ପଦ୍ମା ସଚଦେବ

ଉଇକିପିଡ଼ିଆ‌ରୁ
(Padma Sachdevରୁ ଲେଉଟି ଆସିଛି)
ପଦ୍ମା ସଚଦେବ
ଜନ୍ମ ଓ ଜନ୍ମସ୍ଥାନ1940 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ପୁରମଣ୍ଡଳ, ଜମ୍ମୁ ଓ କଶ୍ମୀର
ବୃତ୍ତିକବି
ଭାଷାଡୋଗରୀ ଭାଷା
ଜାତୀୟତାଭାରତୀୟ
ଜୀବନସାଥୀପ୍ରଥମେ ବେଦପାଳ ଦୀପ ଏବଂ ପରେ ସୁରୀନ୍ଦର ସିଂ (୧୯୬୬-)

ପଦ୍ମା ସଚଦେବ (ଜନ୍ମ: ୧୯୪୦) ଜଣେ ଭାରତୀୟ କବି । ସେ ଡୋଗରୀ ଭାଷାର ଆଧୁନିକ ନାରୀ କବି ଅଟନ୍ତି ।[୧] ସେ ହିନ୍ଦୀରେ ମଧ୍ୟ ଲେଖନ୍ତି । ହିନ୍ଦୀ କବିତା ପୁସ୍ତକ "ମେରି କବିତା ମେରେ ଗୀତ" ପାଇଁ ୧୯୭୧ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୨][୩] ୨୦୦୧ ମସିହାରେ ସେ ପଦ୍ମଶ୍ରୀ[୪] ୨୦୦୭-୦୮ ବର୍ଷ ପାଇଁ କବୀର ସମ୍ମାନ ହାସଲ କରିଥିଲେ ।[୫]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପଦ୍ମା ୧୯୪୦ ମସିହାରେ ଜମ୍ମୁ ଓ କଶ୍ମୀର ରାଜ୍ୟର ପୁରମଣ୍ଡଳଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଜୟଦେବ ବଡୁ । ସେ ଜଣେ ସଂସ୍କୃତ ପଣ୍ଡିତ ଥିଲେ ଓ ୧୯୪୭ରେ ଭାରତ ବିଭାଜନ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ପଦ୍ମା ପ୍ରଥମେ ଡୋଗରୀ କବି ବେଦପାଳ ଦେବଙ୍କୁ ବିବାହ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ୧୯୬୬ ମସିହାରେ ସେ ଗାୟକ ସୁରିନ୍ଦର ସିଂହଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।[୬] ସେ ଦିଲ୍ଲୀରେ ରହନ୍ତି ।[୨]

ବୃତ୍ତିଗତ ଜୀବନ[ସମ୍ପାଦନା]

ପଦ୍ମା, ୧୯୬୧ ମସିହାରେ ଆକାଶବାଣୀ ଜମ୍ମୁରେ ଉପସ୍ଥାପକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ସେଠାରେ ତାଙ୍କର ସୁରିନ୍ଦର ସିଂହଙ୍କ ସହ ପରିଚିତି ହୋଇଥିଲା । ସୁରିନ୍ଦର ଜଣେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ଗାୟକ ଥିଲେ ଓ ସେତେବେଳେ ଆକାଶବାଣୀ ଜମ୍ମୁରେ ଡ୍ୟୁଟି ଅଫିସର ଭାବରେ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ପଦ୍ମା ଆକାଶବାଣୀ ମୁମ୍ବାଇରେ ମଧ୍ୟ କାର୍ଯ୍ୟ କରିଥିଲେ ।[୨] ପଦ୍ମାଙ୍କର ଅନ୍ୟତମ ପୁସ୍ତକ ଥିଲା "ତୱି ତେ ଚହନ" (୧୯୭୬), "ହ୍ନେରିୟାଁ ଗଲିୟାଁ" (୧୯୮୨), "ପୋତା ପୋତା ନିମ୍ବଲ" (୧୯୮୭), "ଉତ୍ତର ବାହିନୀ" (୧୯୯୨) ଓ "ତୈନ୍ଥିୟାଁ" (୧୯୯୨) ।[୧][୨]

ପଦ୍ମା ସଚଦେବ ହନ୍ଦୀ କଥାଚିତ୍ର ଜଗତରେ ମଧ୍ୟ ଗୀତ ରଚନା କରିଛନ୍ତି । "ପ୍ରେମ ପର୍ବତ", "ଆଖିଁ ଦେଖି", "ସାହାସ" ଆଦି ହିନ୍ଦୀ ଚଳଚ୍ଚିତ୍ର ପାଇଁ ସେ ଗୀତ ରଚନା କରିଥିଲେ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ପଦ୍ମଶ୍ରୀ - ୨୦୦୧
  • ସରସ୍ୱତୀ ସମ୍ମାନ - ୨୦୧୫
  • କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ - ୧୯୭୧
  • କବିର ସମ୍ମାନ - ୨୦୦୭-୦୮
  • କୃତିତାଭ ସମଗ୍ର ସମ୍ମାନ - ୨୦୧୫

ଆଧାର[ସମ୍ପାଦନା]

  1. ୧.୦ ୧.୧ George, p. 522
  2. ୨.୦ ୨.୧ ୨.୨ ୨.୩ Mathur, p. 182
  3. "Sahitya Akademi Award". Official website. Retrieved 26 Feb 2013.
  4. "Padma Awards Directory (1954–2009)" (PDF). Ministry of Home Affairs. Archived from the original (PDF) on 2013-05-10.
  5. "Rashtriya Mahatma Gandhi Award to be given to Seva Bharti". 10 August 2008. Archived from the original on 27 September 2013. Retrieved 26 Feb 2013.
  6. "Song of the Singhs". The Hindu. 6 May 2004. Retrieved 26 Feb 2013.

ଅଧିକ ପଢ଼ନ୍ତୁ[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]