ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ
| ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ राजस्थान उच्च न्यायालय | |
|---|---|
Rajasthan High Court Building | |
| ସ୍ଥାପିତ | 29 ଅଗଷ୍ଟ 1949 |
| ସ୍ଥାନ | Principal Seat: Jodhpur, Rajasthan Circuit Bench: Jaipur |
| ଭୌଗଳିକ ଦିଗବାରେଣି | 26°17′32″N 73°02′07″E / 26.292246°N 73.035172°E |
| ସଂରଚନା | Presidential appointment with confirmation of Chief Justice of India and Governor of respective state. |
| ଅଧିକାର ପ୍ରାପ୍ତ | Constitution of India |
| ବିଚାରପତି କାର୍ଯ୍ୟକାଳ | Mandatory retirement by age of 62 |
| ସଦସ୍ଯତା ସଂଖ୍ଯା | 50 (Permanent: 38; Addl: 12) |
| Website | hcraj |
| Chief Justice | |
| ବର୍ତ୍ତମାନ | Manindra Mohan Shrivastava |
| ନିଯୁକ୍ତି ଦିନ | 6 February 2024 |
ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ରାଜସ୍ଥାନ ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟ । ଏହା ରାଜସ୍ଥାନର ଯୋଧପୁରରେ ଅବସ୍ଥିତ । ଏହା ୨୯ ଅଗଷ୍ଟ ୧୯୪୯ ରେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ଅର୍ଡିନାନ୍ସ, ୧୯୪୯ ଅନୁଯାୟୀ ସ୍ଥାପିତ ହୋଇଥିଲା । ବର୍ତ୍ତମାନ ଏହି ନ୍ୟାୟାଳୟରେ ନ୍ୟାୟଧୀଶମାନଙ୍କ ପାଇଁ ମଞ୍ଜୁରିଯୋଗ୍ୟ ପଦସଂଖ୍ୟା ୫୦ ଅଟେ, କିନ୍ତୁ ଅଧୁନା ପଦାସୀନ ବିଚାରପତିଙ୍କ ସଂଖ୍ୟା ୩୪ ଅଟେ ।[୧]
ଇତିହାସ
[ସମ୍ପାଦନା]ରାଜସ୍ଥାନର ଏକୀକରଣ ପୂର୍ବରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପାଞ୍ଚଟି ଉଚ୍ଚ ନ୍ୟାୟାଳୟ କାର୍ଯ୍ୟରତ ଥିଲା – ଯୋଧପୁର, ଜୟପୁର, ବିକାନେର, ପୂର୍ବତନ ରାଜସ୍ଥାନ ଓ ମତ୍ସ୍ୟ ସଂଘର ଉଚ୍ଚ ନ୍ୟାୟାଳୟ । ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ଅର୍ଡିନାନ୍ସ, ୧୯୪୯ ମାଧ୍ୟମରେ ଏହି ସମସ୍ତ ଅଲଗା ଅଧିକାର କ୍ଷେତ୍ରଗୁଡିକୁ ବିଲୋପ କରାଯାଇ ଗୋଟିଏ ଉଚ୍ଚ ନ୍ୟାୟାଳୟ ରାଜ୍ୟ ପାଇଁ ଗଠିତ ହେଲା । ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ୧୯୪୯ ମସିହାରେ ଜୟପୁରରେ ସ୍ଥାପିତ ହୋଇଥିଲା ଓ ୨୯ ଅଗଷ୍ଟ ୧୯୪୯ ରେ ରାଜପ୍ରମୁଖ ମହାରାଜା ସାୱାଇ ମାନ୍ ସିଂହଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ପରେ ୧୯୫୬ ମସିହାରେ ରାଜସ୍ଥାନ ସମ୍ପୂର୍ଣ୍ଣ ଭାବେ ଏକୀକରଣ ହେବା ପରେ, ସତ୍ୟନାରାୟଣ ରାଓ କମିଟିର ସୁପାରିଶ ଅନୁଯାୟୀ ଏହି ଉଚ୍ଚ ନ୍ୟାୟାଳୟକୁ ଯୋଧପୁରକୁ ସ୍ଥାନାନ୍ତର କରାଗଲା।
ଏହି ଉଚ୍ଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ଥିଲେ କମଳା କାନ୍ତ ବର୍ମା । ରାଜ୍ୟ ପୁନର୍ଗଠନ ଅଧିନିୟମ (ଷ୍ଟେଟସ୍ ରିଓର୍ଗାନାଇଜେସନ୍ ଆକ୍ଟ, ୧୯୫୬) ର ଧାରା ୫୧ (୨) ଅନୁଯାୟୀ ୩୧ ଜାନୁଆରୀ ୧୯୭୭ ରେ ଜୟପୁରରେ ଗୋଟିଏ ଉଚ୍ଚ ନ୍ୟାୟାଳୟର ବେଞ୍ଚ ଗଠିତ ହୋଇଥିଲା, ଯାହା ୧୯୫୮ ରେ ବିଲୋପ କରାଯାଇଥିଲା ।
୨୦୧୯ ମସିହାରେ ଏହି ଉଚ୍ଚ ନ୍ୟାୟାଳୟକୁ ଯୋଧପୁର ସହର କେନ୍ଦ୍ରରୁ ବାହାରକୁ ଏକ ନୂଆ ପ୍ରାଙ୍ଗଣରେ ସ୍ଥାନାନ୍ତର କରାଯାଇଥିଲା । ଭାରତର ତତକାଳୀନ ରାଷ୍ଟ୍ରପତି ଏହି ନବନିର୍ମିତ ଭବନକୁ ଉଦ୍ଘାଟନ କରିଥିଲେ ।[୨]
ବିବାଦ
[ସମ୍ପାଦନା]୩ ମାର୍ଚ୍ଚ ୧୯୮୯ ତାରିଖରେ, ରାଜସ୍ଥାନ ନ୍ୟାୟିକ ଅଧିକାରୀ ସଂଘ, Lions Club ଦ୍ୱାରା ପ୍ରାୟୋଜିତ ହୋଇ, ଉଚ୍ଚ ନ୍ୟାୟାଳୟର ଲନ୍ ସାମ୍ନାରେ ମହର୍ଷି ମନୁଙ୍କର ଏକ ମୂର୍ତ୍ତି ସ୍ଥାପନ କରିଥିଲେ ଏବଂ ଏଥିପାଇଁ ଉଚ୍ଚ ନ୍ୟାୟାଳୟର ଅନୁମତି ମିଳିଥିଲା । ଏହି ମୂର୍ତ୍ତି ସ୍ଥାପିତ ହେବା ପରଠାରୁ, ଏହା ବହୁ ପ୍ରତିବାଦ, ଆଇନ ଚ୍ୟାଲେଞ୍ଜ୍ ଓ ଏକ ରାୟ ଅନୁଯାୟୀ ଅପସାରଣ ପାଇଁ ଆଦେଶ ବିବାଦର ବିଷୟ ହୋଇଆସିଛି ।[୩]
ଆଧାର
[ସମ୍ପାଦନା]- ↑ "Rajasthan High Court". hcraj.nic.in. Retrieved 2025-06-07.
- ↑ "President to open Rajasthan high court 's new building in Jodhpur on December 7". The Times of India. 2019-12-06. ISSN 0971-8257. Retrieved 2025-06-07.
- ↑ "A day in the life of a Manu statue in the Rajasthan High Court". The Indian Express (in ଇଂରାଜୀ). 2018-10-28. Retrieved 2025-06-07.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |