Jump to content

ଓଲ୍ଡ ମଙ୍କ

ଉଇକିପିଡ଼ିଆ‌ରୁ
(Old Monkରୁ ଲେଉଟି ଆସିଛି)
ଓଲ୍ଡ ମଙ୍କ
ପ୍ରକାରରମ
ପ୍ରସ୍ତୁତକର୍ତ୍ତାମୋହନ ମିକିନ ବ୍ରୁଏରି
ପ୍ରସ୍ତୁତି ସ୍ଥାନଭାରତ
ପରିମାଣ ଅନୁସାରେ ମଦ୪୨.୮%
ରଙ୍ଗଗାଢ଼ ବାଦାମି
ସ୍ଵାଦଭନିଲା
ପ୍ରକାରଭେଦଓଲ୍ଡ ମଙ୍କ ସୁପ୍ରିମ ରମ
ଓଲ୍ଡ ମଙ୍କ ଗୋଲ୍ଡ ରିଜର୍ଭ ରମ
ଓଲ୍ଡ ମଙ୍କ XXX ରମ
ଓଲ୍ଡ ମଙ୍କ ଡିଲକ୍ସ XXX ରମ
ଓଲ୍ଡ ମଙ୍କ ହ୍ୱାଇଟ ରମ

ଓଲ୍ଡ ମଙ୍କ ଏକ ଭାରତୀୟ ଭ୍ୟାଟେଡ଼ ଡାର୍କ ରମ । ଏହା ଅତି କମରେ, ସାତ ବର୍ଷ ଧରି ରଖାଯାଇଥାଏ । ଏହା ଏକ ଡାର୍କ ରମ ଓ ଭାନିଲା ସ୍ୱାଦ‌ଯୁକ୍ତ । ଏଥିରେ ୪୨.୮% ଅଲକୋହଲ ଥାଏ । ଏହା ଉତ୍ତରପ୍ରଦେଶର ଗାଜିଆବାଦଠାରେ ପ୍ରସ୍ତୁତ ହୋଇଥାଏ ଓ ଭାରତର ନାନାଦି ସ୍ଥାନରେ ମିଳିଥାଏ ।

ଓଲ୍ଡ ମଙ୍କ ପୃଥିବୀର ସର୍ବାଧିକ ବିକ୍ରି ହେଉଥିବା ଡାର୍କ ରମ ।[] ଓଲ୍ଡ ମଙ୍କ ଭାରତର ସର୍ବବୃହତ ଭାରତରେ ତିଅରି ବିଦେଶୀ ମଦ ଭାବେ ଅନେକ ବର୍ଷ ଧରି ଜଣାଶୁଣା ।[]

ଏହା ପାଞ୍ଚଟି ଅଲଗା ଅଲଗା ଆକାରରେ ବିକ୍ରି ହୋଇଥାଏ; ୯୦ ମି.ଲି., ୧୮୦ ମି.ଲି., ୩୭୫ ମି.ଲି., ୭୫୦ ମି.ଲି. ଓ ୧ ଲି. ବୋତଲ ।