Jump to content

ପ୍ରଧାନପାଟ ଜଳପ୍ରପାତ

Coordinates: 21°33′04″N 84°44′13″E / 21.5511579°N 84.7369685°E / 21.5511579; 84.7369685
ଉଇକିପିଡ଼ିଆ‌ରୁ
(Pradhanpat Waterfallରୁ ଲେଉଟି ଆସିଛି)
ପ୍ରଧାନପାଟ ଜଳପ୍ରପାତ
ଓଡ଼ିଶାର ଦେବଗଡ଼ ଜିଲ୍ଲାର ପ୍ରଧାନପାଟ ଜଳପ୍ରପାତ
ଅବସ୍ଥାନଦେବଗଡ଼ ଜିଲ୍ଲା, ଓଡ଼ିଶା, ଭାରତ
ଦିଗବାରେଣି21°33′04″N 84°44′13″E / 21.5511579°N 84.7369685°E / 21.5511579; 84.7369685
ଉଚ୍ଚତା165 feet (50 m)
ଖାଲମାନଙ୍କ ସଂଖ୍ୟା

ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଦେବଗଡ଼ ଜିଲ୍ଲାର ଏକ ପ୍ରାକୃତିକ ଜଳପ୍ରପାତ ଏବଂ ପର୍ଯ୍ୟଟନ ସ୍ଥାନ ।[] ୧୬୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟିରେ ୭ଟି କୁଣ୍ଡ ଅଛି ।[]

ଅବସ୍ଥିତି

[ସମ୍ପାଦନା]

ଏହି ଜଳପ୍ରପାତ ଦେଓଗଡ଼ ଜିଲ୍ଲା ସଦର ମହକୁମା ଠାରୁ ଉତ୍ତର ଦିଗରେ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ । ଶାଳ ଗଛ ଘେରା ଜଙ୍ଗଲ ଭିତରେ ଅବସ୍ଥିତ ଏହି ଜଳପ୍ରପାତର ପାଦଦେଶରେ ରହିଛି ମା’ ପଧାନୀଙ୍କ ମନ୍ଦିର ।[][] ଜଳପ୍ରପାତ ଉପରେ ସାତୋଟି ଜଳକୁଣ୍ଡ ଅଛି, ଯାହାକୁ ପର୍ଯ୍ୟଟକ ଉପରକୁ ଯାଇ ଦେଖିପାରିବେ । ପର୍ଯ୍ୟଟକଙ୍କ ରହଣି ପାଇଁ ରହିଛି ଦୁଇଟି ଡାକବଙ୍ଗଳା ବସନ୍ତ ନିବାସ ଓ ଲଲିତ ବସନ୍ତ ଏବଂ ପୌର ପରିଷଦ ଦ୍ୱାରା ପରିଚାଳିତ ଅତିଥି ନିବାସ ରହିଛି । ଏହି ଶୈଳନିବାସ ଦ୍ୱୟ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ (୧୯୦୩-୧୯୦୬) ନିର୍ମାଣ କରିଥିଲେ ।[] ଶୀତ ଦିନରେ ବହୁତ ଲୋକ ଏଠାକୁ ଭୋଜି କରିବା ପାଇଁ ଆସନ୍ତି ।[]

ପାନୀୟଜଳ

[ସମ୍ପାଦନା]

ଏହି ଜଳପ୍ରପାତରୁ ନିର୍ଗତ ଜଳରାଶି ଦେବଗଡ଼ ସହରବାସୀଙ୍କ ପାଇଁ ପାନୀୟ ଜଳର ଏକ ବଡ଼ ଉତ୍ସ ଅଟେ । ଏହି ଝରଣାର ଜଳକୁ ଜନସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ବିଶୋଧନ କରାଯାଇ ପାଇପ ଯୋଗେ ସହରବାସୀଙ୍କୁ ଯୋଗାଇ ଦିଆଯାଉଛି । କିନ୍ତୁ, କିଛି ବର୍ଷ ହେଲା ଏହି ଜଳପ୍ରପାତର ଜଳଧାରା କ୍ରମାଗତ ଶୁଖିବାରେ ଲାଗିଛି । ଏହାର ଜଳଧାରଣ କ୍ଷମତା ମଧ୍ୟ ହ୍ରାସ ପାଉଛି । ଫଳରେ ଦେବଗଡ଼ ସହରରେ ଏବେ ପାନୀୟଜଳ ସଙ୍କଟ ଦେଖାଦେଇଛି ।[][]

  1. Digital, Sambad (2020-07-18). "ପ୍ରଧାନପାଟ ଜଳପ୍ରପାତ କୁଣ୍ଡରେ ଖସି ଫାର୍ମାସି ଛାତ୍ର ମୃତ". Sambad. Retrieved 2025-11-01.
  2. Dharitri (2017-01-14). "ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2025-11-01.
  3. "Pradhanpat". Deogarh District Administration (in Indian English). Government of Odisha. Archived from the original on 25 June 2024. Retrieved 1 November 2025.
  4. Senapati, Sangram Keshari (2018-06-18). "Pradhanpat Waterfall: A Scenic and Serene Destination in Deogarh, Odisha". My Photography ~ Gapu Photography (in ଆମେରିକୀୟ ଇଂରାଜୀ). Retrieved 2025-11-01.
  5. "ପ୍ରଧାନପାଟ ଜଳପ୍ରପାତ". ଦେବଗଡ଼ ଜିଲ୍ଲା ପ୍ରଶାସନ (in Odia). ଓଡ଼ିଶା ସରକାର. Retrieved 1 November 2025.{{cite web}}: CS1 maint: unrecognized language (link)
  6. Dharitri; Mohanty, Padmini (2024-10-12). "ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2025-11-01.
  7. Bharat, E. T. V. (2024-04-20). "ଶୁଖୁଛି ପ୍ରଧାନପାଟ ଜଳପ୍ରପାତ, ପାନୀୟ ଜଳ ସଙ୍କଟରେ ଦେବଗଡ଼ ସହରବାସୀ - Pradhanpat waterfall". ETV Bharat News. Retrieved 2025-11-01.
  8. Digital, Sambad (2024-04-06). "ଶୁଖିଯାଉଛି ପ୍ରଧାନପାଟ ଜଳପ୍ରପାତ: ହଜିଯାଉଛି ଜଙ୍ଗଲର ଶୋଭାରାଜି, ସତ ହେଲା ରାଜାଙ୍କ ଆଶଙ୍କା". Sambad. Retrieved 2025-11-01.