Jump to content

ପୋର୍ଟାଲ:ବୈଷୟିକ ବିଜ୍ଞାନ

ଉଇକିପିଡ଼ିଆ‌ରୁ
(Portal:ବୈଷୟିକ ବିଜ୍ଞାନରୁ ଲେଉଟି ଆସିଛି)

ବୈଷୟିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା

ସୁପର୍ କମ୍ପୁଟର - ମିରା
ସୁପର୍ କମ୍ପୁଟର - ମିରା

ବୈଷୟିକ ବିଜ୍ଞାନ ହେଉଛି ବିଜ୍ଞାନର ଏକ ଶାଖା, ଯାହାକି ପ୍ରୟୋଗାତ୍ମକ ଦିଗକୁ ସୁଚାଇଥାଏ । ବିଭିନ୍ନ ଯନ୍ତ୍ର, ଉପକରଣ, ଆକୃତି, ସିଷ୍ଟମ ଓ ପଦାର୍ଥ ର ଗଠନ, ମରାମତି ଆଦି ପାଇଁ ବୈଜ୍ଞାନିକ, ଅର୍ଥନୈତିକ, ସାମାଜିକ ଓ ପ୍ରୟୋଗାତ୍ମକ ଜ୍ଞାନକୌଶଳର ବ୍ୟବହାରକୁ ବୈଷୟିକ ବିଜ୍ଞାନ ବା ଇଞ୍ଜିନିୟରିଂ କୁହାଯାଏ ।

ପୁରା ପଢନ୍ତୁ....

ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦାଦ୍ଵୟ τέχνη, techne, "କଳା, କୌଶଳ, ହାତର ଚମତ୍କାରିତା"; ଏବଂ -λογία, -logia "ଅଧ୍ୟୟନ" ରୁ ଅସିଛି । ଏହା ବ୍ୟବହାରିକ ବିଜ୍ଞାନକୁ ସୁଚାଇଥାଏ । କୌଣସି ସମସ୍ୟାର ସମାଧାନ, ପୂର୍ବରୁ ପ୍ରଚଳିତ ସମାଧାନର ଉନ୍ନତି କିମ୍ବା ଜୀବନ ଧାରଣ ମାନରେ ଉନ୍ନତି ପାଇଁ କୌଣସି ଏକ ଯନ୍ତ୍ର, ଉପକରଣ, କଳା କିମ୍ବା କୌଶଳ ର ଗଠନ, ପରିବର୍ତ୍ତନ, ବ୍ୟବହାର ଓ ଜ୍ଞନ ଆହରଣ କୁ ଆମେ ପ୍ରଯୁକ୍ତି ବିଦ୍ୟା କହିଥାଉ ।

ପୁରା ପଢନ୍ତୁ....

ବଛା ଲେଖା

ଇଣ୍ଟରନେଟ‎
ଇଣ୍ଟରନେଟ (Internet) ହେଉଛି ଏକ ଆନ୍ତର୍ଜାତିକ ମେଳଣ ଯେଉଁଠି ନିଜନିଜ ଭିତରେ ଅନେକ କମ୍ପ୍ୟୁଟର ଯୋଡି ହୋଇ ରହିଥାନ୍ତି, ଯାହାକି କମ୍ପ୍ୟୁଟର ବ୍ୟବହାର କରୁଥିବା ଓ ଅଲଗା ଅଲଗା ଜାଗାରେ ଥିବା ଲୋକମାନଙ୍କୁ ଜ୍ଞାନ, ଭାବ ଆଦିର ଦେବା ନେବା କରିବାରେ ସାହାଯ୍ୟ କରେ ।

ପ୍ରଥମେ ଇଣ୍ଟରନେଟର ବ୍ୟବହାର ଏକ ବୈଜ୍ଞାନିକ କର୍ମଶାଳାରେ ପରସ୍ପର ସହ ସଂପର୍କ ରଖିବା ପାଇଁ କରାଯାଇଥିଲା । ହେଲେ ପରେ ପରେ ଏହାକୁ ବିଶ୍ଵବ୍ୟାପୀ ଇଣ୍ଟରନେଟରେ ପରିଣତ କରି ଦିଆଗଲା ।

ବର୍ତ୍ତମାନ ଇଣ୍ଟରନେଟ ମାଧ୍ୟମରେ ଇମେଲ ପାଇବା/ପଠାଇବା, ଚାଟିଙ୍ଗ କରିବା, ଆଦି କାମ ସହଜରେ ହୋଇ ପାରୁଥିବା ବେଳେ ସୂଚନା ଆଦାନ ପ୍ରଦାନ ମଧ୍ୟ ହୋଇ ପାରୁଛି । ଇଣ୍ଟରନେଟ ପରିବର୍ତ୍ତନଶୀଳ, ତେଣୁ ଦିନକୁ ଦିନ ଏଥିରେ ନୁଆ ନୁଆ ଜ୍ଞାନ କୌଶଳର ବ୍ୟବହାର ହେଉଛି । ଏବେ ଆମେ ନିଜ ଘରେ ବସି ଇଣ୍ଟରନେଟ ମାଧ୍ୟମରେ ବିଶ୍ଵରେ ଘଟୁଥିବା ଅଗଣିତ ଘଟଣା ବିଷୟରେ ଜାଣିପାରୁଛେ ଏବଂ ଦେଖିପାରୁଛେ ।

ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...

