Jump to content

ପିଙ୍ଗଳି ଭେଙ୍କୟା

ଉଇକିପିଡ଼ିଆ‌ରୁ
(Pingali Venkayyaରୁ ଲେଉଟି ଆସିଛି)
ପିଙ୍ଗଳି ଭେଙ୍କୟା
Venkayya on a 2009 stamp of India
ଜନ୍ମ2 August 1876/8
ମୃତ୍ୟୁ4 July 1963 (aged 84 or 86)
India
ଅନ୍ୟ ନାମDiamond Venkayya
Patti Venkayya
ପ୍ରସିଦ୍ଧିDesign of Indian National Flag
ବୈବାହିକ-ସାଥୀRukminamma

ପିଙ୍ଗଳି ଭେଙ୍କୟା କିମ୍ବା ପିଙ୍ଗଳି ୱେଂକୟ୍ୟା (ତେଲୁଗୁ: పింగళి వెంకయ్య) ଭାରତର ଜାତୀୟ ପତାକାର ପ୍ରାରମ୍ଭିକ ଡ଼ିଜାଇନର ନିର୍ମାତା । ସେ ଭାରତର ଜଣେ ସ୍ଵାଧୀନତା ସଂଗ୍ରାମୀ, ଶିକ୍ଷାବିତ, ଲେଖକ, ଅଧ୍ୟାପକ ଓ କୃଷି ବୈଜ୍ଞାନିକ ମଧ୍ୟ ଥିଲେ ।[] ହୀରାଖଣି ବିଷୟକ ବିଶେଷଜ୍ଞ ହେତୁ ସେ ମଧ୍ୟ 'Diamond Venkayya' ନାମରେ ଜଣାଶୁଣା ଥିଲେ ।

ଜୀବନୀ

[ସମ୍ପାଦନା]

ପିଙ୍ଗଳି ଭେଙ୍କୟାଙ୍କ ଜନ୍ମ ୨ ଅଗଷ୍ଟ ୧୮୭୬ ମସିହାରେ ବର୍ତ୍ତମାନର ଆନ୍ଧ୍ରପ୍ରଦେଶର ମଛଲିପଟ୍ଟଣମ ନିକଟର ଫଟ୍ଲାପେନୁମାରୁ ନାମକ ସ୍ଥାନରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ହନୁମନ୍ତରାୟୁଡୁ ଓ ମାତାଙ୍କ ନାମ ୱେଙ୍କଟରତ୍ନମ୍ମା ଥିଲା, ଏବଂ ସେ ତେଲୁଗୁ ବ୍ରାହ୍ମଣ ପଦ୍ମଶାଳୀ କୁଳରେ ଜନ୍ମିଥିଲେ । ମଦ୍ରାସରୁ ହାଇସ୍କୁଲ୍ ଉତ୍ତୀର୍ଣ୍ଣ ହେବା ପରେ ସେ ଉଚ୍ଚତ୍ତର ଶିକ୍ଷା ପାଇଁ କ୍ୟାମ୍ବ୍ରିଜ୍ ବିଶ୍ଵବିଦ୍ୟାଲୟକୁ ଯାଇଥିଲେ । ସେଠାରୁ ଫେରିବା ପରେ ସେ ଏକ ରେଳ ଗାର୍ଡ ଭାବେ ଓ ତାପରେ ଲକ୍ଷ୍ନୌରେ ସରକାରୀ କର୍ମଚାରୀ ଭାବେ କାମ କଲେ । ପରେ ସେ ଲାହୋରର ଏଙ୍ଗ୍ଲୋ ବେଦିକ କଲେଜ୍‌ରେ ଉର୍ଦ୍ଦୁ ଓ ଜାପାନୀ ଭାଷାର ଅଧ୍ୟୟନ କରିବାକୁ ଯାଇଥିଲେ । ସେ ବହୁ ବିଷୟର ବିଶେଷଜ୍ଞ ଥିଲେ, ବିଶେଷକରି ଭୂବୈଜ୍ଞାନିକ ଓ କୃଷି ବିଷୟରେ ତାଙ୍କ ଅଧିକ ଆଗ୍ରହ ଥିଲା । ପିଙ୍ଗଳି ୱେଙ୍କାୟା ବ୍ରିଟିଶ ଭାରତୀୟ ସେନାରେ ମଧ୍ୟ ସେବା କରିଥିଲେ ଏବଂ ଦକ୍ଷିଣ ଆଫ୍ରିକାର ଏଙ୍ଗ୍ଲୋ-ବୋଅର ଯୁଦ୍ଧ‌ରେ ଅଂଶଗ୍ରହଣ କରିଥିଲେ । ସେଠାରେ ସେ ମହାତ୍ମା ଗାନ୍ଧୀଙ୍କ ସହିତ ପରିଚିତ ହେଲେ ଓ ତାଙ୍କ ଧାର୍ମିକ ଓ ରାଷ୍ଟ୍ରଭକ୍ତିପୂର୍ଣ୍ଣ ଚିନ୍ତାଧାରାରେ ଅତ୍ୟନ୍ତ ପ୍ରଭାବିତ ହେଲେ । ୧୯୦୬ରୁ ୧୯୧୧ ଅବଧି ସେ ମୁଖ୍ୟତଃ ବିଭିନ୍ନ ପ୍ରକାରର କପାସ ଫସଲର ତୁଳନାମୂଳକ ଅଧ୍ୟୟନରେ ବ୍ୟସ୍ତ ଥିଲେ ଏବଂ କମ୍ବୋଡିଆ କପାସ ଉପରେ ନିଜ ରଚନାତ୍ମକ ନିବନ୍ଧ ପ୍ରକାଶ କଲେ ।[]ତାପରେ ସେ କିଶୁନ୍ଦାସପୁରକୁ ଫେରିଲେ ଏବଂ ୧୯୧୬ରୁ ୧୯୨୧ ପର୍ଯ୍ୟନ୍ତ ନିଜକୁ ବିଭିନ୍ନ ପତାକାର ଅଧ୍ୟୟନରେ ନିର୍ଦ୍ଦିଷ୍ଟ କରି ଶେଷରେ ବର୍ତ୍ତମାନର ଭାରତୀୟ ଜାତୀୟ ପତାକାର ରଚନା କଲେ।

