Jump to content

ନାଥୁରାମ ଗୋଡ଼ସେ

ଉଇକିପିଡ଼ିଆ‌ରୁ
(Nathuram Godseରୁ ଲେଉଟି ଆସିଛି)
ନାଥୁରାମ ବିନାୟକ ଗୋଡ଼ସ
ନାଥୁରାମ ଗୋଡ଼ସ
Godse at his trial for the murder of Mahatma Gandhi in 1948
ଜନ୍ମ
Ramachandra Vinayak Godse

(1910-05-19)୧୯ ମଇ ୧୯୧୦
ମୃତ୍ୟୁ୧୫ ନଭେମ୍ବର ୧୯୪୯(1949-11-15) (ବୟସ ୩୯)
Ambala Central Jail, East Punjab, India
(present-day Haryana, India)
ମୃତ୍ୟୁର କାରଣStrangulation due to botched execution by hanging[]
ପ୍ରସିଦ୍ଧିAssassination of Mahatma Gandhi
Criminal statusExecuted
Conviction(s)Murder
କରିଥିବା ହତ୍ୟା
ଅପରାଧର ଶିକାରMahatma Gandhi
ତାରିଖ30 January 1948
Writing career
ସାହିତ୍ୟ କୃତିWhy I Killed Gandhi
ସମ୍ପର୍କୀୟGopal Godse (brother)

ନାଥୁରାମ ବିନାୟକ ଗୋଡ଼ସେ (୧୯ ମଇ ୧୯୧୦ – ୧୫ ନଭେମ୍ବର ୧୯୪୯) ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ଥିଲେ । ସେ ୩୦ ଜାନୁଆରୀ ୧୯୪୮ ରେ ନୂଆଦିଲ୍ଲୀରେ ଗାନ୍ଧୀଙ୍କୁ ଛାତିରେ ତିନିଥରି ଗୁଳି ମାରିଥିଲେ । ପୁଣେର ଏହି ହିନ୍ଦୁ ରାଷ୍ଟ୍ରବାଦୀଙ୍କ ମତରେ ଗାନ୍ଧୀ ଭାରତ ବିଭାଜନ ସମୟରେ ମୁସଲମାନଙ୍କ ଅସଂଗତ ରାଜନୈତିକ ଦାବିକୁ ସମର୍ଥନ କରିଥିଲେ । ନାରାୟଣ ଆପ୍ଟେ ଓ ଅନ୍ୟ ୬ ଜଣଙ୍କ ସହିତ ମିଶି ସେ ଗାନ୍ଧୀଙ୍କ ହତ୍ୟାର ଚକ୍ରାନ୍ତ କରିଥିଲେ । ପ୍ରାୟ ୧ ବର୍ଷ ଧରି ତାଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଚାଲିବା ପରେ, ୮ ନଭେମ୍ବର ୧୯୪୯ ରେ ଗୋଡସେଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଦଣ୍ଡକୁ ପରିବର୍ତ୍ତନ କରିବା ପାଇଁ ଗାନ୍ଧୀଙ୍କ ଦୁଇ ପୁଅ — ମଣିଲାଲ ଗାନ୍ଧୀରାମଦାସ ଗାନ୍ଧୀ — ଅନୁରୋଧ କରିଥିଲେ, କିନ୍ତୁ ଏହି ଅନୁରୋଧକୁ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ, ଉପପ୍ରଧାନମନ୍ତ୍ରୀ ବଲ୍ଲଭଭାଇ ପଟେଲ ଓ ଗଭର୍ନର ଜେନେରାଲ୍ ସି. ରାଜଗୋପାଳାଚାରୀ ପ୍ରତ୍ୟାଖ୍ୟାନ କରିଥିଲେ । ୧୫ ନଭେମ୍ବର ୧୯୪୯ ରେ ଗୋଡସେଙ୍କୁ ଅମ୍ବାଲା ସେଣ୍ଟ୍ରାଲ୍ ଜେଲରେ ଫାସି ଦିଆଯାଇଥିଲା ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ନାଥୁରାମ ବିନାୟକ ରାଓ ଗୋଡସେଙ୍କ ଜନ୍ମ ଏକ ମରାଠୀ ଚିତପାୱନ୍ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିତା ବିନାୟକ ୱାମନରାଓ ଗୋଡସେ, ଏକ ଡାକ କର୍ମଚାରୀ ଥିଲେ; ମାତା ଥିଲେ ଲକ୍ଷ୍ମୀ (ନବ ଗୋଦାବରୀ) । ଜନ୍ମ ସମୟରେ ତାଙ୍କ ନାମ ଥିଲା ରାମଚନ୍ଦ୍ର । ଏକ ଦୁର୍ଭାଗ୍ୟଜନକ ଘଟଣାରୁ ସେ “ନାଥୁରାମ” ନାମ ପାଇଥିଲେ । ତାଙ୍କ ଜନ୍ମ ପୂର୍ବରୁ ମାତା,ପିତାଙ୍କ ୩ ପୁଅ ଓ ୧ ଝିଅ ଥିଲେ, କିନ୍ତୁ ୩ଟି ପୁଅର ଶିଶୁକାଳରେ ମୃତ୍ୟୁ ହୋଇଥିଲା । ପୁରୁଷ ଶିଶୁଙ୍କ ଉପରେ କୌଣସି ଅଭିଶାପ ଅଛି ବୋଲି ଭୟରୁ, ଛୋଟ ରାମଚନ୍ଦ୍ରକୁ କିଛି ବର୍ଷ ପର୍ଯ୍ୟନ୍ତ ଝିଅଟିଏପରି ପାଳନ କରାଯାଇଥିଲା । ତାଙ୍କ ନାକରେ ଛେଦ କରି “ନଥ” (ନାକର ଅଳଙ୍କାର) ପିନ୍ଧାଇଥିଲେ । ଏହି କାରଣରୁ ସେ “ନାଥୁରାମ” ଅର୍ଥାତ୍ “ନାକରେ ନଥ ପିନ୍ଧିଥିବା ରାମ” ନାମରେ ପରିଚିତ ହେଲେ । ପରେ ତାଙ୍କ ଛୋଟଭାଇ ଜନ୍ମିଲାପରେ, ତାଙ୍କୁ ପୁଅ ଭାବରେ ପରିଚିତ କରାଇଲେ ।

ଗୋଡସେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ବାରାମତୀର ଏକ ସ୍ଥାନୀୟ ବିଦ୍ୟାଳୟରେ ପଢିଲେ, ତା ପରେ ସେ ପୁଣେରେ ଏକ ସମ୍ପର୍କୀୟ ମାଉସୀଙ୍କ ସହିତ ରହି, ଇଂରାଜୀ ବିଦ୍ୟାଳୟରେ ଶିକ୍ଷା ପାଇବାକୁ ଯାଇଥିଲେ ।

ରାଜନୈତିକ ଜୀବନ ଓ ବିଚାରଧାରା

[ସମ୍ପାଦନା]

ଗୋଡସେ ହାଇସ୍କୁଲ୍ ଛାଡିଦେଇ ହିନ୍ଦୁ ରାଷ୍ଟ୍ରବାଦୀ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ଓ ହିନ୍ଦୁ ମହାସଭାର କାର୍ଯ୍ୟକର୍ତ୍ତା ହେଲେ । କିନ୍ତୁ ସଠିକ ଭାବେ ସେ କେବେ ସଦସ୍ୟ ହେଲେ ଏହା ସ୍ପଷ୍ଟ ନୁହେଁ ।

RSS ସଦସ୍ୟତା

[ସମ୍ପାଦନା]

ଗୋଡସେ ୧୯୩୨ ରେ ସାଙ୍ଗଲୀ (ମହାରାଷ୍ଟ୍ର) ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ରେ ଯୋଗଦେଲେ । ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ସହିତ ସହିତ ହିନ୍ଦୁ ମହାସଭାର ସଦସ୍ୟ ମଧ୍ୟ ରହିଲେ । ସେ ବାରମ୍ବାର ଖବରକାଗଜରେ ଲେଖା ଲେଖି, ନିଜର ବିଚାର ପ୍ରଚାର କରୁଥିଲେ । ଏହି ସମୟରେ, ଗୋଡସେ ଓ M.S. ଗୋଲୱାଲକର (ଯିଏ ପରେ RSS ମୁଖ୍ୟ ହେଲେ) ଏକାସାଙ୍ଗରେ କାମ କରୁଥିଲେ । ସେମାନେ ବାବାରାଓ ସାବରକରଙ୍କ “ରାଷ୍ଟ୍ର ମୀମାଂସା” ପୁସ୍ତକର ଇଂରାଜୀ ଅନୁବାଦ କରିଥିଲେ । କିନ୍ତୁ ଗୋଲୱାଲକର ସମସ୍ତ କୃତିତ୍ୱ ନେଲାପରେ ଦୁଇଜଣଙ୍କ ମଧ୍ୟରେ ବିରୋଧ ହେଲା । ୧୯୪୨ ରେ, ବିଜୟାଦଶମୀରେ, ଗୋଡସେ “ହିନ୍ଦୁ ରାଷ୍ଟ୍ର ଦଳ” ସ୍ଥାପନା କଲେ, ଯଦିଓ RSS ଓ ହିନ୍ଦୁ ମହାସଭାର ସଦସ୍ୟତା ରଖିଲେ ।

