ଓସାମା ଖାଲିଦ
ଓସାମା ଖାଲିଦ | |
|---|---|
Khalid in March 2016 | |
| ଜନ୍ମ | ୧୯ ଜାନୁଆରୀ ୧୯୯୪ |
| ବୃତ୍ତିସମୂହ |
|
| Criminal charges | Swaying public opinion |
| ଅପରାଧ ଜରିମାନା | ୩୨ ବର୍ଷ କାରାଦଣ୍ଡ |
| Criminal status | Incarcerated |
ଓସାମା ଖାଲିଦ (ଆରବୀ: أسامة خالد, ରୋମାନାଇଜ୍ଡ: ʾUsāma Khālid, ଉଚ୍ଚାରଣ [ʔuˈsaːma ˈxaːlid]; ଜନ୍ମ ୧୯ ଜାନୁଆରୀ ୧୯୯୪[୧]) ଜଣେ ସାଉଦି ଆରବୀୟ ଚିକିତ୍ସକ ଏବଂ ଉଇକିପିଡ଼ିଆ ପ୍ରଶାସକ, ଯିଏ ୨୦୨୦ ମସିହାରେ ୩୨ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ।[୨] ମାନବାଧିକାର କାର୍ଯ୍ୟକର୍ତ୍ତାମାନଙ୍କ ଅନୁସାରେ, ସାଉଦି ଆରବରେ ରାଜନୈତିକ କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ହେଉଥିବା ଦମନ ବିଷୟରେ ଉଇକିପିଡ଼ିଆରେ ସୂଚନା ଯୋଗାଇବା ହେଉଛି ତାଙ୍କ ଗିରଫ ଓ କାରାଦଣ୍ଡର ପ୍ରଧାନ କାରଣ।[୩]
ୱାଶିଂଟନ୍-ଆଧାରିତ ହ୍ୱିସଲ୍ବ୍ଲୋୱର ସଂଗଠନ DAWN ଏବଂ ବେଇରୁଟ୍-ଆଧାରିତ ଡିଜିଟାଲ ଅଧିକାର ସଂଗଠନ SMEX ଦ୍ୱାରା ଜାରିକୃତ ମିଳିତ ବିବୃତି ଅନୁସାରେ, ଖାଲିଦଙ୍କ ଗିରଫ ଉଇକିପିଡ଼ିଆ ପ୍ରଶାସକମାନଙ୍କ ଉପରେ ହେଉଥିବା ଏକ ଦମନ ଅଭିଯାନର ଅଂଶ ହେବା ସମ୍ଭାବନା ରହିଛି।[୪] ତଥାପି, ସାଉଦି ସରକାର ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗଗୁଡ଼ିକ ହେଲା— “ସାର୍ବଜନୀନ ମତାମତକୁ ପ୍ରଭାବିତ କରିବା” ଏବଂ ଦେଶରେ ରାଜନୈତିକ କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ହେଉଥିବା ଦମନ ବିଷୟରେ “ସମାଲୋଚନାମୂଳକ” ବୋଲି ଧାର୍ଯ୍ୟ କରାଯାଇଥିବା ବିଷୟବସ୍ତୁ ପ୍ରକାଶ କରି “ସାର୍ବଜନୀନ ନୀତି-ନୀତିକୁ ଉଲ୍ଲଂଘନ” କରିବା।[୫]
ଫ୍ରିଡମ୍ ହାଉସ୍ ଏବଂ ଆମନେଷ୍ଟି ଇଣ୍ଟରନ୍ୟାସନାଲ ସହିତ ୩୩ଟି ସଂଗଠନ ଦ୍ୱାରା ଏକ ମିଳିତ ବିବୃତିରେ, ସାଉଦି କାର୍ଯ୍ୟକାରୀମାନଙ୍କୁ ଖାଲିଦ ଓ ଅନ୍ୟାନ୍ୟ ସମସ୍ତଙ୍କୁ,ଯେଉଁମାନଙ୍କୁ ତାଙ୍କର ଅନଲାଇନ୍ ମତପ୍ରକାଶ ପାଇଁ ଅନ୍ୟାୟଭାବେ ବନ୍ଦି କରାଯାଇଛି—ସେମାନଙ୍କୁ ମୁକ୍ତ କରିବାକୁ ଆହ୍ୱାନ କରାଯାଇଛି।[୬]
ଗିରଫ
[ସମ୍ପାଦନା]ଡେମୋକ୍ରେସି ଫର୍ ଦ ଆରବ ୱର୍ଲ୍ଡ ନାଉ ଏବଂ ସୋସିଆଲ୍ ମିଡିଆ ଏକ୍ସଚେଞ୍ଜ ଉତ୍ସମାନଙ୍କ ଅନୁସାରେ, ୨୦୨୦ ମସିହାରେ ଓସାମା ଖାଲିଦ ଏବଂ ସହଯୋଗୀ ଆରବୀ ଉଇକିପିଡ଼ିଆ ପ୍ରଶାସକ ଜିୟାଦ୍ ଆଲ୍-ସୋଫିଆନି ଏକା ଦିନେ ଗିରଫ ହୋଇଥିଲେ । ସାଉଦି ଆରବର ବିଶେଷାଗତ ଅପରାଧ ଅଦାଲତ, ଯାହା ଦେଶର ଆତଙ୍କବାଦ ବିରୋଧୀ ଅଦାଲତ, ପ୍ରଥମେ ତାଙ୍କୁ ରିୟାଦର ଆଲ୍-ହାଇର୍ କାରାଗାରରେ ପାଞ୍ଚ ବର୍ଷ କାରାଦଣ୍ଡ ଦେଇଥିଲା। ସେପ୍ଟେମ୍ବର ୨୦୨୨ ମସିହାରେ, ସେହି ଏକା ଅଭିଯୋଗରେ ଅଦାଲତ ତାଙ୍କ ଦଣ୍ଡକୁ ବୃଦ୍ଧି କରି ୩୨ ବର୍ଷ କରିଦେଇଥିଲା।[୭]
