ନୃସିଂହ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
(Nrusingha Tripathyରୁ ଲେଉଟି ଆସିଛି)
ନୃସିଂହ ତ୍ରିପାଠୀ
Born
ନୃସିଂହ ତ୍ରିପାଠୀ

୧୯୪୫
Nationalityଭାରତୀୟ
Citizenshipଭାରତୀୟ
Occupation(s)କବି
ଗାଳ୍ପିକ
ଅନୁବାଦକ
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ)- ୨୦୦୨
Websitehttp://www.nrusinghatripathy.in

ନୃସିଂହ ତ୍ରିପାଠୀ (ଜନ୍ମ: ୧୯୪୫) ଜଣେ ଓଡ଼ିଆ ଓଡ଼ିଆ କବି, କ୍ଷୁଦ୍ରଗଳ୍ପ ଲେଖକ, ସମ୍ପାଦକ, ଅନୁବାଦକ ଓ ସମାଜସେବୀ । ସେ ୨୦୦୨ ମସିହାରେ ତାଙ୍କର ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଥିଲେ ।[୧] ତାଙ୍କ ରଚିତ କ୍ଷୁଦ୍ରଗଳ୍ପର ୪ଟି ସଂକଳନ ପ୍ରକାଶ ପାଇଥିଲା ।[୨]

ଜନ୍ମ, ଶିକ୍ଷା ଓ ପେଶା[ସମ୍ପାଦନା]

ନୃସିଂହ ତ୍ରିପାଠୀ ୧୯୪୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଶା ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଥିଲେ ।

ନୃସିଂହ ୧୯୬୯ ମସିହାରେ ଭାରତୀୟ ରାଜସ୍ୱ ସେବାରେ ଯୋଗ ଦେଇଥିଲେ । ଏହାପୂର୍ବରୁ ସେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଅର୍ଥନୀତି ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ । ସେ ୨୦୦୪ ମସିହାରେ ଚାକିରୀରୁ ଅବସର ନେଇଥିଲେ । ଅବସର ନେବାବେଳକୁ ସେ ଆୟକର ବିଭାଗର ଜଣେ ପ୍ରମୁଖ କମିଶନର୍‌ ଭାବରେ କାର୍ଯ୍ୟ କରୁଥିଲେ । ୨୦୧୨ ମସିହାରେ ନୃସିଂହ କଲିକତା ବିଶ୍ୱବିଦ୍ୟାଳୟରୁ ତାଙ୍କର ପି.ଏଚ୍.ଡି. କରିଥିଲେ ।


ରଚନାବଳୀ[ସମ୍ପାଦନା]

  • ୧୯୯୮ - ଚାରୁଚନ୍ଦ୍ର ଲେଖା (ଅନୁବାଦ)
  • ୧୯୯୨ - ପର୍ବ
  • ୧୯୯୮ - ଶୂନ୍ୟ ରମଣ
  • ୧୯୮୩ - ହେ ଇଶ୍ୱର ଉଠ
  • ୧୯୮୯ - ନିଦ୍ରିତ ସନ୍ୟାସ
  • ୨୦୦୫ - ସତ୍‌ସଙ୍ଗ ପଥ
  • ମନୋନିବେଶ
  • ପ୍ରଣୟ ପରମ ବେଦ
  • ପୁନର୍ଭବା
  • ଶବ୍ଦଯାତ୍ରା
  • ଶୂନ୍ୟ ରମଣ
  • ସ୍ୱପ୍ନ ସମାଧି

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ନୃସିଂହ ତ୍ରିପାଠୀଙ୍କୁ ୨୦୦୨ ମସିହାରେ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।

  • ଝଙ୍କାର ପୁରସ୍କାର (କବିତା), ୧୯୯୮[୩](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଗଙ୍ଗାଧର ମେହେର କବିତା ସମ୍ମାନ, ୨୦୧୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର[ସମ୍ପାଦନା]

  1. "Sahitya Akademy Awarded Odia". sahitya-akademi.gov.in. Retrieved 2019-02-26. {{cite web}}: Cite has empty unknown parameter: |dead-url= (help)
  2. Tripāṭhī, Nṛsiṃha (2004-01-01). Nrusingha Tripathy, Stories (in ଇଂରାଜୀ). Grassroots. ISBN 9788189040086.
  3. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୯ ମାର୍ଚ୍ଚ ୨୦୨୨. {{cite web}}: Check date values in: |accessdate= (help)