ଓଡ଼ିଆ ଲୋକ
| ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ | |
|---|---|
| ୩,୩୦,୧୭,୪୪୬ (୨୦୧୧) | |
| ୧୦,୦୦୦ | |
| ୫୫,୦୦୦ | |
| ୨୦,୦୦୦ | |
| ଭାଷାସମୂହ | |
| ଓଡି଼ଆ | |
| ଧର୍ମ | |
| ହିନ୍ଦୁ ଧର୍ମ, ଖ୍ରୀଷ୍ଟ ଧର୍ମ, ମୁସଲମାନ ଧର୍ମ | |
| ସମ୍ବନ୍ଧିତ ସମ୍ପ୍ରଦାୟ | |
| ଇଣ୍ଡୋ-ଆର୍ଯ୍ୟ | |
ଓଡ଼ିଆ ଲୋକ (ଇଂରାଜୀ: Odia, Oriya) ଭାରତୀୟ ରାଜ୍ୟ ଓଡ଼ିଶାର ଏକ ଇଣ୍ଡୋ-ଆର୍ଯ୍ୟ ଜାତିଗତ ଗୋଷ୍ଠୀ । ଓଡ଼ିଆ ଭାଷା ସେମାନଙ୍କର ମାତୃଭାଷା । ଓଡ଼ିଆ ଲୋକେ ଓଡ଼ିଶାରେ ମୁଖ୍ୟତଃ ସଂଖ୍ୟାଗରିଷ୍ଠ ଭାବେ ବସବାସ କରିବା ଛଡ଼ା ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମ ବଙ୍ଗରେ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟାଲଘୁ ଭାବେ ରହନ୍ତି ।[୧]
ବ୍ୟପ୍ତୁତ୍ତି
[ସମ୍ପାଦନା]ପ୍ରଥମ ଓଡ଼ିଆମାନଙ୍କୁ ଓଡ୍ର କିମ୍ବା କଳିଙ୍ଗ (ପରେ ଉତ୍କଳ ନାମରେ ପରିବର୍ତ୍ତନ ହେଲା) କୁହାଯାଉଥିଲା । ଓଡ଼ିଆ ଶବ୍ଦର ବ୍ୟବହାର ମହାଭାରତ ଭଳି ମହାକାବ୍ୟରେ ମଧ୍ୟ ଉଲ୍ଲେଖ ହୋଇଛି । ମହାଭାରତରେ ଲଢ଼ିଥିବା ଜାତିମାନଙ୍କ ମଧ୍ୟରୁ ଏକ ବୋଲି ଓଡ୍ରମାନଙ୍କ ନାମ ଉଲ୍ଲେଖ କରାଯାଇଛି । ପାଲି ସାହିତ୍ୟ ସେମାନଙ୍କୁ ଓଡକ ବୋଲି ଉଲ୍ଲେଖ କରାଯାଇଛି । ଟଲେମି ଏବଂ ପ୍ଲିନି ଦି ଏଲଡର ଭାରତର ପୂର୍ବ ଉପକୂଳରେ ବାସ କରୁଥିବା ଓରେଟାମାନଙ୍କ ବାବଦରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ଆଧୁନିକ ଶବ୍ଦ ଓଡ଼ିଆ ୧୫ଶ ଶତାବ୍ଦୀରେ ମଧ୍ୟଯୁଗୀୟ ମୁସଲିମ ଇତିହାସକାରମାନଙ୍କଦ୍ୱାରା ବ୍ୟବହୃତ ହୋଇଥିଲା ପରେ ଓଡ଼ିଶାର ଗଜପତି ରାଜାମାନେ ଗ୍ରହଣ କରିଥିଲେ ।
ସମୁଦାୟ
[ସମ୍ପାଦନା]ବ୍ରାହ୍ମଣ, ଖଣ୍ଡାୟତ , କରଣ , ଜ୍ୟୋତିଷ , କଳିଙ୍ଗବୈଶ୍ୟ , ଚଷା , ଗୋପାଳ , କଂସାରି, କଣ୍ଡରା, କନ୍ଧ, କମାର, କଲାର, କୁମ୍ଭାର, କୁର୍ମୀ, କୁଲିତା, କେଉଁଟ, କୈବର୍ତ୍ତ, କୋଣ୍ଡାଦରା, କ୍ଷତ୍ରୀୟ, ଗଉଡ଼, ଗଣ୍ଡ, ଗଣ୍ଡା, ଗୁଡ଼ିଆ, ଗୁରୁଖା, ଗୋଲା, ଘାସି, ଚମାର, ଡମ୍ବ, ଡୁମାଳ, ତନ୍ତୀ, ତେଲି, ଦୁମାଳ, ଦେବାର, ଧୋବା, ପଟେଲ, ପାଇକ, ପାଣ, ପାତର, ବଞ୍ଜାରା, ବଢେଇ, ବଣିଆ, ବାଉରି, ବାରିକ, ବୈରାଗି, ଭଣ୍ଡାରି, ଭୁଲିଆ, ମାଳି, ମୁଣ୍ଡା, ଯାଦବ, ରଙ୍ଗଣୀ, ଲୋହରା, ଶବର, ଶୁଣ୍ଢି, ସଉଁରା, ସତନାମି, ସୁନାରି, ହାଡି
ଆଧାର
[ସମ୍ପାଦନା]- ↑ Minahan, James (2012). Ethnic Groups of South Asia and the Pacific: An Encyclopedia. ISBN 9781598846591.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
