Jump to content

ରାଜେନ୍ଦ୍ର ମଲ ଲୋଧା

ଉଇକିପିଡ଼ିଆ‌ରୁ
(Rajendra Mal Lodhaରୁ ଲେଉଟି ଆସିଛି)

ରାଜେନ୍ଦ୍ର ମଲ ଲୋଧା (ଆର୍. ଏମ୍. ଲୋଧା, ଜନ୍ମ ୨୮ ସେପ୍ଟେମ୍ବର ୧୯୪୯) ଭାରତ ସୁପ୍ରିମ୍ କୋର୍ଟର ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ଥିଲେ । ସୁପ୍ରିମ୍ କୋର୍ଟକୁ ପଦୋନ୍ନତି ପାଇବା ପୂର୍ବରୁ ସେ ପାଟନା ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟ କରିଥିଲେ ।[] ସେ ରାଜସ୍ଥାନ ହାଇକୋର୍ଟ ଏବଂ ବମ୍ବେ ହାଇକୋର୍ଟରେ ମଧ୍ୟ ନ୍ୟାୟାଧୀଶ ଭାବେ ସେବା ଦେଇଥିଲେ । ୧୪ ଜୁଲାଇ ୨୦୧୫ରେ, ଲୋଧାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍ କୋର୍ଟ କମିଟି, ବେଟିଂ ସହିତ ଜଡିତ ଥିବା ଅଭିଯୋଗରେ ରାଜସ୍ଥାନ ରୋୟାଲ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ଦଳର ମାଲିକମାନଙ୍କୁ ଦୁଇ ବର୍ଷର ଲାଗି ଭାରତୀୟ ପ୍ରିମିୟର୍ ଲିଗ୍ (ଆଇପିଏଲ୍) କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରୁ ନିଲମ୍ବିତ କରିଥିଲା।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ରାଜେନ୍ଦ୍ର ମାଲ୍ ଲୋଧା ରାଜସ୍ଥାନ ହାଇକୋର୍ଟର ପୂର୍ବତନ ନ୍ୟାୟାଧୀଶ ନ୍ୟାୟମୂର୍ତ୍ତି ଏସ୍. କେ. ମାଲ୍ ଲୋଢାଙ୍କ ପୁତ୍ର ଭାବେ ଓସୱାଲ୍ ଜୈନ୍ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ରାଜସ୍ଥାନର ଯୋଧପୁରରେ ଜନ୍ମ ନେଇଥିଲେ । ସେ ଯୋଧପୁର ବିଶ୍ୱବିଦ୍ୟାଳୟରୁ ବିଏସ୍‌ସି ଏବଂ ଏଲଏଲ୍‌ବି ସମ୍ପୂର୍ଣ୍ଣ କରିଥିଲେ।[]

କାର୍ଯ୍ୟଜୀବନ

[ସମ୍ପାଦନା]

ଫେବୃଆରୀ ୧୯୭୩ରେ ସେ ଯୋଧପୁରରେ ରାଜସ୍ଥାନ ବାର୍ କାଉନ୍ସିଲରେ ନାମ ଲେଖାଇଥିଲେ। ୧୯୭୭ ମସିହାରେ ରାଜସ୍ଥାନ ହାଇକୋର୍ଟର ଜୟପୁର ବେଞ୍ଚ ଗଠନ ହେବା ପରେ ସେ ଜୟପୁରକୁ ସ୍ଥାନାନ୍ତରିତ ହୋଇଥିଲେ। ୧୯୯୦ ମସିହାରେ ସେ ରାଜସ୍ଥାନ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନ୍ସେଲ୍ ଭାବେ ନିଯୁକ୍ତ ହୋଇଥିଲେ । ୩୧ ଜାନୁଆରୀ ୧୯୯୪ରେ ଲୋଧା ଯୋଧପୁରରେ ରାଜସ୍ଥାନ ହାଇକୋର୍ଟର ସ୍ଥାୟୀ ନ୍ୟାୟାଧୀଶ ଭାବେ ଉନ୍ନତି ପାଇଥିଲେ। ୧୬ ଫେବୃଆରୀ ୧୯୯୪ରେ ସେ ବୋମ୍ବେ ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇ ୨୦୦୭ ପର୍ଯ୍ୟନ୍ତ ସେଠାରେ ସେବା ଦେଇଥିଲେ । ୨ ଫେବୃଆରୀ ୨୦୦୭ରେ ସେ ପୁନର୍ବାର ରାଜସ୍ଥାନ ହାଇକୋର୍ଟରେ ନ୍ୟାୟାଧୀଶ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୧୩ ମେ ୨୦୦୮ରେ ସେ ପାଟନା ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଭାବେ ପଦୋନ୍ନତି ପାଇଥିଲେ ।

୧୧ ଏପ୍ରିଲ୍ ୨୦୧୪ରେ ପି. ସଥାଶିବମଙ୍କ ପରେ ଲୋଧାଙ୍କୁ ଭାରତର ମୁଖ୍ୟ ନ୍ୟାୟାଧୀଶ ଭାବେ ନିଯୁକ୍ତ କରାଯାଇଥିଲା ଏବଂ ସେ ୨୭ ଏପ୍ରିଲ୍ ୨୦୧୪ରେ ପଦଭାର ଗ୍ରହଣ କରିଥିଲେ । ନ୍ୟାୟମୂର୍ତ୍ତି ଲୋଧା କହିଥିଲେ ଯେ ନ୍ୟାୟାଧୀଶମାନଙ୍କ ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଆଣିବା ଏବଂ ୩ କୋଟି ୩୦ ଲକ୍ଷ ଅପେକ୍ଷାରତ ମାମଲାର ଭାର କମାଇବା ପାଇଁ ପଦକ୍ଷେପ ନେବା ତାଙ୍କର ପ୍ରାଥମିକତା ମଧ୍ୟରେ ଥିବ।[]

ସୁପ୍ରିମ୍ କୋର୍ଟରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଲୋଧା ୨୭୩ଟି ଫଇସଲା/ରାୟ ଲେଖିଥିଲେ ।[]

ତାଙ୍କ ପିତା ଶ୍ରୀକୃଷ୍ଣ ମଲ୍ ଲୋଧା ରାଜସ୍ଥାନ ହାଇକୋର୍ଟର ପୂର୍ବତନ ନ୍ୟାୟାଧୀଶ ଥିଲେ ଏବଂ ତାଙ୍କ ମାମୁମାନେ ଚନ୍ଦ୍ ମଲ୍ ଲୋଧା ଓ ଗୁମାନ୍ ମଲ୍ ଲୋଧା ବିଭିନ୍ନ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଥିଲେ।

  1. IANS. "Justice R M Lodha sworn in as 41st chief justice of Supreme Court". Biharprabha News | Connecting Bihar with the entire World (in ଆମେରିକୀୟ ଇଂରାଜୀ). Retrieved 2025-12-17.
  2. "CSK, RR owners suspended for two years". ESPNcricinfo (in ଇଂରାଜୀ). Retrieved 2025-12-17.
  3. Vishwanath, Apurva (2018-08-23). "Jains of Jodhpur: How a tiny community ruled India's Supreme Court". ThePrint (in ଆମେରିକୀୟ ଇଂରାଜୀ). Retrieved 2025-12-17.
  4. Nair, Harish V. (2014-04-21). "Exclusive: India's CJI designate RM Lodha bats for transparency in judiciary". India Today (in ଇଂରାଜୀ). Retrieved 2025-12-17.
  5. "RM Lodha". Supreme Court Observer (in ଆମେରିକୀୟ ଇଂରାଜୀ). Retrieved 2025-12-17.