ପୀୟୂଷ ତ୍ରିପାଠୀ
ପୀୟୂଷ ତ୍ରିପାଠୀ | |
|---|---|
| ଜନ୍ମ | ହରିଶଙ୍କର ତ୍ରିପାଠୀ ୫ ଅଗଷ୍ଟ ୧୯୮୮ ଖପୁରିଆ, କଟକ |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତା (ଯାତ୍ରା) |
| ପ୍ରସିଦ୍ଧି | ଯାତ୍ରାରେ ଖଳନାୟକ |
| ବୈବାହିକ-ସାଥୀ | ରିଙ୍କି (ବିବାହ: ୩୦ ନଭେମ୍ବର ୨୦୧୨) |
| ସନ୍ତାନ | ୧ |
| ପିତାମାତା |
|
ପୀୟୂଷ ତ୍ରିପାଠୀ (ଜନ୍ମ: ୫ ଅଗଷ୍ଟ) ଜଣେ ଓଡ଼ିଆ ଯାତ୍ରା ଅଭିନେତା । ସେ ମୁଖ୍ୟତଃ ଖଳନାୟକ ଭାବରେ ଅଭିନୟ କରିବା ପାଇଁ ଜଣାଶୁଣା । ଯାତ୍ରା ବ୍ୟତୀତ ସେ କିଛି ଓଡ଼ିଆ କଥାଚିତ୍ର ଓ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଛନ୍ତି । ତାଙ୍କର ଜନ୍ମ ନାମ ହରିଶଙ୍କର ତ୍ରିପାଠୀ ଅଟେ ।[୧]
ଜନ୍ମ ଓ ପରିବା
[ସମ୍ପାଦନା]୧୯୮୮ ମସିହାର ଅଗଷ୍ଟ ୫ ତାରିଖରେ, ପୀୟୂଷ କଟକ ଜିଲ୍ଲାର ଖପୁରିଆ ଠାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନଗେନ୍ଦ୍ରନାଥ ତ୍ରିପାଠୀ ଓ ମାଆଙ୍କ ନାମ ଉଷାରାଣୀ ତ୍ରିପାଠୀ । ୩୦ ନଭେମ୍ବର ୨୦୧୨ରେ, ସେ ରିଙ୍କିଙ୍କୁ ବିବାହ କରିଥିଲେ । ତାଙ୍କ ଜଣେ ପୁଅ ଅଛନ୍ତି ।[୨]
ଅଭିନୟ ଜୀବନ
[ସମ୍ପାଦନା]ପୀୟୂଷ ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ କଥାଚିତ୍ର ଘାଇଲା ବାଘରେ, ସେ ନାୟକ ଭାବରେ ଅଭିନୟ କରିଥିଲେ, ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭ କରିନଥିଲା । ସେହିଭଳି ତାଙ୍କ ଅଭିନୀତ ଅନ୍ୟ ଏକ କଥାଚିତ୍ର ଡାର୍ଲିଂ ମଧ୍ୟ ମୁକ୍ତିଲାଭ କରିନାହିଁ । ୨୦୧୫ ମସିହାର କଥାଚିତ୍ର ଲଭ୍ ୟୁ ହମେଶାରେ, ସେ ଖଳନାୟକ ଭାବରେ କାମ କରିଥିଲେ । ଇଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ରାଜକନ୍ୟାରେ, ସେ ନାୟକ ଭାବରେ କାମ କରିଥିଲେ ।[୩]
ଯାତ୍ରା ଜଗତରେ, ସେ ପ୍ରଥମେ ବିଶ୍ୱଜନନୀ ଗଣନାଟ୍ୟରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏଥିରେ ସେ ଜଣେ ନାୟକ ଭାବରେ ଶାଗୁଣା ଯାଉଛି ଶ୍ୱଶୁର ଘର ଓ ମୋ ସ୍ୱାମୀ ନାହାନ୍ତି ଘରେରେ ଅଭିନୟ କରିଥିଲେ । ପରବର୍ଷ ସେ କୋଣାର୍କ ଗଣନାଟ୍ୟରେ ଯୋଗଦେଲେ ଏବଂ ଦୈତାରି ପଣ୍ଡାଙ୍କ ଦ୍ୱାରା ପ୍ରଭାବିତ ହୋଇ, ସେ ଖଳଚରିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ, ସେ ଇନ୍ଦ୍ରଭୁବନ, ରଙ୍ଗମହଲ ଓ ଯାତ୍ରା ସୂର୍ଯ୍ୟମନ୍ଦିର ଆଦି ଯାତ୍ରାପାର୍ଟିରେ କାମ କରିଥିଲେ ।[୨]
