ପିଏସ୍ଏଲ୍ଭି–C62

ପି.ଏସ୍.ଏଲ୍.ଭି–ସି୬୨ (PSLV-C62) ହେଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୋଲାର ସ୍ୟାଟେଲାଇଟ୍ ଲଞ୍ଚ ଭେହିକଲ୍ (ପି.ଏସ୍.ଏଲ୍.ଭି) ଶୃଙ୍ଖଳାର ୬୪ତମ ଉଡାଣ। ଏହା ପି.ଏସ୍.ଏଲ୍.ଭି–ସି୬୧ ପରେ ହୋଇଥିବା ମିଶନ୍। ଏହି ମିଶନଟିରେ ଅନ୍ଵେଷା EOS-N1 ନାମକ କୃତ୍ରିମ ଉପଗ୍ରହକୁ ପୃଥିବୀ ପୃଷ୍ଠଭାଗରୁ ପ୍ରାୟ ଦୁଇଶହ କିଲୋମିଟର ଉପରେ ଥିବା ଏକ କକ୍ଷପଥରେ ପହଞ୍ଚାଇବାର ଲକ୍ଷ୍ୟ ଥିଲା। ଏହି ୨୦୨୬ ଜାନୁଆରୀ ୧୨ ତାରିଖରେ କରାଯାଇଥିବା ଏହି ପ୍ରକ୍ଷେପଣ ଅନ୍ଵେଷା ସହ ଗ୍ରାହକମାନଙ୍କ ପାଇଁ ବହୁ ପେଲୋଡ୍ ସହ କରାଯାଇଥିଲା ।[୧]
PSLV-C62 ମିଶନ୍ ୧୨ ଜାନୁଆରୀ ୨୦୨୬ ରେ ଇସ୍ରୋ ଦ୍ୱାରା ସଫଳ ଭାବରେ ଉଡାଣ ଆରମ୍ଭ କରାଯାଇଥିଲା। ପ୍ରାରମ୍ଭିକ ଦୁଇଟି ପର୍ଯ୍ୟାୟ ସାଧାରଣ ଭାବରେ କାମ କରିଥିଲା। କିନ୍ତୁ ଉଡାଣ ଆରମ୍ଭ ହେବାର ପ୍ରାୟ ୮ ମିନିଟ୍ ପରେ, ତୃତୀୟ ପର୍ଯ୍ୟାୟ (PS3) ରେ ଚେମ୍ବର୍ ଚାପ ହଠାତ୍ କମିଯାଇଥିଲା। ଏହି ଚାପ କମିବାରୁ ରକେଟ୍ର ଆବଶ୍ୟକ ଧକ୍କା (ଥ୍ରଷ୍ଟ୍) ମିଳିଲା ନାହିଁ। ଫଳରେ ରକେଟ୍ ତାହାର ନିର୍ଦ୍ଧାରିତ କକ୍ଷ ପଥରୁ ବିଚ୍ୟୁତ ହୋଇଗଲା। ଏହି କାରଣରୁ ପେଲୋଡ୍ଗୁଡ଼ିକୁ ଆବଶ୍ୟକ କକ୍ଷପଥରେ ପ୍ରବେଶ କରାଯାଇପାରିଲା ନାହିଁ। ସେହିପରି, ସମଗ୍ର ମିଶନ୍ ବିଫଳ ହୋଇଥିଲା।[୨]
ଉଡାଣ ବିଷୟରେ
[ସମ୍ପାଦନା]ଉତ୍କ୍ଷେପଣ ରକେଟ ସଂପର୍କରେ
[ସମ୍ପାଦନା]ପେଲୋଡ୍ ଓଜନ: ୧୭୧୦ କିଲୋଗ୍ରାମ୍
ମୋଟ ଉଚ୍ଚତା: ୪୪.୪ ମିଟର (୧୪୬ ଫୁଟ୍)
ଏହି ମିଶନ୍ର ପ୍ରମୁଖ ପେଲୋଡ୍ ଥିଲା DRDO ଦ୍ୱାରା କୌଶଳଗତ ଉଦ୍ଦେଶ୍ୟ ପାଇଁ ତିଆରି କରାଯାଇଥିବା EOS-N1 ଇମେଜିଂ ଉପଗ୍ରହ।[୩] ସ୍ପେନ୍ ଭିତ୍ତିକ ଷ୍ଟାର୍ଟଅପ୍ Orbital Paradigm ଦ୍ୱାରା ବିକାଶିତ ୨୫ କିଲୋଗ୍ରାମ୍ ଓଜନର ଫୁଟବଲ୍ ଆକାରର ଏକ ଛୋଟ ଅନ୍ତରିକ୍ଷ କ୍ୟାପ୍ସୁଲ୍ Kestrel Initial Demonstrator (KID), PS-4 ପର୍ଯ୍ୟାୟରେ ଉଡିବା ଏହାର ଲକ୍ଷ୍ୟ ଥିଲା।[୪]
ଉଦ୍ଦେଶ୍ୟ
[ସମ୍ପାଦନା]ବେଙ୍ଗାଲୁରୁ ଭିତ୍ତିକ ଅନ୍ତରିକ୍ଷ ଷ୍ଟାର୍ଟଅପ୍ OrbitAID Aerospace, AayulSAT ମାଧ୍ୟମରେ କକ୍ଷପଥରେ ଉପଗ୍ରହମାନଙ୍କରେ ଇନ୍ଧନ ଭରିବା (on-orbit satellite refuelling) କୌଶଳର ପରୀକ୍ଷାମୂଳକ ପ୍ରୟୋଗ କରି ଇତିହାସ ରଚନା କରିବାକୁ ଆଶା କରାଯାଇଥିଲା।[୫] ଏହା ସହିତ, ଭାରତ, ବ୍ରାଜିଲ୍, ନେପାଳ, ଥାଇଲ୍ୟାଣ୍ଡ, ସ୍ପେନ୍, ଫ୍ରାନ୍ସ ଏବଂ ଯୁକ୍ତରାଜ୍ୟର ଷ୍ଟାର୍ଟଅପ୍ ଓ ଗବେଷଣା ସଂସ୍ଥାମାନଙ୍କର ପ୍ରାୟ ୨୦୦ କିଲୋଗ୍ରାମ୍ ଓଜନର ଅନ୍ୟ ୧୨ଟି ବାଣିଜ୍ୟିକ ପେଲୋଡ୍ ମଧ୍ୟ ଏହି ଉଡାଣ ପାଇଁ ସାମିଲ ହୋଇଥିଲା।[୬]
