ନିତ୍ୟାନନ୍ଦ ପଣ୍ଡା

ଉଇକିପିଡ଼ିଆ‌ରୁ
(Nityananda Pandaରୁ ଲେଉଟି ଆସିଛି)
ନିତ୍ୟାନନ୍ଦ ପଣ୍ଡା
ଜନ୍ମ୧୯୫୩
ଉଲ୍ଲେଖନୀୟ କୃତିଗୋଟିଏ ଯୋଡି ଗାଁର କାହାଣୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର -୨୦୧୫
ୱେବସାଇଟwww.nityanandapanda.com

ନିତ୍ୟାନନ୍ଦ ପଣ୍ଡା (ଜନ୍ମ: ୧୯୫୩), ଜଣେ ଓଡ଼ିଆ ଲେଖକ । ସେ ୧୯୮୭ ମସିହାରୁ ଲେଖାଲେଖି ଆରମ୍ଭ କରିଥିଲେ । ତାଙ୍କର ୧୬ଟି ଉପନ୍ୟାସ ଓ ୨୦୦ରୁ ଅଧିକ ଗଳ୍ପ ପ୍ରକାଶ ପାଇ ସାରିଛି । ଉପନ୍ୟାସ "ଗୋଟିଏ ଯୋଡି ଗାଁର କାହାଣୀ" ପାଇଁ ସେ ୨୦୧୫ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]

ସାହିତ୍ୟ ସର୍ଜନା[ସମ୍ପାଦନା]

ନିତ୍ୟାନନ୍ଦ ୧୯୮୭ ମସିହାରେ ଲେଖାଲେଖି ଆରମ୍ଭ କରିଥିଲେ । ପ୍ରଥମ ଲେଖା ଗଳ୍ପ ଥିଲା ଓ ଏହା ୧୯୯୪ ମସିହାରେ ବହୁରୂପୀ ଗଳ୍ପ ସଂକଳନ ଭାବରେ ପ୍ରକାଶ ପାଇଥିଲା । ୨୦୦୫ରେ ପ୍ରଥମ ଉପନ୍ୟାସ ଅଭୟାରଣ୍ୟ ପ୍ରକାଶ ପାଇଥିଲା । ଗ୍ରାମୀଣ ସଭ୍ୟତା ଓ ଚରିତ୍ର ତାଙ୍କ ଲେଖାର ମୁଖ୍ୟ ବିଷୟବସ୍ତୁ ହୋଇଥାଏ । ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ, ଅଖିଳ ମୋହନ ପଟ୍ଟନାୟକ, ଅଚ୍ୟୁତାନନ୍ଦ ପତି ଆଦି ଲେଖଙ୍କଠାରୁ ସେ ଲେଖିବାକୁ ପ୍ରେରଣା ପାଇଛନ୍ତି ବୋଲି ସ୍ୱୀକାର କରିଛନ୍ତି ।

ରଚନାବଳୀ[ସମ୍ପାଦନା]

ଉପନ୍ୟାସ[ସମ୍ପାଦନା]

  • ଫିନିକ୍ସ ପକ୍ଷୀର ଜନ୍ମ
  • ଉପନ୍ୟାସ ୧୯୪୭
  • କଣ୍ଢେଇ ନାଚ
  • ତମସୋ ମା
  • ଅଭୟାରଣ୍ୟ
  • ଯୋଗୀ
  • ଦମୟନ୍ତୀ
  • ବିଲ୍ୱମଙ୍ଗଳ
  • ରାଧାରାସେଶ୍ୱରୀ
  • ମହାବନ୍ୟା
  • ସାଂଖ୍ୟପୁରୁଷ
  • ବଟୁ ବାବନ
  • ଜଡ଼ ଭାରତ ଓ ଭାରତବର୍ଷ
  • ଗୋଟିଏ ଯୋଡି ଗାଁର କାହାଣୀ

ଗଳ୍ପ[ସମ୍ପାଦନା]

  • ଶେଷ ଡାଇରୀ
  • ପ୍ରଥମ ପୃଥିବୀ
  • ପାନ୍ଥଶାଳା
  • ଚରିକି
  • ଗଙ୍ଗାଘାଟ ଓ ଅନ୍ୟାନ୍ୟ କାହାଣୀ
  • ବାରୁଣୀ ସ୍ନାନ
  • ସଂକ୍ରାନ୍ତୀ ପୁରୁଷ
  • ଶୂନକେ ଶୂନ
  • ସ୍ୱର୍ଗଦ୍ୱାର ଓ ଅନ୍ୟାନ୍ୟ ଗଳ୍ପ
  • ପୁନର୍ଜନ୍ମ
  • ନାଗଫାଶ ଓ ଅନ୍ୟାନ୍ୟ ଗଳ୍ପ
  • ବହୁରୂପୀ
  • ଯୁଦ୍ଧ[୨]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର -୨୦୧୫[୩]

ଆଧାର[ସମ୍ପାଦନା]

  1. "Odisha Sahitya Akademi award for 18 authors". www.newindianexpress.com. The New Indian Express. Archived from the original on 25 July 2020. Retrieved 25 July 2020.
  2. "ପାଠକୀୟ ସ୍ୱୀକୃତି ହିଁ ସାର୍ଥକତା". No. ପ୍ରଗତିବାଦୀ ୨୫ଜୁଲାଇ ୨୦୨୦ ପୃଷ୍ଠା ୨. ପ୍ରଗତିବାଦୀ. Archived from the original on 25 July 2020. Retrieved 25 July 2020.
  3. "Odisha Sahitya Akademi Award For 2015, 2016 Announced: Here's The List". kalingatv.com. kalinga tv. Archived from the original on 25 July 2020. Retrieved 25 July 2020.