ପୋକିରି

ଉଇକିପିଡ଼ିଆ‌ରୁ
(Pokiriରୁ ଲେଉଟି ଆସିଛି)
ପୋକିରି
ନିର୍ଦ୍ଦେଶକପୁରୀ ଜଗନ୍ନାଧ
ପ୍ରଯୋଜକପୁରୀ ଜଗନ୍ନାଧ
ମଞ୍ଜୁଳା ଘଟ୍ଟମନେନି
ସଂଳାପପୁରୀ ଜଗନ୍ନାଧ
କଳାକାର
ସଙ୍ଗୀତମଣି ଶର୍ମା
ଚିତ୍ରଗ୍ରହଣଶ୍ୟାମ କେ. ନାଇଡ଼ୁ
ସମ୍ପାଦକକେ ଭେଙ୍କଟେଶ
Production
company
ଇନ୍ଦିରା ପ୍ରଡକ୍ସନ
ବୈଷ୍ନ ଏକାଡେମୀ
ମୁକ୍ତିଲାଭ ତାରିଖ
୨୮ ଅପ୍ରେଲ ୨୦୦୬
କଥାଚିତ୍ରର ସମୟ
୧୬୮ ମିନିଟ୍
ଦେଶଭାରତ
ଭାଷାତେଲୁଗୁ
ଖର୍ଚ୍ଚ୧୦-୧୨ କୋଟି[୧][୨]
ମୋଟ ଆୟ୬୬ କୋଟି[୩][୪]

ପୋକିରି, ୨୦୦୬ରେ ମୁକ୍ତିଲାଭ କରିଥିବା ତେଲୁଗୁ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୁରୀ ଜଗନ୍ନାଧ ଏବଂ ମଞ୍ଜୁଳା ଘଟ୍ଟମନେନି । ପୁରୀ ଜଗନ୍ନାଧ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫] ସଙ୍ଗୀତ ନିର୍ଦ୍ଦେଶକ ମଣି ଶର୍ମା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୬]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମହେଶ ବାବୁ ଓ ଇଲିଆନା ଡିକ୍ରୁଜ୍ ।[୭] ପ୍ରକାଶ ରାଜ, ବ୍ରହ୍ମାନନ୍ଦମ, ନସାର୍, ଆଶିଷ ବିଦ୍ୟାର୍ଥୀ, ଶିବାଜୀ ସିନ୍ଧେ, ଅଜୟ, ଅଲ୍ଲୀ ବେଶୁ ମାଧବ, ସତ୍ୟା ପ୍ରକାଶ, ଇସାଇ, ସୁବ୍ୱାରାଜୁ, ଜ୍ୟୋତି ରାଣା, ମାଷ୍ଟର ଭରତ, ମୁମାଇଥ୍ ଖାନ୍, ପୃଥୀରାଜ, ନରସିଂହ ଯାଦବ, ଜି.ଭି. ସୁଧାକର ନାଇଡ଼ୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୮]

ଏହି କଥାଚିତ୍ରଟିର ୨୦୦୭ ମସିହାରେ ତାମିଲ ଭାଷାରେ, ୨୦୦୯ରେ ହିନ୍ଦୀ ଏବଂ ୨୦୧୦ରେ କନ୍ନଡ଼ ଭାଷାରେ ପୁନଃନିର୍ମିତ ହୋଇଥିଲା । ତାମିଲରେ ବିଜୟ ଓ ଅସିନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ[୯], ହିନ୍ଦୀ ସଲମାନ ଖାଁ ଓ ଆୟେଶା ଟକିଆ[୧୦] ଏବଂ କନ୍ନଡ଼ରେ ଦର୍ଶନ ଓ ପ୍ରଣୀତା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୧୧]

ଅଭିନୟ[ସମ୍ପାଦନା]

  • ମହେଶ ବାବୁ
  • ଇଲିଆନା ଡିକ୍ରୁଜ୍
  • ପ୍ରକାଶ ରାଜ
  • ବ୍ରହ୍ମାନନ୍ଦମ
  • ନସାର୍
  • ଆଶିଷ ବିଦ୍ୟାର୍ଥୀ
  • ଶିବାଜୀ ସିନ୍ଧେ
  • ଅଜୟ
  • ଅଲ୍ଲୀ
  • ବେଶୁ ମାଧବ
  • ସତ୍ୟା ପ୍ରକାଶ
  • ଇସାଇ
  • ସୁବ୍ୱାରାଜୁ
  • ଜ୍ୟୋତି ରାଣା
  • ମାଷ୍ଟର ଭରତ
  • ମୁମାଇଥ୍ ଖାନ୍[୧୨]
  • ପୃଥୀରାଜ
  • ନରସିଂହ ଯାଦବ
  • ଜି.ଭି. ସୁଧାକର ନାଇଡ଼ୁ

