ନନ୍ଦନନ୍ଦନ ଦାସ

ଉଇକିପିଡ଼ିଆ‌ରୁ
(Nandanandan Dasରୁ ଲେଉଟି ଆସିଛି)
ନନ୍ଦନନ୍ଦନ ଦାସ
Born
ବାଉଦପୁର, ଭଦ୍ରକ
Nationalityଭାରତୀୟ
Educationପିଏଚଡ଼ି

ନନ୍ଦନନ୍ଦନ ଦାସ, ଓଡ଼ିଶାର ଜଣେ ସିଭିଲ ଇଞ୍ଜିନିୟର[୧] ଓ ସମାଜସେବୀ । ସେ ଓଡ଼ିଶା ସରକାରଙ୍କର ପୂର୍ତ୍ତ ବିଭାଗର ଶାସନ ସଚିବ[୨] ଭାବରେ କାର୍ଯ୍ୟକରି ଅବସର ଗ୍ରହଣ କରିସାରିଛନ୍ତି ।[୩] ସିଭିଲ ଇଞ୍ଜିନିୟରିଂ ଓ ସମାଜସେବା ବାବଦରେ ସେ ଅନେକ ପୁସ୍ତକ ରଚନା କରିଛନ୍ତି ।

ଜୀବନୀ[ସମ୍ପାଦନା]

ନନ୍ଦନନ୍ଦନ, ଭଦ୍ରକ ଜିଲ୍ଲାର ବାଉଦପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବିଏମ ବାଗୁରାଇ ବିଦ୍ୟାଳୟରେ ସେ ଏକାଦଶ ଓ ଭଦ୍ରକ କଲେଜରୁ ଆଇଏସସି ଏବଂ ବିଏସସି ପଢ଼ିଥିଲେ । ବୁର୍ଲା ଇଞ୍ଜିନିୟରିଂ କଲେଜରୁ ସେ ସିଭିଲ ଇଞ୍ଜିନିୟରିଂ କରିଥିଲେ । ୧୯୬୫ମସିହାରେ ଇଞ୍ଜିନିୟରିଂ ଶେଷ ବର୍ଷ ପରୀକ୍ଷାଫଳ ବାହାରିବା ପୂର୍ବରୁ, ତାଙ୍କୁ ପୂର୍ତ୍ତ ବିଭାଗର ଓଭରସିୟର ଭାବରେ ଚଣ୍ଡୀଖୋଲଠାରେ ନିଯୁକ୍ତି ମିଳିଥିଲା । ପୂର୍ତ୍ତ ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟ କରି ସେ ୨୦୦୧ ମସିହାରେ ଅବସର ଗ୍ରହଣ କରିଥିଲେ । କର୍ମମୟ ଜୀବନ ମଧ୍ୟରେ ସେ ରାସ୍ତା ଓ କୋଠା ବାବଦରେ ବହୁ ଗବେଷଣା କରିଥିଲେ । ଏହି ଗବେଷଣାକୁ ପାଥେୟ କରି, ସେ ୨ଥର ପିଏଚଡ଼ି ହାସଲ କରିଛନ୍ତି । ସେ ସିଭିଲ ଇଞ୍ଜିନିୟରିଂରେ ଡିଏସସି ଓ ସମାଜସେବାରେ ଡିଲିଟ ଏବଂ ପୋଷ୍ଟଡକ୍ଟରାଲ ଫେଲୋସିପ ହାସଲ କରିଛନ୍ତି । ତାଙ୍କ ନାମରେ ଇନଷ୍ଟିଟ୍ୟୁଟ ଅଫ ଇଞ୍ଜିନିୟର୍ସ ଓଡ଼ିଶା, ତରଫରୁ ଏକ ପୁରସ୍କାର ମଧ୍ୟ ବିତରଣ କରାଯାଏ ।[୪]

ଅବସର ପରେ, ନନ୍ଦନନ୍ଦନ ପିପୁଲ୍ସ ୱେଲଫେୟାର ସଜେଶନ ଫୋରମର ଅଧ୍ୟକ୍ଷ,[୫] ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ଅଧ୍ୟକ୍ଷ ଓ ଇଣ୍ଡିୟାନ ବିଲଡିଂ କଂଗ୍ରେସର ଆଡ଼ଭାଇଜର ଭାବରେ କାର୍ଯ୍ୟ କରୁଛନ୍ତି । ଜୀବାଶ୍ମ, କୋରାଲ ଓ କ୍ରୀଷ୍ଟାଲକୁ ନେଇ ତାଙ୍କର ଏକ କ୍ଷୁଦ୍ର ସଂଗ୍ରହାଳୟ ରହିଛି ।

