ପେରିୟାଚି

ଉଇକିପିଡ଼ିଆ‌ରୁ
(Periyachiରୁ ଲେଉଟି ଆସିଛି)
ପେରିୟାଚି
ପେରିୟାଚି, ଶ୍ରୀ ବୀରମାକାଳିଆମ୍ମା ମନ୍ଦିର (Sri Veeramakaliamman Temple)
ପିଲାମାନଙ୍କର ଅଭିଭାବକ ଦେବୀ
Affiliationଦେବୀ

ପେରିୟାଚି (ଇଂରାଜୀ ଭାଷାରେ Periyachi, (Tamil:பெரியாச்சி), ହିନ୍ଦୁ ଧର୍ମର ଜଣେ ଅଶୁଭ ଚିନ୍ତକ ଦେବୀ । ତାଙ୍କୁ ପେରିୟାଚି ଆମ୍ମାଁ ଓ ବେଳେବେଳେ ପେରିୟାଚି କାଳୀଆମ୍ମାଁ ମଧ୍ୟ କୁହାଯାଏ ତାଙ୍କର ମା କାଳୀଙ୍କ ସାଥିରେ ସମ୍ପର୍କ ଥାଏ । ଏହି ପେରିୟାଚି ଦେବୀ, ଗର୍ଭ ଓ ଶିଶୁ ଜନ୍ମ ସମ୍ପର୍କର ଠାକୁରାଣୀ ଅଟନ୍ତି । [୧][୨] ମାଲେସିଆସିଙ୍ଗାପୁରର ହିନ୍ଦୁ ଧର୍ମ ସାଥିରେ ପେରିୟାଚିଙ୍କ ସମ୍ପର୍କ ଥାଏ ।

କିମ୍ବଦନ୍ତୀ[ସମ୍ପାଦନା]

ପାଣ୍ଡ୍ୟାନ ରାଜବଂଶରେ ଥରେ ବଲ୍ଲ‌‌ଲରାଜନ ନାମକ ଜଣେ ରାଜା ରାଜୁତି କରୁଥିଲେ । ସେ ଅତ୍ୟନ୍ତ ଦୁଷ୍ଟ ପ୍ରକୃତିର ଥିଲେ ଓ ତାଙ୍କ ପ୍ରଜାମାନଙ୍କ ଉପରେ ଅତ୍ୟାଚାର କରୁଥିଲେ । ତାଙ୍କ ପିଲା ଯଦି ମାଟିକୁ ଛୁଇଁଦିଏ, ତାହେଲେ ମାଟି ନଷ୍ଟ ହୋଇଯାଏ । ଏକଦା ରାଣୀଙ୍କର ଗର୍ଭବେଦନା ଆରମ୍ଭ ହେବାରୁ ଧାଈ ଗୋଟିଏ ମିଳିଲାନି । ଖୋଜିବା ପରେ ପେରିୟାଚି ନାମ୍ନୀ ମହିଳାଟିଏ ମିଳିଲେ । ଏହି ମହିଳା ସୁରୁଖୁରୁରେ ପ୍ରସବ କରେଇବା ସମାପ୍ତ କରି ମାଟିରେ ନ ଛୁଇଁବାକୁ ନବଜାତକୁ ଟେକି ଧରିଲେ । କାମ ସରିବା ପରେ ପେରିୟାଚି ରାଜାଙ୍କୁ ପାରିଶ୍ରମିକ ମାଗିବାରୁ ରାଜା ତାଙ୍କୁ ଅତି ଖରାପ ବ୍ୟବ‌ହାର ଦେଖେଇଲେ ଓ କିଛି ଦେବାକୁ ମନାକଲେ । ଦେବୀ ପାର୍ବତୀ ପେରିୟାଚି ବେଶରେ ଥିଲେ ଯାହା ରାଜା ଜାଣିନଥିଲେ । ପେରିୟାଚି ତାଙ୍କର ଅନେକ ହାତ ବ୍ୟବ‌ହାର କରି ରାଜାଙ୍କୁ ଗୋଡ଼ ତଳକୁ ନେଇ ଦାବିଦେଲେ । ତା'ପରେ ସେ ତାଙ୍କର ଅସ୍ତ୍ର ବ୍ୟବ‌ହାର କରି ରାଜାଙ୍କୁ ମାରିଦେଲେ ଓ ଏହି ସମୟରେ ଶିଶୁକୁ ଟେକି ଧରିଥିଲେ । [୩]

ପ୍ରତିମା[ସମ୍ପାଦନା]