ସେ ପାମାରୁ ଗ୍ରାମର କରଣ ଅର୍ଥାତ ଗାଁ ମୁଖିଆଙ୍କ ଝିଅ ରୁକ୍ମିଣିଆମାଙ୍କୁ ବିବାହ କରିଥିଲେ । []

ଭାରତର ଜାତୀୟ ପତାକାର ରଚନା

[ସମ୍ପାଦନା]

କାକିନାଡାରେ ଆୟୋଜିତ ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନ ସମୟରେ ୱେଙ୍କାୟା ଭାରତର ନିଜସ୍ୱ ଜାତୀୟ ପତାକା ହେବାର ଆବଶ୍ୟକତା ଉପରେ ଜୋର ଦେଲେ । ତାଙ୍କ ଏହି ବିଚାର ଗାନ୍ଧୀଜୀଙ୍କୁ ବହୁତ ପସନ୍ଦ ହେଲା । ଗାନ୍ଧୀଜୀ ତାଙ୍କୁ ଜାତୀୟ ପତାକାର ଏକ ଆକୃତି ତିଆରି କରିବାକୁ ପରାମର୍ଶ ଦେଲେ।

ପିଙ୍ଗଳି ୱେଙ୍କାୟା ପାଞ୍ଚ ବର୍ଷ ଧରି ତିରିଶିଟି ଦେଶର ପତାକା ଉପରେ ଅଧ୍ୟୟନ କରି ଶେଷରେ ତିରଙ୍ଗା ନିକାୟାର ଧାରଣା ଦେଲେ । ୧୯୨୧ ମସିହାରେ ଗାନ୍ଧୀଜୀଙ୍କ ଭିଜୟବାଡା ଭ୍ରମଣ ସମୟରେ ଭେଙ୍କୟ୍ୟା ନିଜର ଭାରତୀୟ ଜାତୀୟ ପତାକା ଡିଜାଇନ୍‌କୁ ମହାତ୍ମା ଗାନ୍ଧୀଙ୍କୁ ପ୍ରଦର୍ଶନ କଲେ । ଆରମ୍ଭରେ ଏହି ପତାକାରେ ଲାଲ ଓ ସବୁଜ ରଙ୍ଗର ଦୁଇଟି ପଟି ଥିଲା, ଯେଉଁଥିରେ ଲାଲ ହିନ୍ଦୁମାନଙ୍କୁ ଓ ସବୁଜ ମୁସଲମାନମାନଙ୍କୁ ପ୍ରତିନିଧିତ୍ୱ କରୁଥିଲା । ଗାନ୍ଧୀଜୀଙ୍କ ପରାମର୍ଶରେ ଭାରତର ଅନ୍ୟାନ୍ୟ ସମୁଦାୟଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଏଥିରେ ଶ୍ଵେତ ପଟି ଯୋଗ କରାଯାଇଥିଲା । ୧୯୨୧ ଠାରୁ କଂଗ୍ରେସର ଅନୌପଚାରିକ ସଭାମାନଙ୍କରେ ଏହି ପତାକା ବ୍ୟବହାର ହୋଇଆସୁଥିଲା ଏବଂ ପରବର୍ତ୍ତୀକାଳରେ ଭାରତୀୟ ଜାତୀୟ ପତାକା ପାଇଁ ଆଧାର ଭାବେ କାମ କଲା, ଯାହାକି ୨୨ ଜୁଲାଇ ୧୯୪୭ ରେ ଗଠନସଭା ଦ୍ୱାରା ତାହାର ଅନ୍ତିମ ରୂପରେ ଅଧିକୃତ ଭାବରେ ଗ୍ରହଣ କରାଗଲା ।

