ନାରାୟଣ ଗୁରୁ
| ନାରାୟଣ ଗୁରୁ | |
|---|---|
![]() | |
| ଜନ୍ମ | ୨୦ ଅଗଷ୍ଟ ୧୮୫୬ Chempazhanthy, Kingdom of Travancore (present-day Thiruvananthapuram district, Kerala, India) |
| ମୃତ୍ୟୁ | ୨୦ ସେପ୍ଟେମ୍ବର ୧୯୨୮ (ବୟସ ୭୨) Varkala, Kingdom of Travancore (present-day Sivagiri, Kerala, India) |
| ଦର୍ଶନ | Interpretation of Advaita Vedanta |
ନାରାୟଣ ଗୁରୁ (IPA: [nɑːrɑːjɐɳɐ guˈru]) (20 ଅଗଷ୍ଟ 1856 – 20 ସେପ୍ଟେମ୍ବର 1928)[୧] ଭାରତର ଜଣେ ଦାର୍ଶନିକ, ଆଧ୍ୟାତ୍ମିକ ନେତା ଏବଂ ସମାଜ ସୁଧାରକ ଥିଲେ । କେରଳର ଜାତି-ବିଭକ୍ତ ସମାଜରେ ଅନ୍ୟାୟ ବିରୋଧରେ ସେ ଏକ ସୁଧାର ଆନ୍ଦୋଳନର ନେତୃତ୍ୱ ନେଲେ, ଯାହାର ଲକ୍ଷ୍ୟ ଥିଲା ଆଧ୍ୟାତ୍ମିକ ଜ୍ଞାନୋଦୟ ଏବଂ ସାମାଜିକ ସମାନତାକୁ ପ୍ରୋତ୍ସାହନ ଦେବା ।[୨] ତାଙ୍କର ଏକ ପ୍ରସିଦ୍ଧ ଉକ୍ତି ହେଉଛି—“ମାନବଙ୍କ ପାଇଁ ଜାତି ଏକ, ଧର୍ମ ଏକ ଓ ଭଗବାନ ଏକ ।” ସେ ଅଦ୍ୱୈତ ଦାର୍ଶନିକ କବିତା ‘ଦୈବଦଶକମ୍’ ରଚନା କରିଥିଲେ, ଯାହା କେରଳର ସମୁଦାୟ ପ୍ରାର୍ଥନାରେ ବ୍ୟାପକ ଭାବେ ବ୍ୟବହୃତ ହୁଏ ।[୩]
ଫ୍ରେଞ୍ଚ ଦାର୍ଶନିକ ଓ ନୋବେଲ ସାହିତ୍ୟ ପୁରସ୍କାର ବିଜେତା ରୋମାଁ ରୋଲାଁ ନାରାୟଣ ଗୁରୁଙ୍କୁ “କର୍ମର ଜ୍ଞାନୀ” ବୋଲି ବର୍ଣ୍ଣନା କରିଥିଲେ, ଏବଂ କହିଥିଲେ ଯେ ସେ ବିଶ୍ୱାସ ଦ୍ୱାରା କିପରି ସାମାଜିକ ପରିବର୍ତ୍ତନ ଆଣାଯାଇପାରେ ସେ ହେଉଛନ୍ତି ତାହାର ଏକ ଉଦାହରଣ ।[୪][୫]
ଜୀବନୀ
[ସମ୍ପାଦନା]ନାରାୟଣଙ୍କ ଜନ୍ମ ନାନୁ ନାମରେ 20 ଅଗଷ୍ଟ 1856ରେ ଚେମ୍ପାଜନ୍ଥି (ତିରୁବନନ୍ଥପୁରମ ନିକଟରେ) ଥିବା ଜଣେ ଏଝଭ ଆୟୁର୍ବେଦିକ ଚିକିତ୍ସକ ପରିବାରରେ ହୋଇଥିଲା ।[୬][୭] ସେ ଆୟୁର୍ବେଦିକ ଗ୍ରନ୍ଥ ପଢିବାରେ ତାଙ୍କର ଅଦ୍ୟୟନ ସୀମିତ ନ ରଖି ଅନ୍ୟ ଧାର୍ମିକ ଗ୍ରନ୍ଥମାନେ ମଧ୍ୟ ଅଧ୍ୟୟନ କରୁଥିଲେ । ସେ ଚେମ୍ପାଜନ୍ଥି ମୂଥା ପିଲ୍ଲାଙ୍କ ଗୁରୁକୁଳରେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କଲେ । ସେତେବେଳେ, 15 ବର୍ଷ ବୟସରେ ତାଙ୍କର ମାଆ ମୃତ୍ୟୁବରଣ କଲେ । ୨୧ ବର୍ଷ ବୟସରେ ସେ ରାମନ୍ ପିଲ୍ଲା ଆସାନଙ୍କ ପାଖରେ ବେଦ, ଉପନିଷଦ ଓ ସଂସ୍କୃତ ସାହିତ୍ୟ ଶିଖିବାକୁ ମଧ୍ୟ ତିରୁବିତାମକୋର ଅଞ୍ଚଳକୁ ଯାଇଥିଲେ । ଏକ ବର୍ଷ ପରେ ସେ କଳିଆମ୍ମାଙ୍କ ସହିତ ବିବାହ କଲେ, କିନ୍ତୁ ସାମାଜିକ ସେବା ଓ ସୁଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ବିବାହିକ ଜୀବନରୁ ଦୂରେଇ ରହିଲେ ।[୮] ୧୮୮୧ରେ ସେ ନିଜ ଗାଁକୁ ପୁନଃ ଫେରି ଏକ ଶିକ୍ଷାଳୟ ଖୋଲିଲେ ଏବଂ ସ୍ଥାନୀୟ ଶିଶୁମାନଙ୍କୁ ପଢ଼ାଇବା ଆରମ୍ଭ କଲେ । ସେଥିପାଇଁ ଲୋକମାନେ ତାଙ୍କୁ ନାନୁ ଆସାନ ବୋଲି କୁହୁଥିଲେ ।
ପରେ ଘର ଛାଡ଼ି ସେ କେରଳ ଏବଂ ତମିଳନାଡୁ ଭ୍ରମଣ କଲେ । ଏହି ସମୟରେ ସେ ସମାଜ ସୁଧାରକ ଚଟ୍ଟମ୍ପି ସ୍ୱାମିକଲ୍ ସହିତ ପରିଚିତ ହେଲେ, ଯିଏ ନାରାୟଣ ଗୁରୁଙ୍କୁ ଆୟ୍ୟାଭୁ ସ୍ୱାମିକଲ୍ଙ୍କ ନିକଟକୁ ଧ୍ୟାନ ଓ ଯୋଗ ଶିଖିବାକୁ ପଠାଇଲେ । ପରେ ସେ ଭ୍ରମଣ କରି ମରୁତ୍ୱମାଳାର ପିଲ୍ଲଥଡ଼ମ୍ ଗୁହାକୁ ପହଁଚି 8 ବର୍ଷ ଧ୍ୟାନ ଅଭ୍ୟାସ କଲେ । ନାରାୟଣ ଗୁରୁ ପିଲ୍ଲଥଡ଼ମ୍ ଗୁହା (ମରୁତ୍ୱମାଳା ପାହାଡ଼)ରେ ୮ ବର୍ଷ ଧ୍ୟାନ କରି ଜ୍ଞାନୋଦୟ ଲାଭ କରିଥିଲେ । ଏହା ଘନ ଜଙ୍ଗଲ ଓ ବନ୍ୟଜୀବରେ ପରିପୂର୍ଣ୍ଣ ଏକ ନିର୍ଜନ ସ୍ଥାନ ଥିଲା । ୧୮୮୮ରେସେ ଅରୁଭିପ୍ପୁରମ୍ ଗଲେ ଏବଂ ନେୟ୍ୟାର୍ ନଦୀ କୂଳରେ ଗୁହାରେ ଧ୍ୟାନ କଲେ । ଏଠାରେ ତଙ୍କର ପ୍ରଥମ ଏବଂ ପ୍ରମୁଖ ଶିଷ୍ୟ ଶିବଲିଙ୍ଗଦାସ ସ୍ୱାମିକଲ୍ ତାଙ୍କୁ ଖୋଜିପାଇଲେ । ପରେ ନେୟ୍ୟାର୍ ନଦୀର ଏକ ଗଭୀର ଖାଦରୁ ସେ ଏକ ପଥରକୁ ଉଠାଇ ଏକ ଶିବଲିଙ୍ଗ ଭାବରେ ପ୍ରତିଷ୍ଠା କଲେ, ଯାହା ଆଜିର ଅରୁଭିପ୍ପୁରମ୍ ଶିବ ମନ୍ଦିର ଭାବେ ପରିଚିତ ।[୯] ଉଚ୍ଚଜାତି ବ୍ରାହ୍ମଣମାନେ ଏହାକୁ ପ୍ରତିବାଦ କଲେ, କାରଣ ସେମାନେ ବିଶ୍ୱାସ କରୁନଥିଲେ ଯେ ନାରାୟଣଙ୍କ ଭଳି ଜଣେ ଛୋତ ଜାତିର ଲୋକ ଶିବଲିଙ୍ଗ ପ୍ରତିଷ୍ଠା କରିପାରିବେ । ଏହାପରେ ନାରାୟଣ ଗୁରୁଙ୍କ ପ୍ରସିଦ୍ଧ ଉକ୍ତି ଥିଲା—“ଏହା ବ୍ରାହ୍ମଣଙ୍କର ଶିବ ନୁହେଁ, ତାଙ୍କପରି ଛୋଟଜାତି ଲୋକମାନଙ୍କର ଶିବ।”
