Jump to content

ଓଡ଼ିଶା ରାଜ୍ୟ ବିଧି ଆୟୋଗ

ଉଇକିପିଡ଼ିଆ‌ରୁ
(Odisha State Law Commissionରୁ ଲେଉଟି ଆସିଛି)

ଓଡ଼ିଶା ରାଜ୍ୟ ବିଧି ଆୟୋଗ ଓଡ଼ିଶା ସରକାରଙ୍କଦ୍ୱାରା ଗଠିତ ଏକ ସାମ୍ବିଧାନିକ ସଂସ୍ଥା ଯାହା ଆବଶ୍ୟକ ସ୍ଥଳେ ରାଜ୍ୟ ସରକାରଙ୍କୁ ଆଇନଗତ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଏ ।[] ଓଡ଼ିଶା ରାଜ୍ୟ ସରକାରଙ୍କ ୧୯୬୯ ମସିହାର ରାଜ୍ୟ ଆଇନ ସଂଶୋଧନ କମିଟି (The State Law Revision Committee,1969)ର ଏହା ଏକ ବିକଶିତ ରୂପ ।[]

ପୃଷ୍ଠଭୂମି

[ସମ୍ପାଦନା]

ମାର୍ଚ୍ଚ, ୨୦୧୬ରେ ରାଜ୍ୟ ଗେଜେଟରେ ପ୍ରକାଶିତ ଆଇନ ବିଭାଗରେ ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ରାଜ୍ୟ ସରକାରଙ୍କଦ୍ୱାରା ଓଡ଼ିଶା ରାଜ୍ୟ ବିଧି ଆୟୋଗ (OSLC)କୁ ଡିସେମ୍ବର ୨୦୨୪ରେ ପୁନର୍ଗଠନ କରାଯାଇଛି ।[] ଆୟୋଗର ଅଧ୍ୟକ୍ଷ ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରସାଦ ମିଶ୍ର ଏବଂ ସୌର ଚନ୍ଦ୍ର ମହାପାତ୍ର ମଧ୍ୟ ସଦସ୍ୟ ଭାବରେ ଏହି ପ୍ୟାନେଲରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଏକ୍ସ ଅଫିସିଓ ସଦସ୍ୟ ଭାବରେ ପୀତାମ୍ବର ଆଚାର୍ଯ୍ୟ, ଆଡଭୋକେଟ୍ ଜେନେରାଲ୍ ଏବଂ ମାନସ ରଂଜନ ବାରିକ୍, ମୁଖ୍ୟ ଶାସନ ସଚିବ (ଆଇନ ବିଭାଗ) ରହିଛନ୍ତି । ଆୟୋଗର ମୁଖ୍ୟାଳୟ ଭୁବନେଶ୍ୱରରେ ଅବସ୍ଥିତ । ୨୦୧୬ ବିଜ୍ଞପ୍ତି ଅନୁଯାୟୀ, ଅଧ୍ୟକ୍ଷଙ୍କ ତଥା ଅନ୍ୟାନ୍ୟ ପୂର୍ଣ୍ଣକାଳୀନ ଅଣ-ଅଫିସିଆଲ୍ ସଦସ୍ୟମାନଙ୍କ କାର୍ଯ୍ୟ ଅବଧି ସେମାନେ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ତିନି ବର୍ଷରୁ ଅଧିକ ହେବ ନାହିଁ ଏବଂ ଏହା ସହିତ କାର୍ଯ୍ୟ ଅବଧି ସେମାନଙ୍କ ବୟସ ସତୁରୀ ହେବା ଯାଏଁ ସିମୀତ ରହିବ ।[]

ଓଡ଼ିଶା ରାଜ୍ୟ ସରକାରଙ୍କ ମତରେ ରାଜ୍ୟରେ ପ୍ରଚଳିତ ଅନେକ ଆଇନ ବର୍ତ୍ତମାନ ସମୟରେ ସେମାନଙ୍କର ପ୍ରାସଙ୍ଗିକତା ହରାଇ‌ଲାଣି । ସେଭଳି ଅଦରକାରୀ ଆଇନକୁ ହଟାଇ ସେହିସ୍ଥାନରେ ଅନ୍ୟ କିଛି ଆବଶ୍ୟକୀୟ ଆଇନ ପ୍ରଚଳନ କରିବା ମଧ୍ୟ ଜରୁରୀ ।[] ଅତଏବ, ଆୟୋଗର ପ୍ରାଥମିକ କାର୍ଯ୍ୟଗୁଡ଼ିକ ହେଉଛି ପ୍ରଚଳିତ ରାଜ୍ୟ ଆଇନ ତଥା ସମବର୍ତ୍ତୀ ତାଲିକାରେ ଅନ୍ତର୍ଭୁକ୍ତ ରାଜ୍ୟ ସମ୍ବନ୍ଧୀୟ ଆଇନଗୁଡ଼ିକର ସମୀକ୍ଷା କରିବ । ଏହାସହ ଏହିସବୁ ଆଇନର ନିରନ୍ତର ଆବଶ୍ୟକତା ଯାଞ୍ଚ କରିବ ଏବଂ ଆବଶ୍ୟକ ସ୍ଥଳେ ଏସବୁର ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର, ପ୍ରତିସ୍ଥାପନ ଏବଂ ପରିବର୍ତ୍ତନ ନିମିତ୍ତ ରାଜ୍ୟ ସରକାରଙ୍କୁ ସୁପାରିଶ କରିବ । ଏଥି ନିମିତ୍ତ ଆୟୋଗ ଏକ ଉପକମିଟି ମଧ୍ୟ ଗଠନ କରିପାରିବେ । ଏହି ଉପକମିଟି ଏହି ଉଦ୍ଦେଶ୍ୟରେ ଆବଶ୍ୟକୀୟ ତଥ୍ୟ ଅନୁସନ୍ଧାନମୂଳକ ଦଳ ଭାବେ କର୍ଯ୍ୟକରିବେ ।[]

  1. "Law Department Resolution" (PDF). Retrieved 29 December 2024.
  2. Bharat, E. T. V. (2024-12-28). "Odisha Forms Its First Law Commission Under Retd HC Judge Justice Biswanath Rath". ETV Bharat News (in ଇଂରାଜୀ). Retrieved 2024-12-29.
  3. IANS. "Odisha govt reconstitutes State Law Commission". Odisha govt reconstitutes State Law Commission (in ଇଂରାଜୀ). Retrieved 2024-12-29.
  4. Dutta, Jyoti Prakash (28 December 2024). "Odisha Govt Reconstitutes State Law Commission, Appoints Justice Biswanath Rath As Chairperson". www.livelaw.in (in ଇଂରାଜୀ). Retrieved 29 December 2024.
  5. Gopi (2024-12-27). "Odisha govt reconstitutes state Law Commission". Social News XYZ (in ଆମେରିକୀୟ ଇଂରାଜୀ). Retrieved 2024-12-29.
  6. Swain, Priya Ranjan (2024-12-27). "Odisha State Law Commission reconstituted; details here". Sambad English (in ଇଂରାଜୀ). Retrieved 2024-12-29.