ପ୍ରଶାନ୍ତ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(Prasanta Patnaikରୁ ଲେଉଟି ଆସିଛି)
ପ୍ରଶାନ୍ତ ପଟ୍ଟନାୟକ
ଜନ୍ମ(1941-04-10)୧୦ ଅପ୍ରେଲ ୧୯୪୧
ଓଳାସିଂହ, ପୁରୀ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଇଂରାଜୀ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟ, ଦାଶରଥି ହାଇସ୍କୁଲ
ବୃତ୍ତିସାମ୍ବାଦିକ ଓ ସାହିତ୍ୟିକ
ବୈବାହିକ-ସାଥୀଚନ୍ଦ୍ରପ୍ରଭା
ପିତାମାତା(s)ରଘୁନାଥ ପଟ୍ଟନାୟକ, ହାରାବାଳା ପଟ୍ଟନାୟକ
ସମ୍ପର୍କୀୟପ୍ରତିଭା ପଟ୍ଟନାୟକ(ଭଉଣୀ), ପ୍ରଗତି ପଟ୍ଟନାୟକ(ଭାଇ)

ପ୍ରଶାନ୍ତ ପଟ୍ଟନାୟକ, ଓଡ଼ିଶାର ଜଣେ ଜଣାଶୁଣା ସାମ୍ବାଦିକ ଓ ସାହିତ୍ୟିକ । ବିଗତ ପାଞ୍ଚ ଦଶନ୍ଧି ଧରି, ସେ ସାମ୍ବାଦିକତା ବୃତ୍ତିରେ ଅଛନ୍ତି ଓ ସାମ୍ବାଦିକତାର ବହୁ ମାଧ୍ୟମରେ କାର୍ଯ୍ୟ କରିସାରିଛନ୍ତି ।[୧]