ଏହା ପରେ ଏହି ସ୍ଥାନରେ ସ୍ନିଡିପି ଯୋଗମ୍ (SNDP Yogam) ୧୫ ମେ ୧୯୦୩ରେ ଡାକ୍ତର ପାଳ୍ପୁଙ୍କ ଉଦ୍ୟମରେ ଗଠିତ ହେଲା ଏବଂ ନାରାୟଣ ଗୁରୁ ତାହାର ପ୍ରଥମ ଅଧ୍ୟକ୍ଷ ହେଲେ ।
ସମ୍ମାନ
[ସମ୍ପାଦନା]୨୧ ଅଗଷ୍ଟ ୧୯୬୭ ରେ ନାରାୟଣ ଗୁରୁଙ୍କ ସ୍ମୃତିରେ ୧୫ ନୁଆ ପଇସା ମୂଲ୍ୟର ଭାରତୀୟ ଡାକ ଟିକେଟ୍ ଜାରି କରାଯାଇଥିଲା ।[୧୦] ତାଙ୍କ ଉଦ୍ଦେଶ୍ୟରେ ଅନ୍ୟ ଗୋଟିଏ ସ୍ମୃତି ଡାକ ଟିକେଟ୍ ୪ ସେପ୍ଟେମ୍ବର 2009 ରେ ଶ୍ରୀଲଙ୍କା ଡାକ ବିଭାଗ ଦ୍ୱାରା ଜାରି କରାଯାଇଥିଲା ।[୧୧] ଭାରତର ରିଜର୍ଭ ବ୍ୟାଙ୍କ ଏବଂ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ ମିଣ୍ଟିଂ କର୍ପୋରେଶନ୍ ଅଫ୍ ଇଣ୍ଡିଆ, ତାଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଗୁରୁଙ୍କ ଛବି ସହିତ ₹5 ଓ ₹100 ମୂଲ୍ୟର ଦୁଇ ପ୍ରକାର ସ୍ମାରକ ମୁଦ୍ରା ଜାରି କରିଥିଲେ ।
ନାରାୟଣ ଗୁରୁଙ୍କ ଅନେକ ପ୍ରତିମାମାନଙ୍କ ମଧ୍ୟରୁ ପ୍ରଥମ ପ୍ରତିମାଟି 1927 ରେ ତାଙ୍କ ଜୀବନକାଳରେ ଥଲସ୍ସେରୀର ଜଗନ୍ନାଥ ମନ୍ଦିରରେ ସ୍ଥାପିତ ହୋଇଥିଲା । କେରଳର ଅନେକ ସ୍ଥାନରେ ତାଙ୍କ ପ୍ରତିମା ଦେଖିବାକୁ ମିଳେ; ଯାହା ମଧ୍ୟରେ ତିରୁବନନ୍ତପୁରମର କୈଠମୁକ୍କୁରେ 24 ଫୁଟ୍ ଉଚ୍ଚ ପ୍ରତିମା ମଧ୍ୟ ରହିଛି । କେରଳ ସରକାର ତାଙ୍କ ଜନ୍ମଦିନ 'ଶ୍ରୀ ନାରାୟଣ ଜୟନ୍ତୀ' ଏବଂ ତାଙ୍କ ମହାସମାଧି ଦିନ 'ଶ୍ରୀ ନାରାୟଣ ଗୁରୁ ସମାଧି'କୁ ସାର୍ବଜନୀନ ଛୁଟି ଦିନ ଭାବେ ପାଳନ କରିଥାନ୍ତି ।[୧୨]
ଆଧାର
[ସମ୍ପାଦନା]- ↑ Congress, The Library of. "Narayana Guru, 1856-1928; നാരായണഗുരു, 1856-1928 - LC Linked Data Service: Authorities and Vocabularies | Library of Congress, from LC Linked Data Service: Authorities and Vocabularies (Library of Congress)". id.loc.gov. Retrieved 2025-11-17.
- ↑ Smith, Bardwell L. (1976). Religion and Social Conflict in South Asia (in ଇଂରାଜୀ). BRILL. ISBN 978-90-04-04510-1.
