Jump to content

ପଙ୍କଜା ମୁଣ୍ଡେ

ଉଇକିପିଡ଼ିଆ‌ରୁ
(Pankaja Mundeରୁ ଲେଉଟି ଆସିଛି)
Pankaja Gopinath Munde
Munde in 2025
Cabinet Minister
Government of Maharashtra
Assumed office
15 December 2024
ମନ୍ତ୍ରୀ
Chief MinisterDevendra Fadnavis
Guardian MinisterJalna District
ପୂର୍ବ ଅଧିକାରୀ
Deputy Leader of the House, Maharashtra Legislative Council
Assumed office
21 December 2024
Chief MinisterDevendra Fadnavis
Leader of the HouseEknath Shinde
ପୂର୍ବ ଅଧିକାରୀUday Samant
କାର୍ଯ୍ୟକାଳ
09 July 2016  12 November 2019
Chief MinisterDevendra Fadnavis
Leader of the HouseChandrakant Patil
ପୂର୍ବ ଅଧିକାରୀChandrakant Patil
ପର ଅଧିକାରୀSubhash Desai
Member of Maharashtra Legislative Council
Assumed office
28 July 2024
ରାଜ୍ୟପାଳC. P. Radhakrishnan, Acharya Devvrat
Chairperson of CouncilNeelam Gorhe (additional charge)
ପୂର୍ବ ଅଧିକାରୀNilay Naik
ନିର୍ବାଚନ ମଣ୍ଡଳୀElected by Members of Legislative Assembly
National Secretary of Bharatiya Janata Party
Assumed office
26 September 2020
ରାଷ୍ଟ୍ରପତିJ. P. Nadda
Minister of Rural Development and Panchayat Raj Department, Government of Maharashtra
କାର୍ଯ୍ୟକାଳ
31 October 2014  12 November 2019
Chief MinisterDevendra Fadnavis
Guardian MinistersBeed District
ପୂର୍ବ ଅଧିକାରୀ
ପର ଅଧିକାରୀ
Minister of Women and Child Development, Government of Maharashtra
କାର୍ଯ୍ୟକାଳ
31 October 2014  12 November 2019
ରାଜ୍ୟପାଳ
Chief MinisterDevendra Fadnavis
ପୂର୍ବ ଅଧିକାରୀVarsha Gaikwad
ପର ଅଧିକାରୀDevendra Fadnavis
Minister of Earthquake Rehabilitation, Government of Maharashtra
କାର୍ଯ୍ୟକାଳ
8 July 2016  12 November 2019
ରାଜ୍ୟପାଳ
Chief MinisterDevendra Fadnavis
ପୂର୍ବ ଅଧିକାରୀDevendra Fadnavis
ପର ଅଧିକାରୀDevendra Fadnavis
Minister of Tourism, Government of Maharashtra
କାର୍ଯ୍ୟକାଳ
4 June 2016  8 July 2016
ରାଜ୍ୟପାଳC. Vidyasagar Rao
Chief MinisterDevendra Fadnavis
ପୂର୍ବ ଅଧିକାରୀDevendra Fadnavis
ପର ଅଧିକାରୀJayakumar Jitendrasinh Rawal
Minister of Animal Husbandry, Fisheries and Dairy Development, Government of Maharashtra
କାର୍ଯ୍ୟକାଳ
4 June 2016  8 July 2016
ରାଜ୍ୟପାଳC. Vidyasagar Rao
Chief MinisterDevendra Fadnavis
ପୂର୍ବ ଅଧିକାରୀEknath Khadse
ପର ଅଧିକାରୀMahadev Jankar
Minister of Soil and Water Conservation, Government of Maharashtra
କାର୍ଯ୍ୟକାଳ
31 October 2014  08 July 2016
ରାଜ୍ୟପାଳC. Vidyasagar Rao
Chief MinisterDevendra Fadnavis
ପୂର୍ବ ଅଧିକାରୀShashikant Shinde
ପର ଅଧିକାରୀRam Shinde
Minister of Employment Guarantee, Government of Maharashtra
କାର୍ଯ୍ୟକାଳ
31 October 2014  8 July 2016
ରାଜ୍ୟପାଳC. Vidyasagar Rao
Chief MinisterDevendra Fadnavis
ପୂର୍ବ ଅଧିକାରୀJitendra Awhad
ପର ଅଧିକାରୀJayakumar Jitendrasinh Rawal
Minister of Public Health and Family Welfare, Government of Maharashtra
କାର୍ଯ୍ୟକାଳ
31 October 2014  5 December 2014
ରାଜ୍ୟପାଳC. Vidyasagar Rao
Chief MinisterDevendra Fadnavis
ପୂର୍ବ ଅଧିକାରୀSuresh Shetty
ପର ଅଧିକାରୀDeepak Sawant
Member of Maharashtra Legislative Assembly
କାର୍ଯ୍ୟକାଳ
2009–2019
ପୂର୍ବ ଅଧିକାରୀconstituency established
ପର ଅଧିକାରୀDhananjay Munde
ନିର୍ବାଚନ ମଣ୍ଡଳୀParli
ବ୍ୟକ୍ତିଗତ ସବିଶେଷ
ଜନ୍ମ (1979-07-26) ୨୬ ଜୁଲାଇ ୧୯୭୯ (ବୟସ ୪୬)
Parli Vaijnath, Maharashtra, India
ଜୀବନ ସାଥୀ
Amit Palwe
(m. ୨୦୦୧)
ସମ୍ପର୍କPritam Munde (sister)
Yashashri Munde (sister)
Dhananjay Munde (cousin)
Pramod Mahajan (uncle)
Poonam Mahajan (cousin)
ବାପା/ବୋଉGopinath Munde (father)
Pradnya Munde (mother)
ଘରPeddar Road, Mumbai
ପେଷାPolitician, Social Activist
ୱେବସାଇଟwww.pankajagopinathmunde.com

