Jump to content

ପ୍ରିୟଙ୍କା ବୋରା

ଉଇକିପିଡ଼ିଆ‌ରୁ
(Priyanka Boraରୁ ଲେଉଟି ଆସିଛି)
ପ୍ରିୟଙ୍କା ବୋରା
ଜନ୍ମ୧୯୯୪
ଗୌରୀପୁର, ଆସାମ, ଭାରତ
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ୍
ସକ୍ରିୟ ବର୍ଷ୨୦୧୫–ଏବେଯାଏଁ
ପ୍ରସିଦ୍ଧିଏମ୍‌ଟିଭି ସ୍ପିଟ୍‌ଭିଲ୍ଲା
ସିଦ୍ଧି ବିନାୟକ
ରାଗିଣୀ ଏମ୍ଏମ୍ଏସ୍: ରିଟର୍ଣ୍ଣସ୍

ପ୍ରିୟଙ୍କା ବୋରା (ଜନ୍ମ: ୧୯୯୪) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ସେ ଏମ୍‌ଟିଭି ସ୍ପ୍ଲିଟ୍‌ଭିଲ୍ଲାର ସିଜିନ୍ ୮ରେ ଜଣେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ । ସିଦ୍ଧି ବିନାୟକରେ ପ୍ରାଚୀ ଭୂମିକାରେ ଏବଂ ରାଗିଣୀ ଏମ୍ଏମ୍ଏସ୍: ରିଟର୍ଣ୍ଣସ୍‌ରେ ଆରତୀ ଭୂମିକାରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।[]

ଅଭିନୟ ଜୀବନ

[ସମ୍ପାଦନା]

ପ୍ରିୟଙ୍କା ଆସାମରେ ଜନ୍ମ ହୋଇଥିଲେ ଏବଂ ଟିଭିରେ କାମ କରିବା ପୂର୍ବରୁ ଜଣେ ଏୟାର୍‌ଲାଇନ୍ କ୍ରିୟୁ ଭାବରେ କାମ କରୁଥିଲେ ।[] ସେ ଉତ୍ତର-ପୂର୍ବର କିଛି କାର୍ଯ୍ୟକ୍ରମ ପାଇଁ ମଡେଲିଂ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସିଦ୍ଧି ବିନାୟକ ଜରିଆରେ ହିନ୍ଦୀ ଟେଲିଭିଜନରେ କାମ କରିବା ଆରମ୍ଭ କରିଥିଲେ ।[]

ଅଳ୍ଟ ବାଲାଜୀରେ ପ୍ରସାରିତ ୱେବ୍ ସିରିଜ୍ ରାଗିଣୀ ଏମ୍ଏମ୍ଏସ୍: ରିଟର୍ଣ୍ଣସ୍‌ରେ ସେ ଆରତୀ ଭୂମିକାରେ ଅଭିନୟ କରିଥିଲେ ।[][] ରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ମୁର ମିନୋତୀ ତୋରା ହୋଇ ଯୋଡ଼ି ଜରିଆରେ, ସେ ଅହମିୟା ଟେଲିଭିଜନରେ କାମ କରିବା ଆରମ୍ଭ କରିଥିଲେ ।

ଟେଲିଭିଜନ

[ସମ୍ପାଦନା]
ବର୍ଷଧାରାବାହିକ/କାର୍ଯ୍ୟକ୍ରମଭୂମିକାମନ୍ତବ୍ୟ
୨୦୧୫ଏମ୍‌ଟିଭି ସ୍ପ୍ଲିଟ୍‌ଭିଲ୍ଲାପ୍ରତିଯୋଗୀସିଜିନ୍ ୮
୨୦୧୭–୨୦୧୯ସିଦ୍ଧି ବିନାୟକପ୍ରାଚୀ ଜୋଶୀହିନ୍ଦୀ
୨୦୨୧–ଏବେଯାଏଁମୁର ମିନୋତୀ ତୋରା ହୋଇ ଯୋଡ଼ିପ୍ରୀତିଅହମିୟା

ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷସରିଜ୍ଭୂମିକାପ୍ଲାଟଫର୍ମ
୨୦୧୭–୨୦୧୮ରାଗିଣୀ ଏମ୍ଏମ୍ଏସ୍: ରିଟର୍ଣ୍ଣସ୍ଆରତୀଅଲ୍ଟ ବାଲାଜୀ
  1. 1 2 Jain, Nehal (13 December 2017). "Priyanka Bora – Journey from Splitsvilla to Awesome Assam TVC". Guwahati Plus.
  2. Dam, Swagata (2 November 2016). "This Ex-Splitsvilla Contestant Is Now An Air Hostess". MissMalini.
  3. "Caution: The climax of Ragini MMS Returns will be too hot to handle!". Free Press Journal. 30 May 2019.
  4. "Ragini MMS Returns holds no bar, titillates and spooks the audience!". Midday.com. 10 October 2017.

ବାହାର ଲିଙ୍କ୍

[ସମ୍ପାଦନା]