୧୯୪୬ ରେ ସେ RSS ଛାଡିବା ଓ ହିନ୍ଦୁ ମହାସଭାରେ ଯୋଗଦେବାକୁ ଦାବି କଲେ । କିନ୍ତୁ ଐତିହାସିକ ତଥ୍ୟ ଏହାକୁ ସମର୍ଥନ କରେନାହିଁ । ୨୦୨୦ ରେ ପ୍ରକାଶିତ କାରବାନ ପତ୍ରିକାର ତଦନ୍ତରୁ ଜଣାପଡ଼ିଲା ଯେ, ନିଜର ଶେଷ ଦିନ ପର୍ଯ୍ୟନ୍ତ RSS ରେ ସେ ସଦସ୍ୟତା ବଜାୟ ରଖିଥିଲେ । ତାଙ୍କ ପରିବାର ବହୁବାର କହିଥିଲେ ଯେ, ସେ RSS କେବେ ଛାଡିନଥିଲେ; RSS ସହିତ ସେ ହିନ୍ଦୁ ମହାସଭାର ସଦସ୍ୟତା ମଧ୍ୟ ରଖିଥିଲେ ।[]

ମହାତ୍ମା ଗାନ୍ଧୀଙ୍କ ହତ୍ୟା

[ସମ୍ପାଦନା]

୩୦ ଜାନୁଆରୀ ୧୯୪୮ ରେ ସନ୍ଧ୍ୟା ୫ଟା ୧୭ ମିନିଟ୍‌ରେ, ଗାନ୍ଧୀ ନୂଆଦିଲ୍ଲୀର ବିର୍ଲା ହାଉସରେ ପ୍ରାର୍ଥନା ସଭା ପାଇଁ ଯାଉଥିବାବେଳେ, ଗୋଡସେ ଭିଡ଼ରୁ ବାହାରି ସାମ୍ନାକୁ ଆସି, ଗାନ୍ଧୀଙ୍କ ଛାତିରେ ୩ଟି ଗୁଳି ଚଳାଇଲେ । ଗାନ୍ଧୀ ସଙ୍ଗେ ସଙ୍ଗେ ତଳେ ପଡ଼ିଗଲେ । ଭିଡ଼ ତୁରନ୍ତ ସ୍ତବ୍ଧ ହୋଇଗଲା ।

ଏହି ସମୟରେ, ୩୨ ବର୍ଷ ବୟସର ଯୁକ୍ତରାଷ୍ଟ୍ରର ଉପ-କଉନସୁଲ୍ ହର୍ବର୍ଟ ରିନର୍ (ଜୁନିଅର୍) ଗୋଡସେଙ୍କୁ ଧରି ସେ କିଛି ସୈନ୍ୟଙ୍କ ହାତରେ ଦେଲେ । ସୈନ୍ୟମାନେ ସଙ୍ଗେ ସାଙ୍ଗେ ତାଙ୍କ୍ ହାତରୁ ବନ୍ଧୁକ ଛଡାଇନେଲେ । ରିନର୍ ଗୋଡସେଙ୍କୁ ସେନା ଓ ପୋଲିସ ଆସିବା ପର୍ଯ୍ୟନ୍ତ ଧରି ରଖିଥିଲେ । ପରେ ସେ କହିଲେ, “ଗୋଡସେଙ୍କୁ ଦେଖି ଲାଗୁଥିଲା ସେ ନିଜେ ଆଶ୍ଚର୍ଯ୍ୟ ହୋଇଥିଲେ ଯେ ସେ କିପରି ସହଜରେ ସେ ତାଙ୍କର ଯୋଜନାକୁ ସଫଳ କରିଦେଲେ ।”

ଗାନ୍ଧୀଙ୍କୁ ବିର୍ଲା ହାଉସର ତାଙ୍କ କୋଠରୀକୁ ନିଆଯାଇଥିଲା । କିଛି କ୍ଷଣ ପରେ ସେ ଚିରନିଦ୍ରାରେ ଶୋଇପଡ଼ିଥିଲେ ।[]