ପଙ୍କଜା ଗୋପୀନାଥରାଓ ମୁଣ୍ଡେ (ଜନ୍ମ 26 ଜୁଲାଇ 1979) ମହାରାଷ୍ଟ୍ରର ଜଣେ ଭାରତୀୟ ରାଜନୀତିଜ୍ଞା। ସେ ଭାରତର ପୂର୍ବତନ କେନ୍ଦ୍ରୀୟ କ୍ୟାବିନେଟ୍ ମନ୍ତ୍ରୀ ଏବଂ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗୋପିନାଥ ମୁଣ୍ଡେଙ୍କ ଜେଷ୍ଠ କନ୍ୟା। ସେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ ସଚିବା ଏବଂ ମହାରାଷ୍ଟ୍ର ବିଧାନ ପରିଷଦର ସଦସ୍ୟା (MLC) ଭାବେ କାର୍ଯ୍ୟ କରୁଛନ୍ତି। ସେ ଦେବେନ୍ଦ୍ର ଫଡନବିସଙ୍କ ତୃତୀୟ ମନ୍ତ୍ରିମଣ୍ଡଳରେ ପଶୁପାଳନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ଵ ବହନ କରିଛନ୍ତି।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ପଙ୍କଜା ମୁଣ୍ଡେ ୨୬ ଜୁଲାଇ ୧୯୭୯ ରେ ଗୋପିନାଥ ମୁଣ୍ଡେ ଓ ପ୍ରଜ୍ଞା ମୁଣ୍ଡେଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ଏବଂ ସେମାନଙ୍କର ଜେଷ୍ଠ ସନ୍ତାନ। ତାଙ୍କର ଦୁଇଜଣ ଛୋଟ ଭଉଣୀ ଅଛନ୍ତି — ପ୍ରିତମ ମୁଣ୍ଡେ ଓ ଯଶଶରୀ। ସେ ସ୍ନାତକ ଶିକ୍ଷା ସମାପ୍ତ କରିଥିବା ସହିତ United Statesରୁ ଏମ୍‌.ବି.ଏ. (MBA) ଡିଗ୍ରୀ ହାସଲ କରିଛନ୍ତି।[]

ସେ ପ୍ରମୋଦ ମହାଜନଙ୍କ ଭାଣଜୀ ଏବଂ ରାହୁଲ ମହାଜନ ଓ ପୂନମ ମହାଜନଙ୍କ ସହୋଦରୀ ସମ୍ପର୍କୀୟ। ଏହାସହିତ Nationalist Congress Partyର ନେତା Dhananjay Munde ମଧ୍ୟ ତାଙ୍କ ସହୋଦରୀ ସମ୍ପର୍କୀୟ।

ରାଜନୈତିକ ଜୀବନ

[ସମ୍ପାଦନା]

ପଙ୍କଜା ମୁଣ୍ଡେଙ୍କ ପିତା ଗୋପିନାଥ ମୁଣ୍ଡେ ୧୯୯୦ ଦଶକରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପଙ୍କଜା ମୁଣ୍ଡେ ନିଜେ ମଧ୍ୟ ମହାରାଷ୍ଟ୍ରର ରାଜନୀତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଧାରଣ କରିଛନ୍ତି। ସେ ଦେବେନ୍ଦ୍ର ଫଡନବିସଙ୍କ ମନ୍ତ୍ରିମଣ୍ଡଳରେ ଗ୍ରାମୀଣ ବିକାଶ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ କାମ କରିଥିଲେ। ରାଜନୀତିକ ଜୀବନ ସହିତ ସେ ଚିନି କରଖାନା ଓ ବ୍ୟାଙ୍କିଂ ବ୍ୟବସାୟରେ ମଧ୍ୟ ଜଣେ ବ୍ୟବସାୟିନୀ ଭାବେ ପରିଚିତ। ୨୦୧୭ ମସିହାରେ ସେ “ପାୱରଫୁଲ୍ ପଲିଟିସିଆନ୍” ସମ୍ମାନ ପାଇଥିଲେ ଏବଂ ମହାରାଷ୍ଟ୍ରର ଜଣେ ପ୍ରମୁଖ ଓ ସକ୍ରିୟ ନେତ୍ରୀ ଭାବେ ପରିଚିତ ହୋଇଥିଲେ।