କାହାଣୀ[ସମ୍ପାଦନା]

ହାଇଦ୍ରାବାଦରେ ଚାଲୁଥିବା ମାଫିଆରାଜ୍‌କୁ ଶେଷ କରିବା ପାଇଁ ଜଣେ ପୋଲିସ ଅଧିକାରୀ ତାଙ୍କର ସବୁଠାରୁ ଭଲ ଆଇ.ପି.ଏସ୍ ନିଯୁକ୍ତ ଯୁବକ‌ କ୍ରିଷ୍ଣା ମନୋହରକୁ କାମରେ ଲାଗାଇଥିଲେ । ମାତ୍ର ସେ ସିଧାସଳଖ କାମ ନ କରି ନିଜେ ଜଣେ ଗୁଣ୍ଡା ଭାବରେ ଗୋଟିଏ ଗ୍ୟାଙ୍ଗ୍‌ ସ‌ହ ମିଶି କାମ କରୁଥିଲା । ସେ ପ୍ରଥମେ ନାରାୟଣ ନାମକ ଜଣେ ଲୋକ ଅଧିନରେ କାମ କରୁଥିଲା, ମାତ୍ର ପରେ ଦୁଇବାରେ ରହି ଭାରତରେ ନିଜର କଳାକାରନାମା ଜାରି ରଖିଥିବା ଅଲ୍ଲୀ ଭାଇ ଗ୍ୟାଙ୍ଗ୍‌ରେ ମିଶିଗଲା ।

ଏହାପରେ ସେ ସେହି ଗ୍ୟାଙ୍ଗ୍‌ରେ ମିଶି ଭଲ କାମ କଲା, ଅଧିକାଂଶ ସମୟରେ ତା' ଉପରେ ଆକ୍ରମଣ ମଧ ହେଉଥିଲା, ମାତ୍ର ସେ କିଏ ଆଉ କ'ଣ କରେ ବୋଲି କେହି ଜାଣିନଥିଲେ । ସମସ୍ତ ମଧ୍ୟ ତାକୁ ଗୁଣ୍ଡା ବୋଲି ଭାବୁଥିଲେ । ଶ୍ରୁତି ନାମକ ଗୋଟିଏ ଝିଅ ତାକୁ ଭଲ ପାଉଥିଲା, କାରଣ ସେ ତାକୁ ଜଣେ ବଦମାସ ପୋଲିସ କର୍ମଚାରୀଠାରୁ ବଞ୍ଚେଇଥିଲା । କିନ୍ତୁ ସେ ଗୁଣ୍ଡା ବୋଲି ତାକୁ ମଧ୍ୟ ଡର ଲାଗୁଥିଲା ।

ଏହାପରେ ସ‌ହରରେ ଅଲ୍ଲୀଭାଇର ଗ୍ୟାଙ୍ଗ୍‌ରେ ଅସୁବିଧା ହେବାରୁ ସେ ଦୁବାଇରୁ ହାଇଦ୍ରାବାଦ ଆସିଲା, ସେତେବେଳେ ତାକୁ ପୋଲିସ୍ ଗିରଫ କଲା ଏବଂ ତାକୁ ଲୁଚାଇ ରଖାଗଲା । ମାତ୍ର ତା'ର ଗ୍ୟାଙ୍ଗ୍‌ର ଲୋକମାନେ ପୋଲିସ୍ କମିଶନର୍‌ର ଝିଅକୁ ଅପ‌ହରଣ କରିନେବାରୁ ତା' ବଦଳରେ ଅଲ୍ଲୀ ଭାଇକୁ ଛାଡ଼ିବାକୁ ପଡ଼ିଲା । ଏହାପରେ ଅଲ୍ଲୀ ଗ୍ୟାଙ୍ଗ୍‌ରେ ଜଣେ ଅଣ୍ଡରକଭର୍ ପୋଲିସ୍ ଥିବା କଥା ଜଣିବାପରେ ସେ କ୍ରୀଷ୍ଣାର ବାପାକୁ ହତ୍ୟା କରିଦେଲା । ଏହାପରେ ସମସ୍ତେ କ୍ରୀଷ୍ଣାକୁ ଦେଖିଲେ । ଅଲ୍ଲୀଭାଇ ଦେଶ ଛାଡ଼ି ଚାଲିଯିବା ଆଗରୁ କ୍ରୀଷ୍ଣା ତା'ର ସମସ୍ତ ଗ୍ୟାଙ୍ଗ୍‌କୁ ନଷ୍ଟ କରିଦେଲା ଏବଂ ଅଲ୍ଲୀ ଭାଇକୁ ହତ୍ୟା କଲା ।

