧୦ | ତୁ ଥିଲେ ମୋ ଡର କାହାକୁ | ସୀତା | |
| ॐ ନମଃ ଶିବାୟ | ଗଙ୍ଗା/ଯମୁନା | ଦ୍ୱେତ ଭୂମିକା | |
| ୨୦୧୧ | ମା' ଖୋଜେ ମମତା | ||
| ୨୦୧୦ | ନଈ ସେପାରୀ କନକ ଗୋରୀ | କନକ | |
| ସୁପରଷ୍ଟାର | |||
| ଟଙ୍କା ତତେ ସଲାମ | ଚାନ୍ଦିନୀ | ||
| ୨୦୧୪ | ପୁଣି ଦେଖା ହବ ଆର ଜନମରେ | ସୁକନ୍ୟା |
ଆଧାର
[ସମ୍ପାଦନା]- ↑ "ଥରଟିଏ ଆସିଛନ୍ତି ଆକାଶ- ରାଲି ଯୋଡି". sambad.in. 24 january 2018. Retrieved 2 February 2018.
{{cite news}}: Check date values in:|date=(help) - ↑ ୨.୦ ୨.୧ "ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି". sambad.in. 25 March 2018. Retrieved 26 March 2018.
- ↑ "ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ | Sambad". Sambad. 25 August 2018. Archived from the original on 28 August 2018. Retrieved 27 August 2018.
- ↑ "ଅର୍ଚ୍ଚିତା ଓ ରାଲି କାମ କରିଛନ୍ତି ଏହି ଓଡ଼ିଆ ଛବିରେ". ସମ୍ବାଦ. 4 August 2017. Retrieved 2 February 2018.
- ↑ "ବିବାହ ପରେ ବଡ଼ ପରଦାକୁ ଫେରିନାହାନ୍ତି ଓଲିଉଡ ନାୟିକା". Odisha.Iive. 17 April 2018. Retrieved 8 May 2018.
- ↑ "ସବୁ ନାୟକଙ୍କ ସହ ଥରଟିଏ ସୁଯୋଗ ପାଇଛନ୍ତି ଏହି ଓଲିଉଡ ନାୟିକା !". sambad.in. 21 October 2017. Retrieved 2 February 2018.
ବାହାର ଆଧାର
[ସମ୍ପାଦନା]ଇଣ୍ଟରନେଟ ମୁଭି ଡାଟାବେସରେ ରାଲି ନନ୍ଦ