Jump to content

ନଗେନ ସାହୁ

ଉଇକିପିଡ଼ିଆ‌ରୁ
(Nagen Sahuରୁ ଲେଉଟି ଆସିଛି)
ନଗେନ ସାହୁ
ଜନ୍ମ
ମୃତ୍ୟୁ୧୭ ମଇ ୨୦୨୫(୨୦୨୫-୦୫-୧୭)
ମୃତ୍ୟୁର କାରଣଖାଦ୍ୟନଳୀ ସମସ୍ୟା
ବୃତ୍ତିକଥାଚିତ୍ର ପ୍ରଯୋଜକ

ନଗେନ ସାହୁ ଜଣେ ଓଡ଼ିଆ ଓଡ଼ିଆ କଥାଚିତ୍ର ପ୍ରଯୋଜକ ଥିଲେ । ସେ ଉପନ୍ୟାସକୁ ନେଇ ଓଡ଼ିଆ କଥାଚିତ୍ର ନିର୍ମାଣ କରିବା ପାଇଁ ଜଣାଶୁଣା ଥିଲେ । ତାନ ପ୍ରଯୋଜନା ଆରତୀ, କାବେରୀ, ତୁଣ୍ଡ ବାଇଦଗାରେ ସିନ୍ଦୁର ଧାରେ ଲୁହ ଭଳି କଥାଚିତ୍ର ମୁକ୍ତିଲାଭ କରିଥିଲା ।[] ସେ କାବେରୀରେ କଳା ନିର୍ଦ୍ଦେଶକ ଭାବରେ ମଧ୍ୟ କାମ କରିଥିଲେ ।

ପ୍ରଯୋଜିତ କଥାଚିତ୍ର

[ସମ୍ପାଦନା]
ମସିହାକଥାଚିତ୍ରମନ୍ତବ୍ୟ
୧୯୮୧ଆରତୀକାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ
୧୯୮୩ କାବେରୀ ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ
୧୯୮୭ ତୁଣ୍ଡ ବାଇଦ କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ
୨୦୦୧ ଗାରେ ସିନ୍ଦୁର ଧାରେ ଲୁହ ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ ଧୂଳିଘର ଉପରେ ଆଧାରିତ

ମୃତ୍ୟୁ

[ସମ୍ପାଦନା]

୨୦୨୫ ମସିହାର ମଇ ୧୭ ତାରିଖରେ ୬୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ଖାଦ୍ୟନଳୀ ଜନିତ ସମସ୍ୟା ଯୋଗୁଁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।[]

  1. 1 2 "ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ନଗେନ ସାହୁଙ୍କ ଦେହାନ୍ତ: ୪ଟି ପ୍ରସିଦ୍ଧ ଉପନ୍ୟାସକୁ ଚଳଚ୍ଚିତ୍ରର ରୂପ ଦେଇଥିଲେ". ପ୍ରମେୟ (in od-IN). 19 May 2025. p. 15. Archived from the original on 20 May 2025. Retrieved 20 May 2025.{{cite news}}: CS1 maint: unrecognized language (link)

ବାହାର ଲିଙ୍କ୍

[ସମ୍ପାଦନା]