ରବୀନ୍ଦ୍ର କୁମାର ସେଠୀ

ଉଇକିପିଡ଼ିଆ‌ରୁ
(Rabindra Kumar Sethyରୁ ଲେଉଟି ଆସିଛି)
ରବୀନ୍ଦ୍ର କୁମାର ସେଠୀ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀବେଣୁଧର ସେଠୀ
ପର ଅଧିକାରୀବାଇଧର ମଲ୍ଲିକ
ନିର୍ବାଚନ ମଣ୍ଡଳୀନିମାପଡ଼ା
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀଗୋବିନ୍ଦ ଚନ୍ଦ୍ର ସେଠୀ
ପର ଅଧିକାରୀବେଣୁଧର ସେଠୀ
ନିର୍ବାଚନ ମଣ୍ଡଳୀନିମାପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1954-10-10) ୧୦ ଅକ୍ଟୋବର ୧୯୫୪ (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀବିଜୟଲକ୍ଷ୍ମୀ ସେଠୀ
ବାପା/ବୋଉନୀଳମଣି ସେଠୀ (ବାପା)
ବୃତ୍ତିରାଜନୀତିଜ୍ଞ

ରବୀନ୍ଦ୍ର କୁମାର ସେଠୀ (ଜନ୍ମ: ୧୦ ଅକ୍ଟୋବର ୧୯୫୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୩ଥର କାର୍ଯ୍ୟ କରିଛନ୍ତି । ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନିମାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରବୀନ୍ଦ୍ର କୁମାର ସେଠୀ ୧୯୫୪ ମସିହାର ଅକ୍ଟୋବର ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନୀଳମଣି ସେଠୀ ଓ ପତ୍ନୀଙ୍କ ନାମ ବିଜୟଲକ୍ଷ୍ମୀ ସେଠୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରବୀନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ୩ଥର କାର୍ଯ୍ୟ କରିଛନ୍ତି । ୧୯୯୫ ମସିହାରୁ ୧୯୯୯ ମସିହାଯାଏଁ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ନିମାପଡ଼ା ଭାରତୀୟ ଜାତୀୟ କଂଗ୍ରେସ (ଇ)
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ନିମାପଡ଼ା ଭାରତୀୟ ଜାତୀୟ କଂଗ୍ରେସ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ନିମାପଡ଼ା ଭାରତୀୟ ଜାତୀୟ କଂଗ୍ରେସ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Rabindra Kumar Sethy". odishaassembly.nic.in. Odisha Assembly. Retrieved 20 March 2021.