ପାଟେଲା ଅସ୍ଥି ଭଗ୍ନ

ଉଇକିପିଡ଼ିଆ‌ରୁ
(Patella fractureରୁ ଲେଉଟି ଆସିଛି)
ପାଟେଲା ଅସ୍ଥି ଭଗ୍ନ
Broken kneecap
ଲାଟେରାଲ ଭିୟୁରେ ପାଟେଲା ଅସ୍ଥି ଭଗ୍ନ
ବିଭାଗଅସ୍ଥିଶଲ୍ୟ ବିଭାଗ (orthopedics)
ଲକ୍ଷଣଯନ୍ତ୍ରଣା ଓ ଫୁଲା (swollen) ଓ ବ୍ରୁଇସିଙ୍ଗ [୧]
କାରଣଆଣ୍ଠୁ ଉପରେ ସାମନାରୁ ଆଘାତ [୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ, ଏକ୍ସ-ରେ (X-rays) [୨]
ସଠିକ ରୋଗ ନିର୍ଣ୍ଣୟବାଇପାର୍ଟାଇଟ ପାଟେଲା (Bipartite patella)[୨]
ଚିକିତ୍ସାକାସ୍ଟ (Cast), ସ୍ପ୍ଲିଣ୍ଟ ଓ ଅପରେଶନ [୩]
Prognosisଉତ୍ତମ[୩]
ପୁନଃପୌନିକ~ ସମୁଦାୟ ହାଡ଼ ଭଙ୍ଗାର ୧% [୨]

ପାଟେଲା ଅସ୍ଥି ଭଗ୍ନ ‌(ଇଂରାଜୀ ଭାଷାରେ patella fracture) କୁହାଯାଏ ଯେତେବେଳେ ଆଣ୍ଟୁ ସମ୍ମୁଖସ୍ଥ ପାଟେଲା (kneecap) ହାଡ଼ ଭାଙ୍ଗିଯାଏ (break) ।[୧] ଏଥିରେ ଯନ୍ତ୍ରଣା ଓ ଫୁଲା (swollen) ଓ ବ୍ରୁଇସିଙ୍ଗ ଆଦି ଲକ୍ଷଣ ଦେଖାଯାଏ । [୧] ରୋଗୀ ଚାଲିବାକୁ ଅକ୍ଷମ ହୁଏ ।[୧] ଟିବିଆ (tibia), ଫିମର (femur), ବା ଆଣ୍ଠୁ ଲିଗାମେଣ୍ଟ (knee ligaments ଇତ୍ୟାଦି ଆଘାତପ୍ରାପ୍ତ ହୋଇପାରେ । [୩]

ପାଟେଲା ଉପରେ ସିଧା ସଳଖ ଆଘାତ ଲାଗିଲେ ଏହି ଭଙ୍ଗା ହୁଏ; ଆଣ୍ଠୁ (knee) ଉପରେ ସିଧା ମାଡ଼ ବା ପଡ଼ିଗଲେ ଏହା ହୁଏ ।[୧] କ୍ୱଚିତ କ୍ୱାଡ୍ରିସେପସ ମାଂସପେଶୀ ଅତ୍ୟଧିକ ସଙ୍କୁଚିତ ହେଲେ ପାଟେଲା ଭାଙ୍ଗିଯାଏ ।[୧] ଲକ୍ଷଣ ଅନୁସାରେ ସନ୍ଦେହ କଲାପରେ ଏକ୍ସ-ରେ (X-rays) ସାହାଯ୍ୟରେ ନିଶ୍ଚିତ କରାଯାଏ ।[୨] ପିଲା ରୋଗୀଙ୍କର ଏମଆରଆଇ (MRI) ଆବଶ୍ୟକ ହୋଇପାରେ । [୨]

ଭଙ୍ଗା ଅବସ୍ଥାକୁ ବିଚାରକୁ ନେଇ ଅପରେଶନ ବା ଅଣଅପରେଶନ ଚିକିତ୍ସା କରାଯାଏ ।[୩] ଭଗ୍ନ ଅସ୍ଥି ବିସ୍ଥାପିତ ନହୋଇଥଲେ ପ୍ଲାସ୍ଟର (cast) ଚିକିତ୍ସା କରାଯାଇପାରେ ।[୩] ସାମାନ୍ୟ ଅସ୍ଥି ବିସ୍ଥାପିତ ହୋଇ ରୋଗୀ ସାହାଯ୍ୟ ବିନା ଗୋଡ଼ ସିଧା କରିପାରୁଥିଲେ ପ୍ଲାସ୍ଟର କରାଯାଇପାରେ ।[୩] ପ୍ରଥମ ୩ ସପ୍ତାହ ଆଣ୍ଠୁ ସିଧା ରଖି ପ୍ଲାସ୍ଟର କରାଯାଏ ଓ ପରେ କ୍ରମାନୁସାରେ ଅଳ୍ପ ଅଳ୍ପ କରି ବଙ୍କା ଅବସ୍ଥାରେ ପ୍ଲାସ୍ଟର କରାଯାଏ । [୩] ଏହା ବ୍ୟତୀତ ଅନ୍ୟ ଧରଣର ପାଟେଲା ଭଙ୍ଗା ନିମନ୍ତେ ଅପରେଶନ ଆବଶ୍ୟକ ହୁଏ ।[୩][୪]

ସମୁଦାୟ ହାଡ଼ ଭଙ୍ଗାର ୧% କେବଳ ପାଟେଲା ଭଙ୍ଗା ହୁଏ ।[୨] ପୁରୁଷମାନଙ୍କର ଏହି ଭଙ୍ଗା ମହିଳାଙ୍କ ଅପେକ୍ଷା ଅଧିକ ହୁଏ ।[୨] ମଧ୍ୟ ବୟସରେ ପାଟେଲା ଅଧିକ ଭାଙ୍ଗେ । [୨] ଚିକିତ୍ସାର ଫଳାଫଳ ପ୍ରାୟ ଉତ୍ତମ ରହେ । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Patellar (Kneecap) Fractures". OrthoInfo - AAOS. January 2017. Archived from the original on 16 October 2017. Retrieved 16 October 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Abbasi, David. "Patella Fracture - Trauma". Orthobullets.com (in ଇଂରାଜୀ). Archived from the original on 17 October 2017. Retrieved 16 October 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Kakazu, R; Archdeacon, MT (January 2016). "Surgical Management of Patellar Fractures". The Orthopedic clinics of North America. 47 (1): 77–83. doi:10.1016/j.ocl.2015.08.010. PMID 26614923.
  4. Melvin, JS; Mehta, S (April 2011). "Patellar fractures in adults". The Journal of the American Academy of Orthopaedic Surgeons. 19 (4): 198–207. PMID 21464213.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