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ପ୍ରଶାନ୍ତ ପଟ୍ଟନାୟକ, ଅବିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା ବ୍ଳକ ଅନ୍ତର୍ଗତ ଓଳାସିଂହ ଗ୍ରାମରେ ୧୯୪୧ ମସିହା ଅପ୍ରେଲ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ରଘୁନାଥ ପଟ୍ଟନାୟକ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଜଣେ ସମାଜସେବି ଥିଲେ ଓ ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ମା, ହାରାବାଳା ପଟ୍ଟନାୟକ ଜଣେ ଗୃହିଣୀ ହୋଇଥିଲେ ମଧ୍ୟ ପରୋକ୍ଷ ଭାବରେ ପିତାଙ୍କର ସବୁ କାର୍ଯ୍ୟରେ ସହାୟକ ଥିଲେ । ସେମାନଙ୍କର, ଚାରିଟି ପୁଅ ଓ ନଅଟି ଝିଅ ଥିଲେ । ପ୍ରଶାନ୍ତ ପୁତ୍ରମାନଙ୍କ ମଧ୍ୟରେ ଜ୍ୟେଷ୍ଠଥିଲେ । ପ୍ରଶାନ୍ତ, ଓଳାସିଂହର ଦାଶରଥି ହାଇସ୍କୁଲରୁ ସ୍କୁଲ ପାଠ ଶେଷକରି, ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାଠ ସମାପ୍ତ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ସେ ଇଂରାଜୀ ଭାଷାରେ ସ୍ମାତକ ସ୍ନାତକୋତ୍ତର ପାଠ ପଢ଼ିଥିଲେ । ପିଲାଦିନେ, ତାଙ୍କ ଘରକୁ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କର ଯିବାଆସିବା ରହିଥିଲେ । ସାହିତ୍ୟ ଓ ସାମ୍ବାଦିକତା ପ୍ରତି ତାଙ୍କର ପିଲାଦିନରୁ ହିଁ ଆକର୍ଷଣ ରହିଥିଲେ । ବହୁ ଖବରକାଗଜ ଓ ପତ୍ରିକାରେ ତାଙ୍କର ଲେଖା, ଫଟୋ ଓ ଖବର ବରାବର ପ୍ରକାଶିତ ହେଉଥିଲା । ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟରେ, ସେ ଡଗର ପତ୍ରିକାରେ ଲେଖୁଥିଲେ ଓ ଚନ୍ଦ୍ରିକା ପତ୍ରିକାର ସମ୍ପାଦନା କରୁଥିଲେ । ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମ୍ପାଦିକତାରେ ପ୍ରକାଶିତ "ଇଷ୍ଟର୍ଣ୍ଣ ଟାଇମ୍ସ" ପାଇଁ, ସେ ସାମ୍ବାଦିକତା ମଧ୍ୟ କରୁଥିଲେ । ଡଗର ପତ୍ରିକାରେ ସେ ଛଦ୍ମନାମ "ଶ୍ରୀ ଲକ୍ଷ୍ମଣ" ନାମରେ ବ୍ୟଙ୍ଗାତ୍ମକ ଲେଖା ଲେଖୁଥିଲେ । "ଶ୍ରୀ ଲକ୍ଷ୍ମଣ" ନାମଟି ଡଗରର ସମ୍ପାଦକ ଫତୁରାନନ୍ଦଙ୍କଦ୍ୱାରା ପ୍ରଦତ୍ତ ହୋଇଥିଲା । ଫତୁରାନନ୍ଦଙ୍କ ପ୍ରକୃତ ନାମ ରାମଚନ୍ଦ୍ର ମିଶ୍ର ଥିଲା । ଫତୁରାନନ୍ଦ ତାଙ୍କୁ ସାନ ଭାଇ ଭଳି ଦେଖୁଥିବାରୁ, ତାଙ୍କ ମା ପ୍ରଶାନ୍ତଙ୍କୁ "ଲକ୍ଷ୍ମଣ" ନାମରେ ସମ୍ବୋଧନ କରୁଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ଭାଷାରେ ସ୍ନାତକୋତ୍ତର ପଢିସାରିବା ପରେ, ପ୍ରଶାନ୍ତ ଖୋର୍ଦ୍ଧାର ପ୍ରାଣନାଥ ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଭାବରେ ନିଯୁକ୍ତି ପାଇଥିଲେ । ସେହିଦିନ ତାଙ୍କୁ କଟକର ଅମୃତ ବଜାର ପତ୍ରିକାରେ ସହସମ୍ପାଦକର ଚାକିରି ମଧ୍ୟ ମିଳିଥିଲା । ପିଲାଦିନରୁ ସାମ୍ବାଦିକତା ପ୍ରତି ଆକର୍ଷିତ ପ୍ରଶାନ୍ତ, ଅଧ୍ୟାପକ ବୃତ୍ତି ତ୍ୟାଗକରି ସାମ୍ବାଦିକତାକୁ ଆବୋରୀ ନେଇଥିଲେ । ସେ ଥିଲା ୧୯୬୭ ମସିହାର କଥା । ସେବେଠାରୁ, ପ୍ରଶାନ୍ତ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ଅଛନ୍ତି । ସେ କଳିଙ୍ଗରେ ସମ୍ପାଦକ ସୁରେନ୍ଦ୍ର ମହାନ୍ତିଙ୍କ ସହିତ କାର୍ଯ୍ୟକରିଥିଲେ । କଳିଙ୍ଗ ବନ୍ଦ ହୋଇଯିବା ପରେ, ସେ "ହିନ୍ଦୁସ୍ତାନ ସମାଚାର"ର ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ତା ପରେ, ଇଂରାଜୀ ଦୈନିକ ଖବରକାଗଜ "ପାଟ୍ରିଅଟ" ଓ ସାପ୍ତାହିକ "ଲିଙ୍କ"ରେ କାମ କରିଥିଲେ । ପାଟ୍ରିଅଟ ଓ ଲିଙ୍କ ସହିତ ସେ "ପାନ-ଏସିଆନ ଫଟୋ-ନିଉଜ ଏଜେନ୍ସି(ଟୋକିଓ)", "ଲ୍ୟାଣ୍ଡ ଆଣ୍ଡ ଲାଇଫ ଫଟୋ-ନିଉଜ ଏଜେନ୍ସି(କଲିକତା)", "ଅନଲୁକର", "ମିରର", "ଭବନ୍ସ ଜର୍ଣ୍ଣାଲ", "ସନ ଡେ", "ରବିବାର", "କରେଣ୍ଟ", "ଦ. ଉଇକି", "ସନଡେ ଅବସରଭର" ଆଦିରେ ଫଟୋ ସାମ୍ବାଦିକ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ । ପାଟ୍ରିଅଟ ଓ ଲିଙ୍କ ଛାଡିବା ପରେ, ୨୦୦୧ ପର୍ଯ୍ୟନ୍ତ ସେ ହାଇଦ୍ରାବାଦରୁ ପ୍ରକାଶିତ "ନିଉଜ ଟାଇମ", "ଇନାଡୁ" ଓ "ଇଟିଭି"ର ଓଡ଼ିଶା ବ୍ୟୁରୋ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ, ସେ "ଓଡ଼ିଶାବାର୍ତ୍ତା ଡଟ କମ"ର ସମ୍ପାଦକ ଭାବରେ କାର୍ଯ୍ୟରତ । ଖବରକାଗଜ, ଟେଲିଭିଜନ ଓ ଇଣ୍ଟରନେଟ, ସାମ୍ବାଦିକତାର ସବୁ ଦିଗରେ, ପ୍ରଶାନ୍ତ ନିଜର ଉପସ୍ଥିତି ଜାହିର କରିଛନ୍ତି । ସାଧାରଣ ଲୋକଙ୍କର କଥା, ସମସ୍ୟା ଓ ଛବିକୁ ସେ ସବୁବେଳେ ପ୍ରାଥମିକତା ଦେଇଆସିଛନ୍ତି ।