ବଛା ଜୀବନୀ

ମାଇକେଲ ଫାରାଡ଼େ
ମାଇକେଲ ଫାରାଡ଼େ
b. ୧୭୯୨/୧୮୬୭

ମାଇକେଲ ଫାରାଡ଼େ, ଇଂରେଜ ପଦାର୍ଥ ବିଜ୍ଞାନୀ ଏବଂ ରସାୟନବିଦ ଥିଲେ । ସେ ବିଦ୍ୟୁତ୍-ସ୍ରୋତ ର ଚୁମ୍ବକୀୟ ପ୍ରଭାବ ଆବିଷ୍କାର କରିଥିଲେ । ସେ ବିଦ୍ୟୁତ୍-ଚୁମ୍ବକୀୟ ପ୍ରେରଣ ର ଗବେଷଣା କରି ତାକୁ ନିୟମଭୁକ୍ତ କରିଥିଲେ । ଏହା ଦ୍ୱାରା ଡାଇନାମୋ ଏବଂ ବିଦ୍ୟୁତ୍ ମୋଟର ର ନିର୍ମାଣ ହୋଇଥିଲା । ପରେ 'ଗସ' (Gauss) ଙ୍କର ବିଦ୍ୟୁତ-ଚୁମ୍ବକତ୍ଵର ଚାରି ସମୀକରଣ ରେ ଫାରାଡ଼େଙ୍କର ଏହି ନିୟମ ମଧ୍ୟ ମିଶିଲା । ଫାରାଡ଼େ ବିଦ୍ୟୁତ୍ ରସାୟନ ଉପରେ ମଧ୍ୟ ଅନେକ ଗବେଷଣା କରିଥିଲେ ଏବଂ ଦୁଇଟି ନିୟମ ମଧ୍ୟ ଦେଇଥିଲେ ।

ଏହି ମହାନ ବୈଜ୍ଞାନିକଙ୍କର ଜନ୍ମ ୨୨ ସେପ୍ଟେମ୍ବର, ୧୭୯୧ ରେ ହୋଇଥିଲା । ତାଙ୍କ ପିତା ବହୁତ ଗରିବ ଥିଲେ ଓ କମାର କାମ କରୁଥିଲେ । ସେ ପେଷାଗତ ଜୀବନ ଲଣ୍ଡନରେ ବହିବନ୍ଧାଳୀ ଚାକିରୀରୁ ଆରମ୍ଭ କରିଥିଲେ । ସମୟ ମିଳିଲେ ସେ ରସାୟନ ଏବଂ ବିଦ୍ୟୁତ୍ ଆଧାରିତ ପୁସ୍ତକ ପଢୁଥିଲେ । ସନ୍ ୧୮୧୩ ରେ ପ୍ରସିଦ୍ଧ ରସାୟନବିଦ, ସାର୍ ହାମ୍ପ୍ରୀ ଡେଭୀଙ୍କର ଉଦବୋଧନ ଶୁଣିବାର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହେଲା । ଏହି ଉଦବୋଧନ ଉପରେ ଟୀକା ଲେଖି ଫାରାଡ଼େ ଡେଭୀଙ୍କ ପାଖକୁ ପଠାଇଲେ । ସାର୍ ହାମ୍ପ୍ରୀ ଡେଭୀ ଏହି ଟୀକା ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହେଲେ ଓ ନିଜ ଗବେଷଣାଗାରରେ ତାଙ୍କୁ ସହଯୋଗୀ ରଖିଲେ । ଫାରାଡ଼େ ମନଧ୍ୟାନ ଦେଇ କାମ କଲେ ଓ ୧୮୩୩ ଖ୍ରୀଷ୍ଟାବ୍ଦରେ ରୟାଲ୍ ଇନ୍‌ଷ୍ଟିଚ୍ୟୁଟ୍ ରେ ରସାୟନ ଅଧ୍ୟାପକ ହେଲେ ।

ଆହୁରି ଅନେକ ନିର୍ବାଚିତ ଜୀବନୀ ପଢନ୍ତୁ... ଅଧିକ ପଢନ୍ତୁ...

ବଛା ଛବି

Credit: Siemens Pressebild

A steam turbine is a device that extracts thermal energy from pressurized steam and uses it to do mechanical work on a rotating output shaft.

ଆହୁରି ଅନେକ ନିର୍ବାଚିତ ଛବି... ଅଧିକ ପଢନ୍ତୁ...

ଶ୍ରେଣୀ ଗୁଡ଼ିକ

ବିଦ୍ୟୁତ ଉତ୍ପାଦନ
ବିଦ୍ୟୁତ ଉତ୍ପାଦନ

ଆପଣ କିପରି ସହଯୋଗ କରିପାରିବେ

ବୈଷୟିକ ବିଜ୍ଞାନ ସମ୍ପର୍କିତ ଲେଖା ଗୁଡିକୁ ଗଢିବାରେ ଓ ପୂର୍ବରୁ ଥିବା ଲେଖା ଗୁଡ଼ିକର ଉନ୍ନତି କରିବା ପାଇଁ ଆପଣଙ୍କ ସହଯୋଗ ଆବଶ୍ୟକ । ତଳେ କିଛି ଦରକାରୀ ଲେଖା ଗୁଡ଼ିକର ତାଲିକା ଦିଆଗଲା ।

ଗଢିବାକୁ ଥିବା ଲେଖା:

ଲେଖା ଗୁଡ଼ିକର ତାଲିକା:
ଯାନ୍ତ୍ରିକ ବିଜ୍ଞାନବୈଦୁତିକ ବିଜ୍ଞାନକମ୍ପ୍ୟୁଟର ବିଜ୍ଞାନସୂଚନା ପ୍ରଯୁକ୍ତି ବିଦ୍ୟାଜୀବନୀଇତିହାସବିବିଧ
ଉଦାହରଣଉଦାହରଣଉଦାହରଣଉଦାହରଣଉଦାହରଣଉଦାହରଣଉଦାହରଣ

ଉନ୍ନତି ଆବଶ୍ୟକ କରୁଥିବା ଲେଖା:

Purge server cache