ପ୍ରସବପର ରକ୍ତସ୍ରାବ

ଉଇକିପିଡ଼ିଆ‌ରୁ
(Postpartum bleedingରୁ ଲେଉଟି ଆସିଛି)
ପ୍ରସବପର ରକ୍ତସ୍ରାବ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିପ୍ରସୂତୀ ବିଜ୍ଞାନ[*]
ଆଇସିଡ଼ି-୧୦O72.
ଆଇସିଡ଼ି-୯-ସିଏମ୍666
ଇ-ମେଡ଼ିସିନarticle/275038
Patient UKପ୍ରସବପର ରକ୍ତସ୍ରାବ
MeSHD006473

ପ୍ରସବପର ରକ୍ତସ୍ରାବ, ଇଂରାଜୀରେ ପୋଷ୍ଟପାର୍ଟମ୍ ବ୍ଲିଡିଙ୍ଗ (Postpartum bleeding) କିମ୍ବା ପୋଷ୍ଟପାର୍ଟମ୍ ହେମୋରେଜ ( postpartum hemorrhage), ସଂକ୍ଷେପରେ ପି.ପି.ଏଚ. (PPH) ସଂଜ୍ଞାନୁସାରେ ପିଲା ଜନ୍ମ ହେବା ପରେ ୨୪ ଘଣ୍ଟା ମଧ୍ୟରେ ୫00 ମିଲିରୁ ଅଧିକ କିମ୍ବା or 1,000 ମିଲି ରକ୍ତସ୍ରାବ ହେଲେ ଏହି ନାମ ଦିଆଯାଏ । [୧] ଅନ୍ୟ କେତେକଙ୍କ ମତାନୁସାରେ ରୋଗୀର ସ୍ୱଳ୍ପ ରକ୍ତ ଲକ୍ଷଣ ଓ ଚିହ୍ନ ଥିବା ଆବଶ୍ୟକ । [୨] ଚିହ୍ନ ଓ ଲକ୍ଷଣ ମଧ୍ୟରେ ଅଧିକ ହୃତ୍‌ପିଣ୍ଡ ଗତି, ଠିଆ ହେଲେ ଅଚେତ ହେଲା ଭଳି ଲାଗିବା ଓ ଦୃତ ଶ୍ୱାସ ଗତି ଉଲ୍ଲେଖ‌ଯୋଗ୍ୟ । [୩] ଅତ୍ୟଧିକ ରକ୍ତସ୍ରାବ ହେଲେ ମହିଳା ଥଣ୍ଡା ଅନୁଭବ କରେ, ରକ୍ତଚାପ କମିଯାଏ ଓ ଅସ୍ଥିରତା ଅନୁଭବ କରି ଅଚେତ ହୋଇପାରେ । [୩] ଏହି ରୋଗ ପ୍ରସବ ପରଠାରୁ ୬ ସପ୍ତାହ ମଧ୍ୟରେ ହୋଇପାରେ । [୨]

ଏପରି ରକ୍ତସ୍ରାବ ହେବାର ମୂଖ୍ୟ କାରଣ ହେଲା ପିଲା ଜନ୍ମ ହେବା ପରେ ପରେ ଯଥେଷ୍ଟ ଜରାୟୁ ସଙ୍କୋଚନର ଅଭାବ । ପ୍ଲାସେଣ୍ଟାର ଅଂଶ ବାହାରି ନ ପାରି ରହିଯିବା, ଜରାୟୁ ଚିରି ହେବା ଓ ରକ୍ତ ଜମାଟ ନ ବାନ୍ଧିବା ଆଦି କାରଣ ଯୋଗୁ ମଧ୍ୟ ଏହି ରକ୍ତସ୍ରାବ ହୁଏ । ସାଧାରଣତଃ ଆନିମିଆ, ଏସିଆର ଲୋକ, ଏକାଧିକ ଛୁଆ ଜନ୍ମ, ମୋଟାପା ଓ ୪୦ ବର୍ଷ ବୟସ ପରେ ପିଲା ଜନ୍ମ ହେଲେ ଏହି ରକ୍ରସ୍ରାବ ସମ୍ଭାବନା ଅଧିକ ହୁଏ । ସିଜରିଆନ ଅପରେଶନ ପରେ, ଲେବର ନିମନ୍ତେ ଔଷଧ ଦିଆଯାଇଥିଲେ ଓ ଏପିସିଓଟୋମି ଅପରେଶନ୍ ହୋଇଥିଲେ ରକ୍ତସ୍ରାବ ହୋଇପାରେ । [୧]

