Jump to content

ମୁଟିକା ପାପାନ୍ନା

ଉଇକିପିଡ଼ିଆ‌ରୁ
(Mutika Papannaରୁ ଲେଉଟି ଆସିଛି)
ଜଷ୍ଟିସ୍‌

ମୁଟିକା ପାପାନ୍ନା
ଜଷ୍ଟିସ୍ ମୁଟିକା ପାପାନ୍ନା
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି
କାର୍ଯ୍ୟକାଳ
୨୯ ସେପ୍ଟେମ୍ବର ୨୦୦୦ – ୩ ମାର୍ଚ୍ଚ ୨୦୦୪
ବ୍ୟକ୍ତିଗତ ସବିଶେଷ
ଜାତୀୟତାଭାରତୀୟ
ଜୀବନ ସାଥୀଶ୍ରୀମତି ତୋଇକା ଭାରତୀ
ସନ୍ତାନଏମ୍‌. ଯୋଗମାୟା, ଏମ୍‌. ମହାମାୟା(କନ୍ୟା) ଏବଂ ଏମ୍‌. ବିଜୟ ଭାସ୍କର (ପୁତ୍ର)
ଘରସୁବାଇ, ରାୟଗଡ଼ା ଜିଲ୍ଲା

ମୁଟିକା ପାପାନ୍ନା (ଜନ୍ମ ୧୯୪୨ ମସିହା) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଲୟର ପ୍ରାକ୍ତନ ବିଚାରପତି ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ୍‌ ପାପାନ୍ନାଙ୍କ ଜନ୍ମ ୧୯୪୨ ମସିହାରେ ରାମନାଗୁଡ଼ା ତହସିଲ ଅନ୍ତର୍ଗତ ‘ସୁବାଇ’ ଗ୍ରାମରେ ହୋଇଥିଲା । ନିଜ ଜନ୍ମଗ୍ରାମ ଏବଂ ଗୁମୁଡାରୁ ପ୍ରାଥମିକ ଶିକ୍ଷା ସମ୍ପନ୍ନ କରି, ସେ ସରକାରୀ ହାଇସ୍କୁଲ, ଗୁଣପୁର ରେ ଭର୍ତ୍ତି ହେଲେ ଏବଂ ସେଠାରୁ ୧୯୬୨ ମସିହାରେ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ୧୯୬୬ ମସିହାରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସମ୍ମାନ ସହିତ ବି.ଏ. ଡିଗ୍ରୀ ହାସଲ କରିଥିଲେ । ରେଭେନସା ବିଶ୍ଵବିଦ୍ୟାଳୟ, କଟକରୁ ୧୯୬୮ ମସିହାରେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଏବଂ ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟ, କଟକରୁ ୧୯୬୯ ମସିହାରେ ଆଇନରେ ଶିକ୍ଷା ଗ୍ରହଣ କରି ଆଇନ ଡିଗ୍ରୀ ଲାଭ କରିଥିଲେ । ସେ ୧୯୭୩ ମସିହାରେ ଡିସେମ୍ବର ମାସରେ ଆଇନ ପେଶା ଆରମ୍ଭ କରିଥିଲେ । କିଛି ସମୟ ପର୍ଯ୍ୟନ୍ତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ, ପାରଳାଖେମୁଣ୍ଡି ରେ ଅଧ୍ୟାପକ ଭାବେ କର୍ଯ୍ୟ କରିଥିଲେ । ତତ୍ପରେ ଅଧ୍ୟାପକ ପଦବୀରୁ ଇସ୍ତଫା ଦେଇ ପାରଳାଖେମୁଣ୍ଡିରେ କିଛିଦିନ ଆଡଭୋକେଟ୍ ଭାବରେ ଆଇନ ବ୍ୟବସାୟ କରିବା ପରେ, ଶ୍ରୀ ପାପାନ୍ନା ତାଙ୍କ ଜନ୍ମସ୍ଥାନ ଗୁଣପୁରରେ ଆଇନ ବ୍ୟବସାୟ କରିବା ଆରମ୍ଭ କଲେ । ସେ ବିଶେଷକରି ଆଦିବାସୀ, ହରିଜନ ଏବଂ ସମାଜର ଅନ୍ୟ ଦୁର୍ବଳ ବର୍ଗଗୁଡ଼ିକଙ୍କ ପକ୍ଷରେ ପ୍ରତିନିଧିତ୍ୱ କରୁଥିଲେ । ଓଡ଼ିଶା ନ୍ୟାୟିକ ସେବାରେ ଯୋଗ ଦେଇ ସେ ପ୍ରଥମେ ବାଲେଶ୍ଵରର ଅତିତିକ୍ତ ଜିଲ୍ଲ ଓ ଦୌରା ଜଜ ଭାବେ ଯୋଗ ଦେଲେ । ଏହାପରେ ସେ ୧୫ ଅକ୍ଟୋବର ୧୯୮୭ରୁ ୧୧ ଜାନୁଆରୀ ୧୯୯୦ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ଜିଲ୍ଲା ଓ ଦୌରା ଜଜ[] ଏବଂ ୧୨ ଜାନୁଆଅରୀ ୧୯୯୦ ରୁ ୨୯ ମାର୍ଚ ୧୯୯୧ ପର୍ଯ୍ୟନ୍ତ କେଉଁଝରର ଜିଲ୍ଲା ଓ ଦୌରା ଜଜ[] ଭାବେ କାର୍ଯ୍ୟ ସଂପାଦନ କରିଥିଲେ । ପରବର୍ତ୍ତୀ ସମୟରେ ସେ ରାଉରକେଲାର ପରିବାର ଅଦାଲତରେ ବିଚାରପତି ଭାବେ ଏବଂ ସମ୍ବଲପୁରରେ ସ୍ଵତନ୍ତ୍ର ଭିଜିଲାନସ ଜଜ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଶ୍ରୀ ପାପାନ୍ନା ୨୦ ଜୁଲାଇ ୧୯୯୪ରେ ଭୁବନେଶ୍ୱରସ୍ଥିତ ତତକାଳୀନ "ଡିସିପ୍ଳିନାରି ପ୍ରୋସିଡିଙ୍ଗ ଟ୍ରିବୁନାଲ"ର ନ୍ୟାୟିକ ସଦସ୍ୟ ଭାବେ ଯୋଗ ଦେଇଥିଲେ ।[]