ପେରିୟାଚି ପ୍ରତିମାଙ୍କର ଆଠଟି ହାତ ଥାଏ ଓ ଚେହେରା ଅତ୍ୟନ୍ତ ଭୟଙ୍କର ଥାଏ । ତାଙ୍କର ଆଠ ହାତ ଓ ଗୋଟିଏ ହାତରେ ଶିଶୁଟିଏ ଟେକି ଧରିଥିବା ଦେଖିଲେ ସେ ଚିହ୍ନା ପଡ଼ନ୍ତି । ତାଙ୍କର ବିଭିନ୍ନ ହାତରେ ସେ ତ୍ରୀଶୁଳ, ଫାସ, ଡମ୍ବରୁ, ସାପ, ଖଣ୍ଡା ଓ ରକ୍ତଭରା ଏକ ପାତ୍ର ଧରିଥାଆନ୍ତି । ସେ ଠିଆ ହୋଇଥାଆନ୍ତି ଅଥବା ଅନ୍ତନଳୀ କଢ଼ାଯାଇଥିବା ରାଜାଙ୍କ ଉପରେ ପାଦ ଥୋଇ ବସିଥାଆନ୍ତି । ଚିତ୍ରରେ ସେ କୋଳରେ ଥିବା ଜଣେ ରାଣୀଙ୍କର ଉଦର ଚିରି ଜରାୟୁ ଖାଉଥିବା ଓ ପାଟିରୁ ରକ୍ତ ବାହାରୁଥିବା ଦେଖାଯାଉଛି । ଦୁଇଟି ହାତରେ ଅନ୍ତନଳୀ ଧରିଛନ୍ତି ଓ ଅନ୍ୟ ଏକ ହାତରେ ଅଶୁଭ ଶିଶୁକୁ ଟେକି ଧରିଛନ୍ତି ।[୨][୪] ତାଙ୍କର ସେହି ଭୟାନ‌କ ଚେହେରା ଯୋଗୁ ଦୁଷ୍ଟ ଶକ୍ତିମାନେ ଦୂରରେ ରହନ୍ତି । [୪] ବାର (୧୨) ରବିବାର ଦେବୀଙ୍କୁ ପୂଜା କଲେ ଗର୍ଭବତୀଙ୍କୁ ଉତ୍ତମ ଶିଶୁ ମିଳୁଥିବା ବିଶ୍ୱାସ କରାଯାଏ ।[୫]

ଭୂମିକା[ସମ୍ପାଦନା]

ପେରିୟାଚି ଜଣେ ଅଭିଭାବକ ଶକ୍ତି ବା କବଲ ଦେଇବମ ("kaval deivam") ଭାବରେ ଜଣାଶୁଣା । ମୁନୀସ୍ୱରନ ଓ ମଧୁରାଇ ବୀରନ ଦୁଇ ଜଣ ପୁରୁଷ କବଲ ଦେଇବମ ଅଟନ୍ତି ଓ ପେରିୟାଚିଙ୍କର ଅଭିଭାବକ ଅଟନ୍ତି । [୬] ମୁନୀସ୍ୱରନ‌ଙ୍କର ଏକ ଅବତାର ଜଦ-ମୁନୀସ୍ୱରନ‌ଙ୍କ ସାଥିରେ ଏକ ଯୋଡ଼ି ଭାବରେ ପେରିୟାଚି ପୃଥିବୀକୁ ଆସିଥିଲେ ଓ ସମସ୍ତ ଦୁଷ୍ଟ ଶକ୍ତିଙ୍କ ଦାଉରୁ ପୃଥିବୀକୁ ରକ୍ଷା କରିବାକୁ ଲକ୍ଷ ରଖିଥିଲେ ।[୭] ଖରାପ କଥା କ‌ହୁଥିବା ଓ କରୁଥିବା ମହିଳାଙ୍କୁ ଓ ମହିଳାଙ୍କୁ ଶୋଷଣ କରୁଥିବେ ପୁରୁଷଙ୍କୁ ପାଦ ତଳେ ଚାପିଦେଉଥିଲେ । [୮] ସେ ଶିଶୁ ସୁରକ୍ଷାଦାତ୍ରୀ ଭାବରେ ମଧ୍ୟ ପରିଚିତା । [୯]

ଆଧାର[ସମ୍ପାଦନା]

  1. Sinha p.303
  2. ୨.୦ ୨.୧ Mark Lewis. The Rough Guide to Singapore. Rough Guides. p. 64.
  3. Ramesh Kumar. "A Well-Known Infuriated Goddess With An Unknown History". Retrieved 21 March 2010.
  4. ୪.୦ ୪.୧ Winfried Corduan. Neighboring faiths: a Christian introduction to world religions. InterVarsity Press. p. 213.
  5. "About its Deities and Festivals: Sree Periyachi". Sree Maha Mariamman Temple official site. 2008. Archived from the original on January 13, 2010. Retrieved 21 March 2010.
  6. Sinha p. 105
  7. Sinha p. 122
  8. Eveland, Jennifer. Frommer's Singapore & Malaysia. Frommer's. p. 135.
  9. Mat Oakley, Joshua Samuel Brown. Singapore. Lonely Planet. p. 61.