ସାମ୍ବାଦିକତା ସହ ସାହିତ୍ୟକୁ ପ୍ରଶାନ୍ତ ସମାନ ଗୁରୁତ୍ୱ ଦେଇଆସିଛନ୍ତି । ୧୯୫୮ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ପଢୁଥିବା ସମୟରୁ, ସେ କବିତା ଓ କ୍ଷୁଦ୍ରଗଳ୍ପ ଲେଖିଆସିଛନ୍ତି । "କଳ୍ପନା ରାଣୀ" ଥିଲା ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ । ଏହା ଆଲେକ୍ସାଣ୍ଡର ପୁସ୍କିନଙ୍କର "କୁଇନ ଓ ସ୍ପେଡସ" ପୁସ୍ତକର ଓଡ଼ିଆ ଅନୁବାଦ । କ୍ଷୁଦ୍ରଗଳ୍ପ, ପ୍ରବନ୍ଧ, ଗୋଇନ୍ଦା କାହାଣୀ ଆଦି ସାହିତ୍ୟର ବହୁ ବିଭାଗରେ ସେ ଲେଖନି ଚାଳନା କରିଛନ୍ତି ।

ରଚନାବଳୀ[ସମ୍ପାଦନା]

  • କଳ୍ପନା ରାଣୀ(ଆଲେକ୍ସାଣ୍ଡର ପୁସ୍କିନଙ୍କର ପୁସ୍ତକ "କୁଇନ ଓ ସ୍ପେଡସ"ର ଓଡ଼ିଆ ଅନୁବାଦ)
  • ଅନ୍ଧକାରର କାବ୍ୟ(କ୍ଷୁଦ୍ର ଗଳ୍ପ)
  • ପୁନଶ୍ଚ ଅନ୍ଧାର(କ୍ଷୁଦ୍ର ଗଳ୍ପ)
  • ରାବଣ ପୋଡ଼ି(କ୍ଷୁଦ୍ର ଗଳ୍ପ)
  • କୃଷ୍ଣଚୂଡାର ରଙ୍ଗ(କ୍ଷୁଦ୍ର ଗଳ୍ପ)
  • ମରୁତୀର୍ଥର ଜଳ( ସତୁରୀ ଦଶକରେ କଲିକତାରୁ ପ୍ରକାଶିତ "ଆସନ୍ତାକାଲି"ରେ ପ୍ରକାଶିତ ପ୍ରବନ୍ଧ ଗୁଡିକର ସଂକଳନ)
  • ମୋ ଦୃଷ୍ଟିରେ[୨]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଜୀବନରଙ୍ଗ ଅନୁଷ୍ଠାନ ସମ୍ମାନ
  • ଚିନ୍ତାମଣି ପାଣିଗ୍ରାହି ମେମୋରିଆଲ ସମ୍ମାନ
  • ନାରଦ ସମ୍ମାନ(ବିଶ୍ୱ ସମ୍ବାଦ କେନ୍ଦ୍ରଦ୍ୱାରା ପ୍ରଦତ୍ତ)
  • ଜୀବନବ୍ୟାପି ଫଟୋ ସାମ୍ବାଦିକତା ପାଇଁ ପୁରସ୍କୃତ(ସ୍ୱରାଜ ପକ୍ଷରୁ)[୩]

ଆଧାର[ସମ୍ପାଦନା]

  1. http://orissa.gov.in/e-magazine/orissaannualreference/ORA-2004/pdf/state_level_accredited_correspondents_BBSR.pdf
  2. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2014-12-08. {{cite web}}: Cite has empty unknown parameter: |1= (help)
  3. http://www.orissabarta.com/index.php?option=com_content&view=article&id=6155:exclusive-interview-with-eminent-srtv-journalist-prasanta-patnaik&catid=37:interview