ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟ
| ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟ | |
|---|---|
| ସ୍ଥାପିତ | 15 ଅଗଷ୍ଟ 1947 |
| ସ୍ଥାନ | Chandigarh |
| ସଂରଚନା | Presidential with confirmation of Supreme Court Collegium including Chief Justice of India on recommendation of High Court Collegium. |
| ଅଧିକାର ପ୍ରାପ୍ତ | Constitution of India |
| ବିଚାରପତି କାର୍ଯ୍ୟକାଳ | Mandatory retirement at 62 years of age |
| ସଦସ୍ଯତା ସଂଖ୍ଯା | 85 (64 Permanent, 21 Additional) |
| Website | High Court of Punjab and Haryana |
| Chief Justice | |
| ବର୍ତ୍ତମାନ | Justice Sheel Nagu |
| ନିଯୁକ୍ତି ଦିନ | 9 July 2024 |
ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟ ହେଉଛି ଭାରତର ପଞ୍ଜାବ ଓ ହରିୟାଣା ରାଜ୍ୟ ଏବଂ ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସାଧାରଣ ଉଚ୍ଚ ନ୍ୟାୟାଳୟ, ଯାହା ଭାରତର ଚଣ୍ଡୀଗଡ଼ରେ ଅବସ୍ଥିତ। ଏହି ଉଚ୍ଚ ନ୍ୟାୟାଳୟର ଅନୁମୋଦିତ ବିଚାରପତି ସଂଖ୍ୟା ୮୫ ଯେଉଁଥିରେ ୬୪ ଜଣ ସ୍ଥାୟୀ ବିଚାରପତି ଓ ୨୧ ଜଣ ଅତିରିକ୍ତ ବିଚାରପତି (ମୁଖ୍ୟ ବିଚାରପତି ସମେତ) ଅନ୍ତର୍ଭୁକ୍ତ । ୧୪ ସେପ୍ଟେମ୍ବର ୨୦୨୩ ଅନୁସାରେ ଏହି ଉଚ୍ଚ ନ୍ୟାୟାଳୟରେ ୫୮ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି, ତନ୍ମଧ୍ୟରୁ ୩୬ ଜଣ ସ୍ଥାୟୀ ଓ ୨୨ ଜଣ ଅତିରିକ୍ତ ବିଚାରପତି ଅଛନ୍ତି।[୧]
ଏହି ଉଚ୍ଚ ନ୍ୟାୟାଳୟର ଭବନକୁ "ପାଲେସ ଅଫ୍ ଜଷ୍ଟିସ" (ନ୍ୟାୟ ନିବାସ) ଭାବେ ଜଣାଯାଏ । ଏହାକୁ ପ୍ରସିଦ୍ଧ ଅଭିକଳ୍ପକ ଲେ କରବୁଜିଏ ତିଆରି କରିଥିଲେ, ଏବଂ ତାଙ୍କ ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକ ସହିତ ଏହାକୁ ଜୁଲାଇ ୨୦୧୬ରେ UNESCO ବିଶ୍ଵ ଐତିହ୍ୟ ସ୍ଥଳୀ ଭାବେ ଘୋଷଣା କରାଯାଇଥିଲା ।
ପୂର୍ବତନ ବିଚାରପତିମାନଙ୍କ ମଧ୍ୟରେ ଅଛନ୍ତି — ମଦନ ମୋହନ ପୁଞ୍ଛୀ, ପି. ସତ୍ୟସିବମ୍, ତୀରଥ ସିଂହ ଠାକୁର, ଜଗଦୀଶ ସିଂହ ଖେହର ଓ ରଞ୍ଜନ ଗୋଗୋଇ, ଯେଉଁମାନେ ସୁପ୍ରିମ୍ କୋର୍ଟକୁ ବଦଳି ହୋଇ ଭାରତର ମୁଖ୍ୟ ବିଚାରପତି ହେବାର ସମ୍ମାନ ପାଇଥିଲେ ।
ଇତିହାସ
[ସମ୍ପାଦନା]୨୧ ମାର୍ଚ୍ଚ ୧୯୧୯ ରେ ସ୍ଥାପିତ ହୋଇଥିବା ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟ ପୂର୍ବରୁ "ଲାହୋର ଉଚ୍ଚ ନ୍ୟାୟାଳୟ" ଭାବରେ ପରିଚିତ ଥିଲା । ସେହି ସମୟରେ ଏହି ନ୍ୟାୟାଳୟର ଅଧିକାର କ୍ଷେତ୍ର ଅଖଣ୍ଡ ପଞ୍ଜାବ ଓ ଦିଲ୍ଲୀ ଅଞ୍ଚଳ ଥିଲା । ୧୯୨୦ ରୁ ୧୯୪୩ ପର୍ଯ୍ୟନ୍ତ, ଏହି ନ୍ୟାୟାଳୟକୁ ଚୀନର କାଶ୍ଗର ସଂସ୍ଥାନ ଅଞ୍ଚଳରେ ଥିବା ବ୍ରିଟିଶ୍ କଂସୁଲର ଜିଲ୍ଲା ଉପରେ ବିଦେଶୀ ଅଧିକାର ଦିଆଯାଇଥିଲା, ଯାହା ପୂର୍ବରୁ ବ୍ରିଟିଶ୍ ସୁପ୍ରିମ୍ କୋର୍ଟ ଫର୍ ଚାଇନାର ଅଧୀନରେ ଥିଲା । ଏହି ବ୍ୟବସ୍ଥା ଚୀନ ସହିତ ବ୍ରିଟେନର "Extra-Territorial Rights" ବିଲୋପ ବାବଦରେ ଚୁକ୍ତି ହେବା ପରେ ବନ୍ଦ ହୋଇଗଲା ।[୨]