- ↑ ദൈവദശകദർശനം, ഡോ.ജി. അനിൽകുമാർ, കുരുക്ഷേത്ര പ്രകാശൻ, കൊച്ചി, 2010 ഏപ്രിൽ
- ↑ "The renaissance prophet". Hindustan Times. 13 March 2013.
- ↑ "Inaugural Address at the 100th Year of the Declaration of 'We Have No Caste' by Sree Narayana Guru Thiruvananthapuram at 1700 HRS. On 21St December 2016".
- ↑ "Sree Narayana Guru, Varkala, Thiruvananthapuram, Kerala". Kerala Tourism – Varkala (in ଇଂରାଜୀ). Retrieved 2021-03-01.
- ↑ Muralidharan, Siddarth (2022-09-20). "Narayana Guru, the anti-caste social reformer who fought Brahmins for Ezhavas' rights". ThePrint (in ଆମେରିକୀୟ ଇଂରାଜୀ). Retrieved 2024-12-20.
- ↑ "Sree Narayana Guru, Varkala, Thiruvananthapuram, Kerala". Kerala Tourism - Varkala (in ଇଂରାଜୀ). Retrieved 2025-11-17.
- ↑ "125 years of Aruvippuram temple". The Hindu (in Indian English). 2012-12-24. ISSN 0971-751X. Retrieved 2025-11-17.
- ↑ "Postage Stamps:: Postage Stamps,Stamp issue calender 2014, Paper postage, Commemorative and definitive stamps, Service Postage Stamps, Philately Offices, Philatelic Bureaux and counters, Mint stamps (unused stamps)". postagestamps.gov.in (in ଇଂରାଜୀ). Archived from the original on 2021-01-21. Retrieved 2025-11-17.
- ↑ "Stamps Search". www.wnsstamps.post. Retrieved 2025-11-17.
- ↑ "Wayback Machine" (PDF). kerala.gov.in. Archived from the original (PDF) on 2024-10-12. Retrieved 2025-11-17.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