୨୦୧୨ ମସିହାରେ ସେ ଭାରତୀୟ ଜନତା ଯୁବ ମୋର୍ଚ୍ଚା (BJYM)ର ରାଜ୍ୟ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିଲେ। ୨୦୦୯ ମସିହାରେ ସେ ପାର୍ଲୀ ବିଧାନସଭା ମଣ୍ଡଳୀରୁ ମହାରାଷ୍ଟ୍ର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ୩୧ ଅକ୍ଟୋବର ୨୦୧୪ ରେ ସେ ମହାରାଷ୍ଟ୍ର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏବଂ ତାଙ୍କୁ ଗ୍ରାମୀଣ ବିକାଶ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା।

ପଙ୍କଜା ମୁଣ୍ଡେ ତାଙ୍କ ପିତା ଗୋପିନାଥ ମୁଣ୍ଡେଙ୍କ ସ୍ମୃତିରେ ପାର୍ଲୀ(ବିଡ ଜିଲ୍ଲା)ରେ ଏକ ସ୍ମାରକ ସ୍ଥାପନା କରିଥିଲେ। “ଗୋପୀନାଥ ଗଡ୍” ନାମରେ ପରିଚିତ ଏହି ୨୦ ଫୁଟ୍ ଉଚ୍ଚ ମୂର୍ତ୍ତି ବୈଦ୍ୟନାଥ କୋ ଅପରେର୍ଟିଭ ସୁଗାର ମିଲ ପ୍ରାଙ୍ଗଣରେ ଅବସ୍ଥିତ ଏବଂ ଏହାକୁ ଅମିତ ଶାହା ଓ ଦେବେନ୍ଦ୍ର ପୁଅଡନବିସ ଉଦ୍‌ଘାଟନ କରିଥିଲେ।

“ଗୋପୀନାଥ ଗଡ୍ ପ୍ରତିଷ୍ଠାନ” ମାଧ୍ୟମରେ ଖରା ପୀଡ଼ିତମାନଙ୍କୁ ସହାୟତା, କୌଶଳ ବିକାଶ ଓ ଶିକ୍ଷା ଛାତ୍ରବୃତ୍ତି ପରି ଅନେକ ସାମାଜିକ କାର୍ଯ୍ୟ ଆରମ୍ଭ କରାଯାଇଛି।

ଗୋପିନାଥ ମୁଣ୍ଡେଙ୍କ ସପ୍ତମ ମୃତ୍ୟୁବାର୍ଷିକୀରେ ଭାରତ ସରକାର ତାଙ୍କ ସମ୍ମାନରେ ଏକ ବିଶେଷ ଡାକ ଆବରଣ (postal cover) ମୁକ୍ତ କରିଥିଲା। ଏହାକୁ ଜେ ପି ନଡ୍ଡା ଓ କେନ୍ଦ୍ରୀୟ ଦୂରସଂଚାର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଭାସୀ (ଭର୍ଚୁଆଲ୍) ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଗୋପୀନାଥ ମୁଣ୍ଡେଙ୍କ ମହାରାଷ୍ଟ୍ରର ଦଳିତ ଓ ବଞ୍ଚିତ ବର୍ଗଙ୍କ ନିକଟକୁ ଦଳକୁ ଆଣିବା ପାଇଁ କରାଯାଇଥିବା ପ୍ରୟାସକୁ ଉଲ୍ଲେଖ କରାଯାଇଥିଲା।[]

  1. Bureau, The Hindu (2024-12-16). "Maharashtra cabinet expansion: Full list of 39 ministers joining the Devendra Fadnavis government". The Hindu (in Indian English). ISSN 0971-751X. Retrieved 2026-03-05.
  2. "Pankaja Munde: BJP leader is set to battle estranged cousin in Parli". Mid-day (in ଇଂରାଜୀ). Retrieved 2026-03-05.
  3. Agencies (2021-06-03). "Maha: Nadda unveils special postal cover honouring Gopinath Munde". thefederal.com (in ଇଂରାଜୀ). Retrieved 2026-03-05.