ଏହି ମଧ୍ୟରେ ଜଲନ୍ଧରର ହଂସରାଜ ପତାକାରେ ଚକ୍ର ଚିହ୍ନ ଯୋଡ଼ିବାକୁ ପରାମର୍ଶ ଦେଲେ । ଏହି ଚକ୍ରକୁ ପ୍ରଗତିର ପ୍ରତୀକ ରୂପେ ଦେଖାଯାଏ । ପରେ ଗାନ୍ଧୀଜୀଙ୍କ ପରାମର୍ଶରେ ପିଙ୍ଗଳି ୱେଙ୍କାୟା ଶାନ୍ତିର ପ୍ରତୀକ ଧଳା ରଙ୍ଗକୁ ମଧ୍ୟ ଜାତୀୟ ପତାକାରେ ଯୋଡ଼ିଲେ । ୧୯୩୧ ରେ କାରାଚିରେ ଆୟୋଜିତ କାଂଗ୍ରେସର ଅଧିବେଶନରେ କେସରିଆ, ଧଳା ଓ ସବୁଜ ରଙ୍ଗର ଏହି ତିରଙ୍ଗାକୁ ସମ୍ମତି ସହିତ ଗ୍ରହଣ କରାଗଲା । ପରବର୍ତ୍ତୀକାଳରେ ତିରଙ୍ଗାର ମଧ୍ୟଭାଗରେ ଥିବା ଚରଖାର ସ୍ଥାନରେ ଅଶୋକ ଚକ୍ର ଦିଆଯାଇଥିଲା ।

ଶେଷ ଜୀବନ

[ସମ୍ପାଦନା]

ଭେଙ୍କୟ୍ୟା ଜଣେ କୃଷକ ଥିବା ସହିତ ଜଣେ ଶିକ୍ଷାବିଦ୍‌ ମଧ୍ୟ ଥିଲେ, ଯିଏ ମଚିଲୀପଟ୍ଟନମରେ ଜଣେ ଶିକ୍ଷା ସଂସ୍ଥା ସ୍ଥାପନା କରିଥିଲେ। ତାଙ୍କ ଅମୂଲ୍ୟ ଅବଦାନ ସତ୍ୱେ, ୧୯୬୩ ରେ ସେ ଦାରିଦ୍ର୍ୟ ଅବସ୍ଥାରେ ଦେହାନ୍ତ କରିଥିଲେ ଏବଂ ତାଙ୍କ ଜୀବନର ଶେଷ ଦିନଗୁଡିକରେ ପ୍ରାୟ ଅଲୋଡା ହୋଇ ରହିଲେ । ୨୦୦୯ ରେ ଭାରତ ସରକାର ତାଙ୍କ ସମ୍ମାନରେ ଏକ ଡାକ ଟକଟି ଜାରି କଲା । ଯଦିଚ ୨୦୧୨ ରେ ତାଙ୍କ ନାମକୁ ମରଣୋତ୍ତର 'ଭାରତ ରତ୍ନ' ପାଇଁ ସୁପାରିଶ କରାଗଲା, ତେବେ କେନ୍ଦ୍ର ସରକାରଙ୍କୁ କୌଣସି ଔପଚାରିକ ପ୍ରତିକ୍ରିୟା ମିଳିଲା ନାହିଁ।[] ତାଙ୍କ ମୃତ୍ୟୁ ୪ ଜୁଲାଇ ୧୯୬୩ ରେ ହୋଇଥିଲା ।

  1. Guthman, Joshua (2013-11-12). "A Review of "The Religious Roots of the First Amendment: Dissenting Protestants and the Separation of Church and State"". History: Reviews of New Books. 42 (1): 18–18. doi:10.1080/03612759.2013.827956. ISSN 0361-2759.
  2. "He died a forgotten man, but Pingali Venkayya lives forever in the Tricolour". Zee News (in ଇଂରାଜୀ). Retrieved 2022-08-10.
  3. Ch, Kishore (1 August 2022). "కలత చెంది.. జాతీయ పతాక రూపకల్పనకు నడుం బిగించి.. స్వరాజ్‌ పతాకాన్ని రూపొందించారు". Samayam (in ତେଲୁଗୁ). Retrieved 2022-08-10.
  4. McConville, Adam (2022-11). "A Song for the Unsung: Bayard Rustin, the Man Behind the 1963 March on Washington by Carole Boston Weatherford". Bulletin of the Center for Children's Books. 76 (3): 103–103. doi:10.1353/bcc.2022.0554. ISSN 1558-6766. {{cite journal}}: Check date values in: |date= (help)