ଦେଶଭକ୍ତ ଭାବେ ଚିତ୍ରଣ

[ସମ୍ପାଦନା]

୨୦୧୪ରେ ଭାରତୀୟ ଜନତା ପାର୍ଟି (ଭାଜପା) ଶାସନକୁ ଆସିବାପରେ, ହିନ୍ଦୁ ମହାସଭା ଗୋଡସେଙ୍କୁ ପୁନର୍ବାସ କରିବା ଓ ତାଙ୍କୁ ଜଣେ ଦେଶଭକ୍ତ ଭାବରେ ପ୍ରଦର୍ଶନ କରିବା ପାଇଁ ପ୍ରୟାସ ଆରମ୍ଭ କଲା । ଭାଜପା ୩୦ ଜାନୁଆରୀ ୨୦୧୫ରେ, ଗାନ୍ଧୀଙ୍କ ପୁଣ୍ୟତିଥିରେ ଦେଶଭକ୍ତ ନାଥୁରାମ ଗୋଡସେ ନାମରେ ଏକ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ମୁକ୍ତି ପାଇଁ ପ୍ରସ୍ତୁତ କଲା । ଗୋଡସେ ପାଇଁ ମନ୍ଦିର ତିଆରି କରିବା ଓ ୩୦ ଜାନୁଆରୀକୁ ଶୌର୍ଯ୍ୟ ଦିବସ ଭାବରେ ପାଳନ କରିବା ପାଇଁ ପ୍ରୟାସ ହୋଇଥିଲା । ଏହି ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ରକୁ ନିଷେଧ କରିବାକୁ ପୁଣେ କୋର୍ଟରେ ଏକ ସିଭିଲ୍ ସୁଟ୍‌ ମଧ୍ୟ ଦାୟର ହୋଇଥିଲା ।[]

ମଇ ୨୦୧୯ରେ, ଭାରତୀୟ ନିର୍ବାଚନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ, ଭୋପାଳରୁ ଭାଜପା ପ୍ରାର୍ଥୀ ପ୍ରଜ୍ଞା ଠାକୁର ଗୋଡସେଙ୍କୁ “ଦେଶଭକ୍ତ” ବୋଲି କହିଥିଲେ । ତୀବ୍ର ସମାଲୋଚନା ହେବା ପରେ, ସେ ପରେ କ୍ଷମା ପ୍ରାର୍ଥନା କଲେ ।[]

ଭାରତରେ ହିନ୍ଦୁ ରାଷ୍ଟ୍ରବାଦ ଆହୁରି ବ୍ୟାପକ ହେଉଥିବା ସହିତ, ଗୋଡସେଙ୍କ ମୂର୍ତ୍ତି ଓ ମନ୍ଦିରମାନଙ୍କ ନିର୍ମାଣ ହେଉଛି । ତାଙ୍କ ନାମରେ ମେରଠ ସହରର ନାମ ପରିବର୍ତ୍ତନ ପ୍ରସ୍ତାବ ରଖାଯାଇଥିଲା, କିନ୍ତୁ ଜିଲ୍ଲାଧିକାରୀ ଏହି ପରିବର୍ତ୍ତନର ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରିଦେଲେ ।[]

  1. Nash 1981, p. 69.
  2. Bandyopadhyay, Sekhar (2009-06-03). Decolonization in South Asia: Meanings of Freedom in Post-independence West Bengal, 1947–52 (in ଇଂରାଜୀ). Routledge. ISBN 978-1-134-01824-6.
  3. Venugopal, Vasudha (2016-09-08). "Nathuram Godse never left RSS, says his family". The Economic Times. ISSN 0013-0389. Retrieved 2025-09-29.
  4. "And the Mahatma said... - Newindpress.com". www.newindpress.com. Archived from the original on 2008-02-01. Retrieved 2025-09-29.
  5. "Pune court to hear suit against Godse film". The Hindu (in Indian English). 2014-12-25. ISSN 0971-751X. Retrieved 2025-10-01.
  6. "Under fire, BJP's Pragya Thakur apologises for calling Godse a 'deshbhakt'". The Indian Express (in ଇଂରାଜୀ). 2019-05-16. Retrieved 2025-10-01.
  7. "Gandhi's Killer Evokes Admiration as Never Before (Published 2020)" (in ଆମେରିକୀୟ ଇଂରାଜୀ). 2020-02-04. Retrieved 2025-10-01.