ପ୍ରଭାତ କୁମାର ତ୍ରିପାଠୀ
ପ୍ରଭାତ କୁମାର ତ୍ରିପାଠୀ | |
|---|---|
| ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୦୯ – ୨୦୧୯ | |
| ପୂର୍ବ ଅଧିକାରୀ | ଦେବାଶିଷ ପଟ୍ଟନାୟକ |
| ପର ଅଧିକାରୀ | ଦେବୀ ରଞ୍ଜନ ତ୍ରିପାଠୀ |
| ନିର୍ବାଚନ ମଣ୍ଡଳୀ | ବାଙ୍କୀ |
| ବିଧାୟକ: ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୯୫ – ୨୦୦୪ | |
| ପୂର୍ବ ଅଧିକାରୀ | ଘନଶ୍ୟାମ ସାହୁ |
| ପର ଅଧିକାରୀ | ଦେବାଶିଷ ପଟ୍ଟନାୟକ |
| ନିର୍ବାଚନ ମଣ୍ଡଳୀ | ବାଙ୍କୀ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୫ ଡିସେମ୍ବର ୧୯୫୩ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ବିଜୁ ଜନତା ଦଳ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
| ଜୀବନ ସାଥୀ | ପଙ୍କଜିନୀ ତ୍ରିପାଠୀ |
| ସନ୍ତାନ | ଦେବୀ ରଞ୍ଜନ ତ୍ରିପାଠୀ |
| ବାପା/ବୋଉ | ଦୀନକୃଷ୍ଣ ତ୍ରିପାଠୀ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ପ୍ରଭାତ କୁମାର ତ୍ରିପାଠୀ (ଜନ୍ମ: ୨୫ ଡିସେମ୍ବର ୧୯୫୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ପ୍ରଭାତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ୧୯୯୫, ୨୦୦୦, ୨୦୦୯ ଓ ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାଙ୍କୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପ୍ରଭାତ କୁମାର ତ୍ରିପାଠୀ ୧୯୫୩ ମସିହାର ଡିସେମ୍ବର ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୀନକୃଷ୍ଣ ତ୍ରିପାଠୀ ଏବଂ ପତ୍ନୀଙ୍କ ନାମ ପଙ୍କଜିନୀ ତ୍ରିପାଠୀ । ପ୍ରଭାତଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧] ତାଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ଓଡ଼ିଆ ରାଜନେତା ଭାବରେ ଓଡ଼ିଶା ବିଧାନ ସଭା ନିର୍ବାଚିତ ହୋଇଛନ୍ତି ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ପ୍ରଭାତ କୁମାର ତ୍ରିପାଠୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ଏବଂ ପୂର୍ବରୁ ସେ ଜନତା ଦଳରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି ।[୧] ପ୍ରଭାତ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]| ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
|---|---|---|---|---|
| ୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ବାଙ୍କୀ | ଜନତା ଦଳ |
| ୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ବାଙ୍କୀ | ବିଜୁ ଜନତା ଦଳ |
| ୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ବାଙ୍କୀ | ବିଜୁ ଜନତା ଦଳ |
| ୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ବାଙ୍କୀ | ବିଜୁ ଜନତା ଦଳ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Pravata Kumar Tripathy". odishaassembly.nic.in. Odisha Assembly. Retrieved 28 February 2020.
- ↑ "ଏଥର ବାପା ବଦଳରେ ପୁଅ : ବିଧାନ ସଭା ଯିବେ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଓ ବାଙ୍କୀରୁ ଦେବୀ ରଞ୍ଜନ ତ୍ରିପାଠୀ". Prameyanews7. କଟକ. 27 May 2019. Archived from the original on 21 May 2022. Retrieved 21 May 2022.
{{cite news}}:|archive-date=/|archive-url=timestamp mismatch; 24 ନଭେମ୍ବର 2020 suggested (help)