୨୦୨୫ ମସିହାରେ, ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଶମ୍ଭୁରେ ସେ କାମ କରିଥିଲେ ।[୪] ଅନୁଭବ ମହାନ୍ତିଙ୍କ ଅଭିନୀତ କଥାଚିତ୍ର ଚାରିଧାମରେ ତାଙ୍କୁ ଖଳନାୟକ ଭାବରେ ଏକ ଚରିତ୍ର ମିଳିଥିଲା, ମାତ୍ର ବ୍ୟକ୍ତିଗତ କାରଣ ହେତୁ ସେ ଏଥିରେ କାମ କରିନଥିଲେ ଏବଂ ତାଙ୍କ ବଦଳରେ ସୁଜିତ ପାଇକରାୟ ଏହି ଭୂମିକାରେ କାମ କରିଥିଲେ ।[୫]
ଅଭିନୀତ ଯାତ୍ରା
[ସମ୍ପାଦନା]- ମୁଁ କେନ୍ଦ୍ରାପଡ଼ାର ବାବା
- ରାଧା ପିନ୍ଧିଦେଲା ମୀରା ସିନ୍ଦୂର
- କଉଡ଼ିଖେଳ (ଦ୍ୱିତୀୟଭାଗ)
- ଶାଗୁଣା ଯାଉଛି ଶ୍ୱଶୁର ଘର
- ମୋ ସ୍ୱାମୀ ନାହାନ୍ତି ଘରେ
କାମ କରିଥିବା ଯାତ୍ରାପାର୍ଟି
[ସମ୍ପାଦନା]- ବିଶ୍ୱଜନନୀ ଗଣନାଟ୍ୟ
- କୋଣାର୍କ ଗଣନାଟ୍ୟ
- ଇନ୍ଦ୍ରଭୁବନ ଗଣନାଟ୍ୟ
- ଯାତ୍ରା ରଙ୍ଗମହଲ
- ଯାତ୍ରା ସୂର୍ଯ୍ୟମନ୍ଦିର
ଅଭିନୀତ ଧାରାବାହିକ
[ସମ୍ପାଦନା]- ରାଜକନ୍ୟା (ଇଟିଭି ଓଡ଼ିଆ)
ଅଭନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| - | ଘାଇଲା ବାଘ | ମୁକ୍ତିଲାଭ କରିନାହିଁ | |
| ୨୦୧୫ | ଲଭ୍ ୟୁ ହମେଶା | ମହେଶ | ଖଳନାୟକ[୬] |
| - | ଡାର୍ଲିଂ | ମୁକ୍ତିଲାଭ କରିନାହିଁ | |
| ୨୦୨୨ | ବିଦ୍ୟାରାଣ | [୭] | |
| ୨୦୨୫ | ଶମ୍ଭୁ |
ବିବାଦ
[ସମ୍ପାଦନା]୨୦୨୫ ମସିହାରେ, ଯାତ୍ରା ସିଂହବାହିନୀର ମାଲିକ ସଞ୍ଜୀବ ପାଢ଼ୀ ପୀୟୂଷଙ୍କ ବିରୁଦ୍ଧରେ ଟଙ୍କା ନେଇ ଫାଙ୍କିଦେବା ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ, ପୀୟୂଷ ୭୦ ଲକ୍ଷ ଟଙ୍କାର ଚୁକ୍ତି କରି, ୫୫ ଲକ୍ଷ ଟଙ୍କା ଓ ଫର୍ଚୁନର ଗାଡ଼ି ନେଇଥିଲେ, ମାତ୍ରା ସିଂହବାହିନୀ ସହ କାମ କରିନଥିଲେ ।[୮] ଯାତ୍ରା ସୂର୍ଯ୍ୟମନ୍ଦିରର ମାଲିକ ପ୍ରମୋଦ ସ୍ୱାଇଁ ମଧ୍ୟ ୭୦ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ କରିଥିଲେ ।[୯] ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଗୋଟିଏ ବର୍ଷ ଯାଏଁ ଅଭିନୟ କରିବେ ନାହିଁ ବୋଲି ଯାତ୍ରାପାର୍ଟି ମାଲିକ ସଂଘକୁ ଚିଠି ଲେଖିଥିଲେ ଏବଂ ଯାତ୍ରାପାର୍ଟି ମାଲିକ ସଂଘର ହସ୍ତକ୍ଷେପ ପରେ, ସେ ଉଭୟ ପାର୍ଟିର ମାଲିକଙ୍କୁ ସମସ୍ତ ଟଙ୍କା ଫେରସ୍ତ କରିଥିଲେ ।[୧୦][୧୧][୧୨] ପରେ ସେ ୨୦୨୬ ମସିହାରୁ, ସିଂହବାହିନୀରେ ଯୋଗ ଦେବେ ବୋଲି ଜଣାଇଥିଲେ ।[୧୩][୧୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "୩୭ ବର୍ଷରେ ପାଦ ଥାପିଛନ୍ତି ଜଲିଉଡ଼ ବ୍ୟାଡ଼ ବୟ, କେକ୍ କାଟି ବାର୍ଥ ଡେ' ସେଲିବ୍ରେସନ କଲେ ପୀୟୂଷ". www.prameya.com. Retrieved 2025-08-17.