ସ୍ଵାଧୀନୋତ୍ତର ଭାରତରେ ସ୍ଥିତି
[ସମ୍ପାଦନା]ଭାରତ ଦେଶ ସ୍ୱାଧୀନ ହେବା ପରେ, ପୁରୁଣା ପଞ୍ଜାବ ଉପରାଜ୍ୟକୁ ପଶ୍ଚିମ ପଞ୍ଜାବ (ପାକିସ୍ତାନ) ଏବଂ ପୂର୍ବ ପଞ୍ଜାବ (ଭାରତ) ଭାଗକୁ ବିଭକ୍ତ କରାଗଲା । ଲାହୋରରେ ଥିବା ଉଚ୍ଚ ନ୍ୟାୟାଳୟ ପାକିସ୍ତାନର ଭିତରେ ପଡ଼ିଥିବାରୁ, ଏହା ଦିଲ୍ଲୀ ଏବଂ ପୂର୍ବ ପଞ୍ଜାବ ଉପରେ ଏହାର ନ୍ୟାୟିକ କ୍ଷେତ୍ରାଧିକାର ହରାଇଲା । ଏହି ଅଞ୍ଚଳଗୁଡ଼ିକ ପାଇଁ ନୂତନ ଉଚ୍ଚ ନ୍ୟାୟାଳୟ କେଉଁଠି ସ୍ଥାପିତ ହେବ, ସେ ନେଇ ପ୍ରଶ୍ନ ଉଠିଲା । ତେବେ ଶିମଳାକୁ ଏହି ନୂତନ ଉଚ୍ଚ ନ୍ୟାୟାଳୟର ସ୍ଥାନ ଭାବେ ଚିହ୍ନିତ କରାଗଲା ।
ପୂର୍ବ ପଞ୍ଜାବ ଉଚ୍ଚ ନ୍ୟାୟାଳୟ ୧୫ ଅଗଷ୍ଟ ୧୯୪୭ ରେ ଶିମଲାରେ ଗଭର୍ନର ଜେନେରାଲଙ୍କ "High Court (Punjab) Order 1947" ଅନୁସାରେ, ଯାହା "Indian Independence Act, 1947" ର ଧାରା ୯ ଅନୁଯାୟୀ ଜାରି ହୋଇଥିଲା, ସ୍ଥାପିତ ହେଲା । "Government of India Act, 1935" ର ଧାରା ୨୨୯ (୧) ଅନୁଯାୟୀ ଦିଆଯାଇଥିବା ଶକ୍ତି ଅନୁସାରେ, ପୂର୍ବ ପଞ୍ଜାବ ଉଚ୍ଚ ନ୍ୟାୟାଳୟକୁ ଏକ "Court of Record" ବନାଯାଇଥିଲା ଏବଂ ଏହି ଆଦେଶର ଧାରା ୫ ଅନୁଯାୟୀ, ପଞ୍ଜାବ ଏବଂ ଦିଲ୍ଲୀ ଅଞ୍ଚଳ ପାଇଁ, ୧୫ ଅଗଷ୍ଟ ୧୯୪୭ ପୂର୍ବରୁ ଲାଗୁଥିବା ଆଇନ ଅନୁଯାୟୀ ଲାହୋର ଉଚ୍ଚ ନ୍ୟାୟାଳୟ ଯେଉଁ ଅଧିକାର ଉପଭୋଗ କରୁଥିଲା, ସେଇ ସମସ୍ତ ମୂଳ, ଅପିଲ ଏବଂ ଅନ୍ୟାନ୍ୟ ଅଧିକାର ଏହି ନୂତନ ଉଚ୍ଚ ନ୍ୟାୟାଳୟ ଉପଭୋଗ କରିଥିଲା ।
ପୂର୍ବ ପଞ୍ଜାବ ଉଚ୍ଚ ନ୍ୟାୟାଳୟ ହେଉଛି ଲାହୋର ଉଚ୍ଚ ନ୍ୟାୟାଳୟର ଉତ୍ତରାଧିକାରୀ ଏବଂ ଏହାର ଜାରି ରୂପ । "Stare Decisis" ନୀତି ଅନୁଯାୟୀ, ଲାହୋର ଉଚ୍ଚ ନ୍ୟାୟାଳୟର ନିର୍ଣ୍ଣୟଗୁଡ଼ିକ ପଞ୍ଜାବ ଉଚ୍ଚ ନ୍ୟାୟାଳୟ ପାଇଁ ବାଧ୍ୟକାରୀ ଥିଲା । ଭାରତର ସଂବିଧାନ ୨୬ ଜାନୁଆରୀ ୧୯୫୦ ରେ ଲାଗୁ ହେଲା । ପୂର୍ବ ପଞ୍ଜାବ ରାଜ୍ୟକୁ ବର୍ତ୍ତମାନ ପଞ୍ଜାବ ବୋଲି ନାମିତ ହେବାକୁ ଲାଗିଲା । ଏହିଅନୁସାରେ ଉଚ୍ଚ ନ୍ୟାୟାଳୟର ନାମ ମଧ୍ୟ ପରିବର୍ତ୍ତିତ ହୋଇଗଲା ।
ଆଧାର
[ସମ୍ପାଦନା]- ↑ "High Court of Punjab and Haryana". highcourtchd.gov.in (in ଇଂରାଜୀ). Retrieved 2025-07-10.
- ↑ "Wayback Machine" (PDF). treaties.fco.gov.uk. Archived from the original (PDF) on 2015-04-02. Retrieved 2025-07-10.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |