Jump to content

ପ୍ୟାରୀମୋହନ ଦାସ

ଉଇକିପିଡ଼ିଆ‌ରୁ
(Pyarimohan Dasରୁ ଲେଉଟି ଆସିଛି)
ପ୍ୟାରୀମୋହନ ଦାସ
ବିଧାୟକ: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧  ୧୯୭୧
ପୂର୍ବ ଅଧିକାରୀଶଶିକାନ୍ତ ଭଞ୍ଜ
ପର ଅଧିକାରୀକାର୍ତ୍ତିକେଶ୍ୱର ପାତ୍ର
ନିର୍ବାଚନ ମଣ୍ଡଳୀଭୋଗରାଇ
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୨୩ ଅକ୍ଟୋବର ୧୯୮୭
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳପ୍ରଜା ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀନିର୍ମଳବାଳା ଦାସ
ସନ୍ତାନ୬ ଝିଅ
ବାପା/ବୋଉକୁଶଧ୍ୱଜ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ୟାରୀମୋହନ ଦାସ (ମୃତ୍ୟୁ: ୨୩ ଅକ୍ଟୋବର ୧୯୮୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଓଡ଼ିଶା ରାଜନୀତିରେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୬୧ ଓ ୧୯୬୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ଶିକ୍ଷା ଓ ପରିବାର

[ସମ୍ପାଦନା]

ପ୍ୟାରୀମୋହନ ଦାସ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୁଶଧ୍ୱଜ ଦାସ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ । ପ୍ୟାରୀମୋହନ ନିର୍ମଳବାଳା ଦାସଙ୍କୁ ବିବାହ କରିଥିଲେ । ତାଙ୍କର ୬ ଜଣ ଝିଅ ଥିଲେ ।

ରାଜନୈତିକ ଜୀବନ

[ସମ୍ପାଦନା]

ପ୍ୟାରୀମୋହନ ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଦୁଇଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

୧୯୬୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ପ୍ୟାରୀମୋହନ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଜା ସୋସିଆଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୧୬,୮୬୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ଦୁର୍ଗା ଶଙ୍କର ଦାସଙ୍କୁ ୬,୦୦୮ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[] ଏହି ବିଧାନ ସଭାରେ ସେ ୧୯୬୧ ମସିହାରୁ ୧୯୬୭ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ୧୯୬୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ପ୍ୟାରୀମୋହନ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପୁଣିଥରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୨୧,୫୯୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୬,୪୯୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[] ଏହି ବିଧାନ ସଭାରେ ସେ ୧୯୬୭ ମସିହାରୁ ୧୯୭୧ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।

  1. "Late Pyarimohan Das". odishaassembly.nic.in. Odisha Assembly. Retrieved 26 June 2019.
  2. 1 2 "Orissa 1961". Election Commission of India (in Indian English). Retrieved 2019-06-27.
  3. 1 2 "Orissa 1967". Election Commission of India (in Indian English). Retrieved 2019-06-27.