ଜଣାଶୁଣା ସଙ୍କଟଜନ‌କ ଅବସ୍ଥା ଥିଲେ ତାହା ନ ହେବା ନିମନ୍ତେ ବ୍ୟବସ୍ଥା କରାଯାଏ ଓ ଛୁଆ ଜନ୍ମ ହେବା ସଙ୍ଗେ ସଙ୍ଗେ ଅକ୍ସିଟୋସିନ ଦେଇ ଜରାୟୁ ସଙ୍କୁଚିତ କରିବାକୁ ଚେଷ୍ଟା କରାଯାଏ । ଅସୁବିଧା ଥିଲେ ଅକ୍ସିଟୋନିନ ବଦଳରେ ମିସୋପ୍ରୋସ୍ଟୋଲ ଦିଆଯାଇପାରେ । ଶୀରାମାଧ୍ୟମ ତରଳ ପଦାର୍ଥ, ରକ୍ତ ଟ୍ରାନ୍ସଫ୍ୟୁଜନ ଓ ଏରଗୋଟାମିନ ଔଷଧ ଦେଇ ଚିକିତ୍ସା କଲେ ଅଧିକ ଜରାୟୁ ସଙ୍କୋଚନରେ ସୁବିଧା ହୁଏ । କୌଣସି ଔଷଧ କାମ ନ କଲେ ହାତଦ୍ୱାରା ଜରାୟୁକୁ ଚିପି ଧରିଲେ ରକ୍ତସ୍ରାବ ବନ୍ଦ ହୋଇଯାଏ । ପେଟକୁ ଚିପି ଧରିଲେ ମହାଧମନୀ ମଧ୍ୟ ଚିପି ହୋଇଯାଏ । ଅନ୍ୟ ସୁବିଧା ବା ଅପରେଶନ ହେବା ପର୍ଯ୍ୟନ୍ତ ନନ୍ ନିଉମାଟିକ ଆଣ୍ଟି-ସକ୍ ଗାରମେଣ୍ଟ ବ୍ୟବ‌ହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରିଛି । [୧]

ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୧.୨% ପ୍ରସବ ପରେ ପିପିଏଚ ହୁଏ ଓ ପି.ପି.ଏଚ. ହେଲେ ୩ % ମହିଳା ମୃତ୍ୟୁ ବରଣ କରନ୍ତି । [୧] ସାରା ପୃଥିବୀରେ ଏହା ଯୋଗୁ ବାର୍ଷକ ୪୪,୦୦୦ରୁ ୮୬,୦୦୦ ମୃତ୍ୟୁ ହୋଇ ଗର୍ଭାବସ୍ଥା ସମ୍ପର୍କୀୟ କାରଣ ଯୋଗୁ ଏହା ପ୍ରଥମ ସ୍ଥାନ ଅଧିକାର କରିଛି । [୧][୪] ପ୍ରସବୋତ୍ତର ରକ୍ତସ୍ରାବ ଯୋଗୁ ଆମେରିକାରେ ପ୍ରାୟ ୧୦୦,୦୦୦ ପ୍ରସବ ପରେ ୦.୪ ମହିଳା ମୃତ୍ୟୁ ବରଣ କରନ୍ତି, ସବ୍-ସାହାରା ଆଫ୍ରିକାରେ ସେହି ୧୦୦,୦୦୦ ପସବ ପରେ ୧୫୦ ଜଣ ମହିଳା ମୃତ୍ୟୁ ବରଣ କରନ୍ତି । ଆମେରିକାରେ ୧୮୦୦ ଶତାବ୍ଦୀ ଶେଷ ଆଡ଼କୁ ମୃତ୍ୟୁ ହାର ଯଥେଷ୍ଟ କମିଯାଇଛି । [୧]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Weeks, A (January 2015). "The prevention and treatment of postpartum haemorrhage: what do we know, and where do we go to next?". BJOG : an international journal of obstetrics and gynaecology. 122 (2): 202–10. doi:10.1111/1471-0528.13098. PMID 25289730.
  2. ୨.୦ ୨.୧ Gibbs, Ronald S (2008). Danforth's obstetrics and gynecology (10th ed. ed.). Philadelphia: Lippincott Williams & Wilkins. p. 453. ISBN 9780781769372. {{cite book}}: |edition= has extra text (help)
  3. ୩.୦ ୩.୧ Lynch, Christopher B- (2006). A textbook of postpartum hemorrhage : a comprehensive guide to evaluation, management and surgical intervention. Duncow: Sapiens Publishing. pp. 14–15. ISBN 9780955228230.
  4. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)