Jump to content

ପି. ଏସ୍‌. ଦିନେଶ କୁମାର

ଉଇକିପିଡ଼ିଆ‌ରୁ
(P. S. Dinesh Kumarରୁ ଲେଉଟି ଆସିଛି)

ପି. ଏସ୍‌. ଦିନେଶ କୁମାର (ପ୍ରତିନିଧି ଶ୍ରୀନିବାସାଚାର୍ଯ୍ୟ ଦିନେଶ କୁମାର, ଜନ୍ମ ୨୫ ଫେବୃଆରୀ ୧୯୬୨) ଜଣେ ଭାରତୀୟ ନ୍ୟାୟାଧୀଶ ଏବଂ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ।[][]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

କୁମାର ବେଙ୍ଗାଳୁରୁର ନ୍ୟାସନାଲ୍ ହାଇ ସ୍କୁଲରେ ତାଙ୍କର ପାଠପଢ଼ା କରିଥିଲେ, ଯେଉଁଠାରେ ସେ ନ୍ୟାସନାଲ୍ ମେରିଟ୍ ସ୍କଲାର୍ ସର୍ଟିଫିକେଟ୍ ପାଇଥିଲେ । ପରେ ସେ ସ୍ନାତକ ଶିକ୍ଷା ପାଇଁ ନ୍ୟାସନାଲ୍ କଲେଜ ଓ ବିଏମଏସ୍ କଲେଜରେ ଅଧ୍ୟୟନ କରିଥିଲେ ।[]

ପେଶାଜୀବନ

[ସମ୍ପାଦନା]

କୁମାର ୨ ଜାନୁଆରୀ ୨୦୧୫ରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ[] ଏବଂ ୩୦ ଡିସେମ୍ବର ୨୦୧୬ ରେ ସ୍ଥାୟୀ ନ୍ୟାୟାଧୀଶ ହୋଇଥିଲେ । ୧୯୯୦ ମସିହାରେ ସେ କର୍ଣ୍ଣାଟକ ହାଇକୋର୍ଟରେ ତାଙ୍କର ଆଇନ ଅଭ୍ୟାସ ଆରମ୍ଭ କରିଥିଲେ । ୧୯୯୮ ମସିହାରେ ସେ ଅତିରିକ୍ତ କେନ୍ଦ୍ର ସରକାରୀ ସ୍ଥାୟୀ ଅଧିବକ୍ତା ହୋଇଥିଲେ ଏବଂ ୨୦୦୩ ମସିହାରେ ବରିଷ୍ଠ ସ୍ଥାୟୀ ଅଧିବକ୍ତା ଭାବେ ପଦୋନ୍ନତି ପାଇଥିଲେ । ସେ ସିବିଆଇ (CBI) ପାଇଁ ବରିଷ୍ଠ ପ୍ୟାନେଲ୍ କାଉନସେଲ୍ ଏବଂ BSNL, UPSC, UGC, AICTE ଓ NCTE ପରି ଅନେକ ସଂସ୍ଥା ପାଇଁ ବରିଷ୍ଠ ସ୍ଥାୟୀ ଅଧିବକ୍ତା ଭାବେ କାର୍ଯ୍ୟ କରିଥିଲେ । ୨୫ ଜାନୁଆରୀ ୨୦୨୪ରେ ସେ କର୍ଣ୍ଣାଟକ ହାଇକୋର୍ଟର କାର୍ଯ୍ୟବାହକ ମୁଖ୍ୟ ନ୍ୟାୟମୂର୍ତ୍ତି ଭାବେ ନିଯୁକ୍ତ ହୋଇଥିଲେ ଏବଂ୩ ଫେବୃଆରୀ ୨୦୨୪ରେ ସ୍ଥାୟୀ ମୁଖ୍ୟ ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ ।

ସେ ୨୪ ଫେବୃଆରୀ ୨୦୨୪ରେ ଅବସର ଗ୍ରହଣ କରିଥିଲେ । ପରେ ସେ ୪ ବର୍ଷ ଅବଧି ପାଇଁ ସିକ୍ୟୁରିଟିଜ୍ ଆପିଲେଟ୍ ଟ୍ରିବ୍ୟୁନାଲ୍ (SAT)ର ପ୍ରିସାଇଡିଂ ଅଫିସର୍ ଭାବେ ନିଯୁକ୍ତ ହୋଇଥିଲେ ।

  1. 1 2 Bureau, The Hindu (2024-01-31). "Justice Dinesh Kumar appointed Chief Justice of Karnataka High Court". The Hindu (in Indian English). ISSN 0971-751X. Retrieved 2026-01-08.
  2. Bench, Bar & (2024-01-31). "Central government notifies appointment of Justice PS Dinesh Kumar as Chief Justice of Karnataka High Court". Bar and Bench - Indian Legal news (in ଇଂରାଜୀ). Retrieved 2026-01-08.
  3. "Centre appoints Justice PS Dinesh Kumar as Chief Justice of Karnataka HC". Hindustan Times (in ଇଂରାଜୀ). 2024-02-01. Retrieved 2026-01-08.