ALQST ସଂଗଠନ ଅନୁସାରେ, ଅତ୍ୟଧିକ କାରାଦଣ୍ଡ ସାଉଦି ସରକାରଙ୍କ ଦମନ ଉପକରଣ ଭାବେ ବ୍ୟବହୃତ ହେଉଛି; ଏହାର ଉଦାହରଣ ଭାବେ ଖାଲିଦଙ୍କ ଦଣ୍ଡ ସହିତ ସଲ୍ମା ଆଲ୍-ଶେହାବ, ନୌରାହ୍ ଆଲ୍-କାହ୍ତାନି ଏବଂ ସୁକାଇନାହ୍ ଆଲ୍-ଆଇଥାନ୍ ଆଦିଙ୍କ ମାମଲା ଉଲ୍ଲେଖ କରାଯାଇଛି।[୮]
ଆଧାର
[ସମ୍ପାଦନା]- ↑ "Saudi Arabia: Birthday in jail: Saudi Wikipedian Osama Khalid Remains Unjustly Imprisoned on his 30th Birthday". Access Now (in ଇଂରାଜୀ). Retrieved 2026-01-31.
- ↑ AFP (2023-01-05). "Saudi Arabia jails two Wikipedia staff in 'bid to control content'". The Guardian (in ବ୍ରିଟିଶ୍ ଇଂରାଜୀ). ISSN 0261-3077. Retrieved 2026-01-31.
- ↑ "Saudi Arabia 'infiltrated' Wikipedia to control content, activists say". Middle East Eye (in ଇଂରାଜୀ). Retrieved 2026-01-31.
- ↑ AFP (2023-01-05). "Activists say Saudi government 'infiltrated' Wikipedia, jailed two admins". The Times of Israel (in ଆମେରିକୀୟ ଇଂରାଜୀ). ISSN 0040-7909. Retrieved 2026-01-31.
- ↑ Belanger, Ashley (2023-01-06). "Wikipedia admin jailed for 32 years after alleged Saudi spy infiltration". Ars Technica (in ଇଂରାଜୀ). Retrieved 2026-01-31.
- ↑ "Joint Statement: Saudi Arabia must free detainees jailed for their online expression ahead of Internet Governance Forum". Freedom House (in ଇଂରାଜୀ). Retrieved 2026-01-31.
- ↑ DAWN (2023-01-16). "Saudi Arabia: Government Agents Infiltrate Wikipedia, Sentence Independent Wikipedia Administrators to Prison". DAWN (in ଆମେରିକୀୟ ଇଂରାଜୀ). Retrieved 2026-01-31.
- ↑ "Eight Saudi women launch hunger strike against detention". alqst.org (in ଇଂରାଜୀ). 2023-03-30. Retrieved 2026-01-31.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |