ପ୍ରମିଳା ଗିରି

ଉଇକିପିଡ଼ିଆ‌ରୁ
(Pramila Giriରୁ ଲେଉଟି ଆସିଛି)
ପ୍ରମିଳା ଗିରି
ବିଧାୟିକା: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀକାନ୍ଦରା ସୋରେନ
ନିର୍ବାଚନ ମଣ୍ଡଳୀବୈସିଙ୍ଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1957-01-01) ୧ ଜାନୁଆରୀ ୧୯୫୭ (ବୟସ ୬୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜନତା ପାର୍ଟି
ଜୀବନ ସାଥୀରସିକ ଚନ୍ଦ୍ର ଗିରି
ସନ୍ତାନ୨ ପୁଅ
ବାପା/ବୋଉସୁଦର୍ଶନ କୁଆଁର (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରମିଳା ଗିରି (ଜନ୍ମ:୧ ଜାନୁଆରୀ ୧୯୫୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପ୍ରମିଳା ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ବୈସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ପ୍ରମିଳା ଗିରି ୧୯୫୭ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ସୁଦର୍ଶନ କୁଆଁର । ସେ କଳାରେ ସ୍ନାତକ କରିଥିଲେ । ପ୍ରମିଳା ରସିକ ଚନ୍ଦ୍ର ଗିରିଙ୍କୁ ବିବାହ କରିଥିଲେ ।[୩] ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଅଛନ୍ତି । ପ୍ରମିଳାଙ୍କ ପତି ଭାରତୀୟ ସେନାର ଜଣେ ଅଧିକାରୀ ଥିଲେ ।[୪] ସେ ସମାଜ ସେବା କରିବା ପାଇଁ ପସନ୍ଦ କରନ୍ତି ।[୧] ପ୍ରମିଳା ଓଡ଼ିଆ, ଇଂରାଜୀ, ହିନ୍ଦୀ, ବଙ୍ଗଳା, ଆସାମୀ ଓ ଗୁଜରାଟି ଭାଷା ଜାଣିଛନ୍ତି ।[୫]

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରମିଳା ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ବୈସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ସହମତିରେ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ନିର୍ବାଚରେ ସେ ବିଜୟୀ ହୋଇ ସେ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬][୭] ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାର ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ ସେ କାର୍ଯ୍ୟ କରିଥିଲେ ।

ଏହି ବିଧାନ ସଭାରେ ପ୍ରମିଳା ଗୃହ ଆଦାୟ କମିଟି, ଗୃହ ମହିଳା ଓ ଶିଶୁ ବିକାଶ କଲ୍ୟାଣ ବିଭାଗ, ଗୃହ ସଦସ୍ୟମାନଙ୍କର ସୁବିଧା ସୁଯୋଗ ପାଇଁ ଗଠିତ କମିଟି, ହସ୍ତକଳା ଓ ହସ୍ତତନ୍ତ ବିଭାଗ ପାଇଁ ଗଠିତ କାର୍ଯ୍ୟକାରୀ କମିଟି, ଓଡ଼ିଶାର ଉତ୍ପାଦ ଶୁଳ୍କ ବିଲ, ୨୦୦୫ ଆଦିରେ ସେ ଜଣେ ସଦସ୍ୟ ଭାବରେ ୨୦୦୪ ମସିହାରୁ ୨୦୦୮ ମସିହାଯାଏଁ ବିଭିନ୍ନ ସମୟରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାରେ ପ୍ରମିଳା ଗିରି ଭାରତୀୟ ଜନତା ପାର୍ଟି ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୮]

ବିବାଦ[ସମ୍ପାଦନା]

ପ୍ରମିଳା ମିଥ୍ୟା ପ୍ରାମଣପତ୍ର ଦେଇ ସଂରକ୍ଷିତ ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ବୋଲି ଅଭିଯୋଗ ହୋଇଥିଲା ।[୯] ୨୦୦୮ ମସିହାରେ ତାଙ୍କ ବିଷୟରେ ଅଭିଯୋଗ ହୋଇଥିବାରୁ ସେ ୨୦୧୨ ଗିରଫ ହୋଇଥିଲେ ।[୮] ଗିରଫ ହେଲାବେଳକୁ ପ୍ରମିଳା ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବରେ କାର୍ଯ୍ୟ କରୁଥିଲେ ।[୮] ତାଙ୍କୁ ଭାରତୀୟ ସମ୍ବିଧାନର ଧାରା ୪୬୭, ୪୬୮, ୪୭୧ ଏବଂ ୪୨୦ରେ ଗିରଫ ହୋଇଥିଲେ । ପ୍ରମିଳାଙ୍କ ବିରୋଧରେ ବେତନଟୀ ବ୍ଲକ କଂଗ୍ରେସ ସଭାପତି ପ୍ରବୋଧ କୁମାର ପଣ୍ଡା ଏହି ଅଭିଯୋଗ ଆଣିଥିଲେ ।[୪] ପ୍ରମିଳା ଜନ୍ମରୁ ଗୋପାଳ ଥିଲେ, ମାତ୍ର ବିବାହ ପରେ ତାଙ୍କ ପତିଙ୍କ ଅନୁସାରେ ସେ ଆଦିବାସୀ ପ୍ରମାଣପତ୍ର ଦେଇ ନିର୍ବାଚନ ଲଢ଼ିଥିଲେ ।[୧୦] ନ୍ୟାୟାଳୟର ବିଚାର ଅନୁସାରେ, "ଜଣେ ବ୍ୟକ୍ତି ଜନ୍ମରୁ ଆଦିବାସୀ ହୋଇଥାଏ, ବିବାହ ପରେ ନୁହେଁ" ।[୧୦] ତେଣୁ ତାଙ୍କୁ ଗିରଫ କରାଯାଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Smt. Pramila Giri". odishaassembly.nic.in. Odisha Assembly. Retrieved 10 March 2019.
  2. "MLA Pramila Giri Profile | BAISINGA Constituency". naveenpatnaik.com. Archived from the original on 2022-09-20. Retrieved 2019-03-10.
  3. "Pramila Giri : (BJP) Bharatiya Janata Party , MLA , Baisinga Constituency". janpratinidhi.com. Janpratinidhi. Retrieved 11 March 2019.[permanent dead link]
  4. ୪.୦ ୪.୧ India, Press Trust of (2012-08-25). "Ex-MLA & BJD leader arrested in fake caste certificate case". Business Standard India. Retrieved 2019-03-11.
  5. "MLA Pramila Giri Profile | BAISINGA Constituency". www.odishahelpline.com. Retrieved 2019-03-10.
  6. "Baisinga assembly election results in Orissa". elections.traceall.in. Retrieved 2019-03-10.
  7. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୩୦୬. Retrieved 10 March 2019.
  8. ୮.୦ ୮.୧ ୮.୨ "Former MLA held - Times of India". The Times of India. Retrieved 2019-03-11.
  9. "Former MLA held for forgery". www.telegraphindia.com (in ଇଂରାଜୀ). Retrieved 2019-03-11.
  10. ୧୦.୦ ୧୦.୧ "Woman BJD leader who forged ST certificate to become MLA arrested - Indian Express". archive.indianexpress.com. Retrieved 2019-03-11.