ପ୍ରମୁଖ ପେଲୋଡ୍କୁ କକ୍ଷପଥରେ ପ୍ରବେଶ କରାଇବା ପରେ, KID ପେଲୋଡ୍ ସଂଲଗ୍ନ ଥିବା PS-4 ପର୍ଯ୍ୟାୟକୁ କକ୍ଷପଥରୁ ପୁନଃ ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ (ଓର୍ବିଟାଲ୍ ରି-ଏଣ୍ଟ୍ରି) କରାଯିବାକୁ ଯୋଜନା ଥିଲା। ଏହା ୨୦୨୬ ମସିହାରେ ଇସ୍ରୋର ପ୍ରଥମ ପ୍ରକ୍ଷେପଣ ପ୍ରୟାସ ଥିଲା।[୭]
ଅନ୍ଵେଷା (Anvesha EOS-N1) ଏକ ପୃଥିବୀ ପର୍ଯ୍ୟବେକ୍ଷଣ କୃତ୍ରିମ ଉପଗ୍ରହ (Earth Observation Satellite – EOS) ଅଟେ । ଏହାକୁ PSLV-C62 ଦ୍ୱାରା ଉତ୍କ୍ଷେପଣ କରାଯାଇଥିଲା । ଅନ୍ଵେଷା କୃତ୍ରିମ ଉପଗ୍ରହର ମୁଖ୍ୟ ଉଦ୍ଦେଶ୍ୟ ହେଲା ପୃଥିବୀ ପୃଷ୍ଠଭାଗକୁ ପର୍ଯ୍ୟବେକ୍ଷଣ କରି ଭୂମି, ପରିବେଶ, କୃଷି, ଜଳସମ୍ପଦ ଓ ଆପଦା ପରିଚାଳନା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବା।
ମିଶନ ବିଫଳତା ପରେ ପରେ ଏହି ବିଫଳତାର ସଠିକ୍ କାରଣ ଜାଣିବା ପାଇଁ ଇସ୍ରୋ ଏକ ବିଫଳତା ବିଶ୍ଳେଷଣ କମିଟି ଗଠନ କରିଥିଲା।[୮]
ଆଧାର
[ସମ୍ପାଦନା]- ↑ "Lohri 2026 date: All you need to know about shubh muhurat, puja rituals, history and significance". Hindustan Times (in ଇଂରାଜୀ). 2026-01-12. Retrieved 2026-01-13.
- ↑ "India's PSLV launch fails during ascent, 16 satellites lost". spacenews.com. Retrieved 13 January 2026.
- ↑ "Isro will usher in NY with PSLV C62 mission on Monday; will launch surveillance sat EOS-N1, 18 payloads". The Times of India. 2026-01-08. ISSN 0971-8257. Retrieved 2026-01-13.
- ↑ "ISRO PSLV-C62 mission Live Updates: 'Encountered an anomaly': ISRO's PSLV-C62 rocket deviates from flight path; detailed analysis initiated". The Times of India (in ଇଂରାଜୀ). 2026-01-12. Retrieved 2026-01-13.
- ↑ Desk, India Today Science (2026-01-07). "Isro to launch startup's satellite refuelling mission with PSLV-C62: What is it?". India Today (in ଇଂରାଜୀ). Retrieved 2026-01-13.
- ↑ "What is Anvesha? All about India's new hyperspectral eye to be launched by PSLV-C62". The Week (in ଇଂରାଜୀ). Retrieved 2026-01-13.
- ↑ "PSLV-C62" (PDF). www.isro.gov.in/. Retrieved 13 January 2026.
- ↑ "'Deviation seen in third-stage': Isro's PSLV-C62 mission fails". The Times of India. 2026-01-12. ISSN 0971-8257. Retrieved 2026-01-13.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |