Jump to content

ନୁପୁର ଶର୍ମା

ଉଇକିପିଡ଼ିଆ‌ରୁ
(Nupur Sharmaରୁ ଲେଉଟି ଆସିଛି)
ନୁପୁର ଶର୍ମା
Former National Spokesperson of the Bharatiya Janata Party
କାର୍ଯ୍ୟକାଳ
2020–2022
ରାଷ୍ଟ୍ରପତିJ. P. Nadda
ବ୍ୟକ୍ତିଗତ ସବିଶେଷ
ଜନ୍ମ (1985-04-23) ୨୩ ଅପ୍ରେଲ ୧୯୮୫ (ବୟସ ୪୧)
New Delhi, India
ରାଜନୀତିକ ଦଳBharatiya Janata Party (2005–2022)
ଶିକ୍ଷା
ବୃତ୍ତି
  • Politician

ନୁପୁର ଶର୍ମା (ଜନ୍ମ ୨୩ ଏପ୍ରିଲ ୧୯୮୫) ଜଣେ ଭାରତୀୟ ରାଜନେତ୍ରୀ। ସେ ଜୁନ ୨୦୨୨ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (ବିଜେପି) ର ଜାତୀୟ ପ୍ରବକ୍ତା ଥିଲେ।[] ସେ ଅଧିକାରିକ ପ୍ରବକ୍ତା ଭାବେ ଭାରତୀୟ ଟେଲିଭିଜନ ଆଲୋଚନାମାନଙ୍କରେ ବିଜେପି ସପକ୍ଷରେ ପ୍ରାୟତଃ ଅଂଶଗ୍ରହଣ କରୁଥିଲେ।[] ଜୁନ ୨୦୧୧ ରେ ଇସ୍ଲାମୀ ପରମ୍ପରାର କିଛି କେନ୍ଦ୍ରୀୟ ସିଦ୍ଧାନ୍ତ ସହିତ ପୟଗମ୍ବର ମହମ୍ମଦ ଓ ତାଙ୍କର ତୃତୀୟ ପତ୍ନୀ ଆଇଶାଙ୍କ ବିବାହ ସମୟର ବୟସ ସମ୍ବନ୍ଧୀୟ ଅବାଞ୍ଛିତ ଟୀକାଟିପ୍ପଣୀକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେ ଦଳରୁ ସସ୍‌ପେଣ୍ଡ ହୋଇଥିଲେ।[]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ନୁପୁର ଶର୍ମାଙ୍କ ଜନ୍ମ ୧୯୮୫ ମସିହାରେ ନୂଆ ଦିଲ୍ଲୀରେ ହୋଇଥିଲା। ସେ ଏକ ସରକାରୀ କର୍ମଚାରୀ ଓ ବ୍ୟବସାୟୀ ପରିବାରରୁ ଆସିଛନ୍ତି। ତାଙ୍କ ମାତା ଡେରାଡୁନ ରୁ ଆସିଥିଲେ।[]

ସେ ମଥୁରା ରୋଡସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଅଧ୍ୟୟନ କରିଥିଲେ। ପରେ ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ହିନ୍ଦୁ ମହାବିଦ୍ୟାଳୟରୁ ଅର୍ଥନୀତିରେ କଳା ସ୍ନାତକ (ବି.ଏ.) ହାସଲ କରିଥିଲେ। ତାପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବିଧି ସ୍ନାତକ (ଏଲଏଲବି) ସମ୍ପୂର୍ଣ୍ଣ କରିଥିଲେ। ଛାତ୍ରଜୀବନରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଯାହା ସଂଘ ପରିବାରର ଛାତ୍ର ଶାଖା, ସହିତ ଯୁକ୍ତ ହୋଇଥିଲେ ଏବଂ ୨୦୦୮ରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଛାତ୍ର ସଂଘ ର ଅଧ୍ୟକ୍ଷ ପଦ ଜିତିଥିଲେ । ଏହି ଜିତିବା ଏବିଭିପି ପାଇଁ ଆଠ ବର୍ଷର ବିରତିକୁ ସମାପ୍ତ କରିଥିଲା।

ତାଙ୍କ କାର୍ଯ୍ୟକାଳ ମଧ୍ୟରେ ‘Communalism, Fascism and Democracy: Rhetoric and Reality’ ବିଷୟରେ ଏକ ଅଧ୍ୟାପକ ସେମିନାରରେ ଏସ୍ ଏ ଆର ଗିଲାନୀଙ୍କ ବିରୋଧରେ ଏବିଭିପି ସଦସ୍ୟମାନଙ୍କୁ ନେତୃତ୍ୱ ଦେଇ ପ୍ରତିବାଦ କରିବା ଏକ ଉଲ୍ଲେଖନୀୟ ଘଟଣା ଥିଲା। ପରେ ସେ ୟୁନିଭରସିଟି ଅଫ ଲଣ୍ଡନ ଅଧିନସ୍ଥ ଲଣ୍ଡନ ସ୍କୁଲ ଅଫ ଇକୋନୋମିକସରୁ ବିଧି (ଆଇନ) ସ୍ନାତକୋତ୍ତର (ଏଲଏଲଏମ୍) ଡିଗ୍ରୀ ହାସଲ କରି ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।[]

ରାଜନୈତିକ ଜୀବନ

[ସମ୍ପାଦନା]

ଲଣ୍ଡନରୁ ଫେରିବା ପରେ 2010–2011 ମଧ୍ୟରେ ଶର୍ମା ଭାରତୀୟ ଜନତା ପାର୍ଟି (ବିଜେପି) ସହିତ କାର୍ଯ୍ୟକର୍ତ୍ତା ଭାବେ ଯୁକ୍ତ ହୋଇଥିଲେ।[12][8] 2013 ରେ ସେ ଦିଲ୍ଲୀ ବିଜେପି କାର୍ଯ୍ୟକାରିଣୀ ସମିତିର ସଦସ୍ୟ ହୋଇଥିଲେ।[8] ସେ ଅରବିନ୍ଦ ପ୍ରଧାନ, ଅରୁଣ ଜେଟଲି ଏବଂ ଅମିତ ଶାହା ଭଳି ବରିଷ୍ଠ ନେତାମାନଙ୍କ ସହ କାମ କରିଥିବା କୁହାଯାଏ।

୨୦୧୫ ମସିହାରେ, ୩୦ ବର୍ଷ ବୟସରେ, ସେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆମ ଆଦମି ପାର୍ଟି (ଆପ୍) ପକ୍ଷରୁ ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଟିକେଟ୍ ପାଇଥିଲେ। ସେ 31,000 ଭୋଟ୍ ମାର୍ଜିନରେ ପରାଜିତ ହୋଇଥିଲେ।[]

ପରବର୍ତ୍ତୀକାଳରେ, ସେ ମନୋଜ ତିୱାରୀଙ୍କ ନେତୃତ୍ୱରେ ବିଜେପି ଦିଲ୍ଲୀ ଇଉନିଟ୍‌ର ଅଧିକାରିକ ପ୍ରବକ୍ତା ଭାବେ ନିଯୁକ୍ତ ହୋଇଥିଲେ। ୨୦୨୦ ମସିହାରେ ଜେ ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ସେ ବିଜେପିଙ୍କ ଜାତୀୟ ପ୍ରବକ୍ତା ହୋଇଥିଲେ। ଦିଲ୍ଲୀ ବିଜେପି ନେତାଙ୍କ ଅନୁସାରେ, ସେ ଦିଲ୍ଲୀ ଇଉନିଟ୍‌ରେ ଥିବା ସମୟରେ ମଧ୍ୟ ଜାତୀୟ ବିଷୟରେ ତାଙ୍କ ଆଇନ ଜ୍ଞାନ, ଜାତୀୟ ବିଷୟରେ ପାରଦର୍ଶିତା ଓ ଦ୍ୱିଭାଷୀ କୌଶଳ ଦରୁ ଟିଭି ଆଲୋଚନାମାନଙ୍କ ପାଇଁ ପଠାଯାଉଥିଲେ। ସେ ଯୁବ ଓ ଉତ୍ସାହିତ ନେତୃତ୍ୱ ଭାବେ ପରିଚିତ ଥିଲେ ଏବଂ ଟେଲିଭିଜନ ଆଲୋଚନାରେ ନିୟମିତ ଭାବେ ଦେଖାଯାଉଥିଲେ। ଟେଲିଭିଜନ ଚର୍ଚ୍ଚାମାନେ ସେ ବିପକ୍ଷ ପ୍ୟାନେଲିଷ୍ଟମାନଙ୍କ ସହ କଠୋର ଭାବରେ ବ୍ୟବହାର କରୁଥିବାରୁ ସୋସିଆଲ୍ ମିଡିଆରେ ଆଲୋଚନା ଓ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା।[]

ମୁହମ୍ମଦ ସମ୍ବନ୍ଧୀୟ ଟୀକାଟିପ୍ପଣୀ

[ସମ୍ପାଦନା]

୨୬ ମଇ ୨୦୨୨ ରେ, ଶର୍ମା ଟାଇମସ ନାଉ ଟେଲିଭିଜନ ଚ୍ୟାନେଲରେ ଜ୍ଞାନବାପୀ ମସ୍ଜିଦ ବିବାଦ ସମ୍ପର୍କିତ ଏକ ଚର୍ଚ୍ଚାରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେ ପୟଗମ୍ବର ମୁହମ୍ମଦଙ୍କ ଘରଣୀ ଆଇଶାଙ୍କ ବିବାହ ସମୟର ବୟସ ଓ ବିବାହ ସମ୍ପନ୍ନ ହେବା ସମୟର ବୟସ ସମ୍ବନ୍ଧରେ କଥିତ ଟୀକାଟିପ୍ପଣୀ କରିଥିଲେ।[]

  1. "Nupur Sharma: The BJP firebrand facing party axe". The Indian Express (in ଇଂରାଜୀ). 2022-06-01. Retrieved 2026-03-04.
  2. "Nupur Sharma: The Indian woman behind offensive Prophet Muhammad comments". BBC News (in ବ୍ରିଟିଶ୍‌ ଇଂରାଜୀ). 2022-06-07. Retrieved 2026-03-04.
  3. "After 'respect all religions' statement, BJP wields axe, expels two key spokespersons". The Indian Express (in ଇଂରାଜୀ). 2022-06-05. Retrieved 2026-03-04.
  4. "Kejriwal rival Nupur Sharma has Dehradun roots", Dehradun Post, 29 January 2015, ଛାଞ୍ଚ:ProQuest
  5. "Nupur Sharma, suspended Spokesperson of BJP, did her Master in Law from this UK University". Free Press Journal (in ଇଂରାଜୀ). Retrieved 2026-03-04.
  6. PTI (2015-02-10). "Arvind Kejriwal defeats BJP's Nupur Sharma by over 31,000 votes". mint (in ଇଂରାଜୀ). Retrieved 2026-03-04.
  7. "Nupur Sharma: The Indian woman behind offensive Prophet Muhammad comments". BBC News (in ବ୍ରିଟିଶ୍‌ ଇଂରାଜୀ). 2022-06-07. Retrieved 2026-03-04.
  8. "Muslim nations slam India over insulting remarks about Islam". Washington Post (in ଇଂରାଜୀ). 2022-06-06. Retrieved 2026-03-04.