ନୃସିଂହାନନ୍ଦ ମହାପାତ୍ର
ଦେଖଣା
(Nrusihananda Mohapatraରୁ ଲେଉଟି ଆସିଛି)
ନୃସିଂହାନନ୍ଦ ମହାପାତ୍ର | |
|---|---|
| ଜନ୍ମ | ୧ ମଇ ୧୯୭୪ |
| ଜାତୀୟତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ଉଲ୍ଲେଖନୀୟ କୃତି | ମୃତ୍ୟୁ ପରେ ଜୀବାତ୍ମାର ଅସ୍ତିତ୍ୱ |
| ପିତାମାତା | କୃଷ୍ଣଚନ୍ଦ୍ର ମହାପାତ୍ର, କମଳା ମହାପାତ୍ର |
| ପୁରସ୍କାର | ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୨୪[୧] |
ନୃସିଂହାନନ୍ଦ ମହାପାତ୍ର ଜଣେ ଓଡ଼ିଆ-ଭାଷୀ ଲେଖକ । ସେ ମୃତ୍ୟୁ ପରେ ଜୀବାତ୍ମାର ଅସ୍ତିତ୍ୱ ପାଇଁ ୨୦୨୪ ମସିହାରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ନୃସିଂହାନନ୍ଦ ଏକାଧାରାରେ ଜଣେ ବୈଷୟିକ ଶିକ୍ଷାଧିକାରୀ, ସମାଜସେବୀ, ସଂଗଠକ, ସଂସ୍କାରକ ତଥା ସଂସ୍କୃତି ସଚେତନ ସାହିତ୍ୟିକ । ବୃତ୍ତିରେ ସେ ଫୁଲବାଣୀ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ତାଲିମ ଅଧିକାରୀ ଭାବେ କାର୍ଯ୍ୟରତ । ଫୁଲବାଣୀ ଜିଲ୍ଲା ଲେଖକ ସାମ୍ମୁଖ୍ୟର ଜଣେ ସକ୍ରିୟ ସଦସ୍ୟ ଏବଂ କୋଷାଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟରତ । କବିତା, ପ୍ରବନ୍ଧ ଓ ଅଧ୍ୟାତ୍ମିକ ଆଲୋଚନା ସହିତ ସେ ଆଚାର୍ଯ୍ୟ ଶଙ୍କରାଚାର୍ଯ୍ୟଙ୍କର ଜଣେ ମୁଗ୍ଧ ପାଠକ । ତାଙ୍କର ଅନେକ କୃତି ଅନୁବାଦ ମଧ୍ୟ କରିଛନ୍ତି ।
ରଚନାବଳୀ
[ସମ୍ପାଦନା]ଧର୍ମସାହିତ୍ୟ
[ସମ୍ପାଦନା]- ମୃତ୍ୟୁ ପରେ ଜୀବାତ୍ମାର ଅସ୍ତିତ୍ୱ
- ସଞ୍ଜିବନୀ ବିଦ୍ୟା
- ଚଣ୍ଡୀ ଉପାସନା
- ଭାରତର ସାଧୁସନ୍ଥ
- ଗୁରୁ ବ୍ୟକ୍ତି ନୁହେଁ ଗୁରୁ ଶକ୍ତି
କବିତା
[ସମ୍ପାଦନା]- ପ୍ରିୟାବାସନ୍ତୀ
- ଫୁଲକୁଆଁରୀ
- ମା' ମାଟି ମଶାଣି
- ଲାଜେଇ ଝିଅ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା". ସମାଜ (in ଓଡ଼ିଆ). ଭୁବନେଶ୍ୱର. 15 December 2024. Archived from the original on 27 December 2024. Retrieved 12 April 2025.
{{cite news}}: CS1 maint: unrecognized language (link)