ରଚନାବଳୀ[ସମ୍ପାଦନା]

  • Global Peace
  • Fine Tuning of Road and Building Projects[୬][୭]
  • Religion Humanity
  • ଅମୂଲ୍ୟ ରତ୍ନମାଳା
  • ମାନବ ଧର୍ମ
  • ଜାଗ ଭାରତବାସୀ ସମୟ କମ[୮]

ପ୍ରକାଶିତ ଗବେଷଣାତ୍ମକ ନିବନ୍ଧ[ସମ୍ପାଦନା]

  • Buildings : Defects, Prevention and Remedial Measures(Published in 43rd Session Technical Annual, The Institution of Engineers(India), Orissa State Center 27th January, 2002)
  • Orientation of House, Natural Air-conditioning And Vastu Shastra(Published in 44th Session Technical Annual-The Institution of Engineers (India), Orissa State Center)
  • Engineering Challenges in the Design And Execution of Buildings in Expansive Soil : A Case Study(Technical annual 45TH Session- The Institution of Engineers (India), Orissa State Center, Bhubaneswar)
  • Das, Nandanandan (9 October 2013). "Engineering challenges on controlling road accident (case study)". Indian Highways. 41 (8). ISSN 0376-7256. Retrieved 27 June 2018.
  • Engineering Challenges Solving Critical Problems of Flood(Technical annual 47th Session- The Institution of Engineers (India), Orissa State Center, Bhubaneswar)
  • Ideal Smart City of International Standard(The Institution of Engineers (India), Orissa State Centre, Bhubaneswar)
  • Engineering Challenges To Face Cyclone, Flood And Surge(Technical annual 58th session 2017. The Institution of Engineers (India), Orissa State Center, Bhubaneswar)
  • Road Without Drain – A Great Disaster[୯]
  • Controlling road accident-Road accident-Overview[୧୦]
  • Road Construction In Water Logged Highway Stretch[୧୧]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ରାଷ୍ଟ୍ରୀୟ ଗୌରବ ପୁରସ୍କାର - ୨୦୦୪
  • ଇନଷ୍ଟିଟ୍ୟୁଟ ଅଫ ଇଞ୍ଜିନିୟର୍ସ ସ୍ୱର୍ଣ୍ଣ ପଦକ(୬ଥର)
  • Man of Science and Sense(ଇଣ୍ଡିଆ ଫାଷ୍ଟ ପତ୍ରିକା ତରଫରୁ ପ୍ରଦତ୍ତ ଉପାଧୀ)

ଆଧାର[ସମ୍ପାଦନା]

  1. Indian Roads Congress Journal. The Congress. November 1983.
  2. ibc.org.in. Indian Building Congress http://ibc.org.in/Membership/Types/Life/Ordinary-Life?dnn_ctr1626_View_GVUserlistChangePage=54_50&dnn_ctr1626_View_GVUserIDlistChangePage=31. {{cite web}}: Missing or empty |title= (help)[permanent dead link]
  3. "Rs 74 Crore-Scam Surfaces In Gurupriya Bridge Construction". odishatv.in. odisha tv. Archived from the original on 4 August 2018. Retrieved 22 May 2019.
  4. "News Letter" (PDF). www.ieiodisha.org. The Institution of Engineers(India), Odisha State Center. Archived from the original (PDF) on 3 September 2018. Retrieved 22 May 2019.
  5. "Need to bridge gap in quality of infra projects". www.orissapost.com. Orissa Post. Retrieved 22 May 2019.
  6. Nandanandan Das; Aditya Kumar Das; Sanjaya Kumar Patro (December 2015). Fine Tuning of Road and Building Projects: An Outcome of Practice. I.K. International Publishing House Pvt. Limited. ISBN 978-93-84588-74-8.
  7. https://trove.nla.gov.au/work/224401920?q&versionId=246167063
  8. "ପ୍ରଥମ ରୋଜଗାର". No. ଧରିତ୍ରୀ ଛୁଟିଦିନ ମଇ ୧୯-୨୫, ୨୦୧୯ ପୃଷ୍ଠା ୯. ଧରିତ୍ରୀ. Retrieved 22 May 2019.
  9. http://www.irc.nic.in/index1.aspx?lsid=135&lev=2&lid=138&langid=1
  10. https://trid.trb.org/view/1264710
  11. https://www.researchgate.net/publication/298706261_Road_pavement_design_for_heavy_ground_water_table_in_Shirpur_and_surrounding_area