Jump to content

ପ୍ରଦୀପ କୁମାର ଦିଶାରୀ

ଉଇକିପିଡ଼ିଆ‌ରୁ
(Pradip Kumar Dishariରୁ ଲେଉଟି ଆସିଛି)
ପ୍ରଦୀପ କୁମାର ଦିଶାରୀ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯  ଏବେଯାଏଁ
ପୂର୍ବ ଅଧିକାରୀବଳଭଦ୍ର ମାଝି
ନିର୍ବାଚନ ମଣ୍ଡଳୀଲାଞ୍ଜିଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1975-06-08) ୮ ଜୁନ ୧୯୭୫ (ବୟସ ୫୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପଦ୍ମାବତୀ ଦିଶାରୀ
ବାପା/ବୋଉପଦ୍ମନାଭ ଦିଶାରୀ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରଦୀପ କୁମାର ଦିଶାରୀ (ଜନ୍ମ: ୮ ଜୁନ ୧୯୭୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଲାଞ୍ଜିଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ପ୍ରଦୀପ କୁମାର ଦିଶାରୀ ୧୯୭୫ ମସିହାର ଜୁନ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପଦ୍ମନାଭ ଦିଶାରୀ ଓ ପତ୍ନୀଙ୍କ ନାମ ପଦ୍ମାବତୀ ଦିଶାରୀ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ପ୍ରଦୀପ କୁମାର ଦିଶାରୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ।[] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[]

୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ଭାବରେ ଲାଞ୍ଜିଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ବଳଭଦ୍ର ମାଝିଙ୍କଠାରୁ ୨୪,୮୯୫ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[]

୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେଡିର ପ୍ରାର୍ଥୀ ଭାବରେ ପୁଣିଥରେ ଲାଞ୍ଜିଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୨,୪୧୩ ଖଣ୍ଡ ଭୋଟ୍ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଶିବାଜୀ ମାଝିଙ୍କୁ ୧୪,୩୦୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

  1. 1 2 "Shri Pradip Kumar Dishari". odishaassembly.nic.in. Odisha Assembly. Retrieved 8 June 2021.
  2. 1 2 Giri, Smruti Sangita (11 April 2019). "ଲାଞ୍ଜିଗଡ଼ର 'ଗଡ଼' ହାତେଇବ କିଏ ?". Kanak News (in ଓଡ଼ିଆ). kanaknews.com. Archived from the original on 25 October 2020. Retrieved 31 May 2021.{{cite news}}: CS1 maint: unrecognized language (link)
  3. "Lanjigarh Assembly Election Results 2019 Live: Lanjigarh Constituency (Seat) Election Results, Live News". News18. Retrieved 8 June 2021.

ବାହାର ଆଧାର

[ସମ୍ପାଦନା]