- ↑ ୨.୦ ୨.୧ Dharitri (2019-05-19). "ଖଳନାୟକ ନୁହେଁ; ଆଣ୍ଟିହିରୋ ପୀୟୂଷ ତ୍ରିପାଠୀ - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2025-08-17.
- ↑ "'ବିଦ୍ୟାରାଣ'ରେ କମାଲ କରିବେ ପୀୟୂଷ". ପ୍ରମେୟ (in Odia). ଭୁବନେଶ୍ୱର. 20 September 2020. Retrieved 17 August 2025.
{{cite news}}: CS1 maint: unrecognized language (link) - ↑ "ଓଲିଉଡ୍ରେ ପୀୟୂଷଙ୍କ ଏଣ୍ଟ୍ରି". ସକାଳ (in Odia). 29 May 2025. p. 11. Archived from the original on 17 August 2025. Retrieved 17 August 2025.
{{cite news}}: CS1 maint: unrecognized language (link) - ↑ "'ଚାରିଧାମ'ରୁ ଓହରିଗଲେ ପୀୟୂଷ". ସମାଜ (in Odia). No. ରବିବାର. 17 August 2025. p. 8. Archived from the original on 17 August 2025. Retrieved 17 August 2025.
{{cite news}}: CS1 maint: unrecognized language (link) - ↑ "'ବିଦ୍ୟାରାଣ'ରେ କମାଲ କରିବେ ପୀୟୂଷ". ପ୍ରମେୟ (in Odia). ଭୁବନେଶ୍ୱର. 20 September 2020. Retrieved 17 August 2025.
{{cite news}}: CS1 maint: unrecognized language (link) - ↑ "ପୀୟୂଷଙ୍କ ପ୍ରତିଭା". ସମାଜ (in Odia). 22 March 2020. Retrieved 17 August 2025.
{{cite news}}: CS1 maint: unrecognized language (link) - ↑ "୭୦ ଲକ୍ଷର ଡିଲ୍ କରି ଫାଙ୍କିଲେ! ପୀୟୂଷ ତ୍ରିପାଠୀ ଓ ଯାତ୍ରା ମାଲିକ ମୁହାଁମୁହିଁ". News18 ଓଡିଆ. 2025-03-03. Retrieved 2025-08-17.
- ↑ Otv, News Desk. "ପୁଣି ବିବାଦରେ ପୀୟୂଷ ତ୍ରିପାଠୀ". ପୁଣି ବିବାଦରେ ପୀୟୂଷ ତ୍ରିପାଠୀ. Retrieved 2025-08-17.
- ↑ "ଯାତ୍ରା ମାଲିକଙ୍କୁ ଟଙ୍କା ଫେରାଇଛନ୍ତି ଅଭିନେତା ପୀୟୂଷ ତ୍ରିପାଠୀ - Reporters Today Odia". reporterstoday.in (in ଆମେରିକୀୟ ଇଂରାଜୀ). Retrieved 2025-08-17.
- ↑ Panda, Nihar Ranjan (2025-04-11). "ଦୁଇ ଯାତ୍ରା ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲେ ପୀୟୂଷ". KNews Odisha (in ଆମେରିକୀୟ ଇଂରାଜୀ). Retrieved 2025-08-17.
- ↑ "ଯାତ୍ରା ବିବାଦରେ ଟ୍ବିଷ୍ଟ; ୧.୩୦ କୋଟି ଟଙ୍କା ଫେରାଇବେ ପୀୟୂଷ ତ୍ରିପାଠୀ". News18 ଓଡିଆ. 2025-04-08. Retrieved 2025-08-17.
- ↑ "ଯାତ୍ରା କଳିରେ ଯବନିକା, ଅଭିନେତା ପୀୟୂଷ ତ୍ରିପାଠୀ କହିଲେ ସିଂହବାହିନୀ ସହ ୫ ବର୍ଷ କାମ କରିବି". www.prameyanews7.com. Retrieved 2025-08-17.
- ↑ Bharat, E. T. V. (2025-06-25). "ଜଲିଉଡ ବିବାଦ: ପୀୟୂଷ କହିଲେ 'ମୁଁ ପଣ ଛାଡ଼ି ଆମେ ଆପଣାଇଲେ..'". ETV Bharat News. Retrieved 2025-08-17.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପୀୟୂଷ ତ୍ରିପାଠୀ
- ଇନଷ୍ଟାଗ୍ରାମରେ ପୀୟୂଷ ତ୍ରିପାଠୀ
- ଫେସବୁକରେ ପୀୟୂଷ ତ୍ରିପାଠୀ