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଣି ଶର୍ମା । ଭାସ୍କରଭଟଲା, କଣ୍ଡିକୋଣ୍ଡା, ବିଶ୍ୱା ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । ନବୀନ, ରଣଜିତ, ସୁଚିତ୍ରା, ନିହାଲ୍, ଖୁସି ମୁରଲୀ, ସୁଚିତ୍ରା , କୁନାଲ ଗଞ୍ଜାବାଲା, କାର୍ତ୍ତିକ, ମହାଲକ୍ଷ୍ମୀ ଅୟର୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠାଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିକଣ୍ଠଶିଳ୍ପୀସମୟ
1."ଦେଉଡ଼ା"ଭାସ୍କରଭଟଲାନବୀନ୦୪:୩୨
2."ଡୋଲେ ଡୋଲେ"ବିଶ୍ୱାରଣଜିତ, ସୁଚିତ୍ରା୦୪:୪୩
3."ଗାଲା ଗାଲା"କଣ୍ଡିକୋଣ୍ଡାKandikondaନିହାଲ୍୦୪:୩୫
4."ଇପ୍ପାତିକିଙ୍କା"ଭାସ୍କରଭଟଲାଖୁସି ମୁରଲୀ, ସୁଚିତ୍ରା୦୪:୩୮
5."ଜଗଦମ୍ବେ"କଣ୍ଡିକୋଣ୍ଡାକୁନାଲ ଗଞ୍ଜାବାଲା୦୪:୩୧
6."ଚୂଦୋଦ୍ଦାନ୍ତୁନା"ଭାସ୍କରଭଟଲାକାର୍ତ୍ତିକ, ମହାଲକ୍ଷ୍ମୀ ଅୟର୍୦୫:୦୨
Total length:୨୮:୦୧

ଆଧାର[ସମ୍ପାଦନା]

  1. "Mahesh in Sankranthi race". Sify. 21 July 2011. Archived from the original on 5 August 2015. Retrieved 5 August 2015.
  2. Narasimham, M. L. (29 December 2006). "A few hits and many flops". The Hindu. Archived from the original on 8 August 2015. Retrieved 8 August 2015.
  3. "Athidi set to overtake Pokiri". Oneindia Entertainment. 29 October 2007. Archived from the original on 8 August 2015. Retrieved 8 August 2015.
  4. Rao, Sushil (19 December 2009). "Tolly's bigger than Bolly". The Times of India. Archived from the original on 8 August 2015. Retrieved 8 August 2015.
  5. Pokiri (Telugu) (Motion picture). India: YouTube. 5 January 2013. Clip from 00:00:48 to 00:01:30.
  6. Vijayasarathy, R. G. (19 May 2006). "Puri Jagannadh on the success of Pokiri". Rediff.com. Archived from the original on 5 August 2015. Retrieved 5 August 2015.
  7. "Chitchat with Puri Jagan". Idlebrain.com. 23 March 2006. Archived from the original on 5 August 2015. Retrieved 5 August 2015.
  8. Chowdary, Y. Sunita (21 January 2008). "Twinkle, twinkle little star". The Hindu. Archived from the original on 5 August 2015. Retrieved 5 August 2015.
  9. "`Pokiri` starts rolling!". Sify. 6 July 2006. Archived from the original on 8 August 2015. Retrieved 8 August 2015.
  10. "Telugu films remade in Bollywood". The Times of India. 6 August 2015. Archived from the original on 8 August 2015. Retrieved 8 August 2015.
  11. Kumar, G. S. (30 December 2010). "Porki Movie Review". The Times of India. Archived from the original on 8 August 2015. Retrieved 8 August 2015.
  12. Chowdary, Y. Sunita (6 November 2006). "Dancing with passion". The Hindu. Archived from the original on 5 August 2015. Retrieved 5 August 2015.

ବାହାର ଆଧାର[ସମ୍ପାଦନା]