ସେ ୨୯ ସେପ୍ଟେମ୍ବର ୨୦୦୦ ରୁ ୩ ମାର୍ଚ୍ଚ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟ ସଂପାଦନ କରିଥିଲେ ।[]

ଅବସର ପରେ ଜଷ୍ଟିସ୍‌ ପାପାନ୍ନା ବିଜୁ ଜନତା ଦଳରେ ଯୋଗ ଦେଇ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।[] ୨୦୦୪ ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ[] ଏବଂ ୨୦୦୯ ଲୋକସଭା ନିର୍ବାଚନରେ ସେ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ଭାବେ କୋରାପୁଟ ଲୋକସଭା ଆସନରୁ ଲଢି ବିଫଳ ହୋଇଥିଲେ ।[][][]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଜଷ୍ଟିସ ପାପାନ୍ନାଙ୍କ ସହଧର୍ମିଣୀ ଶ୍ରୀମତି ତୋଇକା ଭାରତୀ ଓଡ଼ିଶା ନ୍ୟାୟିକ ସେବାରେ କାର୍ଯ୍ୟ ସଂପନ୍ନ କରି ଅବସର ଗ୍ରହଣ କରିଛନ୍ତି । ଜଷ୍ଟିସ୍‌ ପାପାନ୍ନାଙ୍କ ଦୁଇ କନ୍ୟା ଏମ୍‌. ଯୋଗମାୟା ଏବଂ ଏମ୍‌. ମହାମାୟା ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଅଧିନସ୍ଥ ନିମ୍ନ ଅଦାଲତରେ ସରକାରୀ ଓକିଲ ଭାବେ କାର୍ଯ୍ୟରତ ଏବଂ ପୁତ୍ର ଏମ୍‌. ବିଜୟ ଭାସ୍କର ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ, କଟକ (NLUO) ରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ।[୧୦]

ମେ ୪, ୨୦୧୭ରେ ସେ ଭୁବନେଶ୍ଵରସ୍ଥିତ (ଜଗମୋହନ ନଗର) ବାସଭବନରେ ପ୍ରାଣତ୍ୟାଗ କରିଥିଲେ ।[୧୧]

  1. ୧.୦ ୧.୧ https://www.orissahighcourt.nic.in/judges/former-judge/hon-ble-mr-justice-mutika-papanna/
  2. "Former Judges | District Court,Kandhamal,Phulbani, Email ID-dj.kandhamal-od@gov.in . | India" (in ଆମେରିକୀୟ ଇଂରାଜୀ). Retrieved 2025-01-31.[permanent dead link]
  3. "Former Judges | District Court, Kendujhar | India" (in ଆମେରିକୀୟ ଇଂରାଜୀ). Retrieved 2025-01-31.[permanent dead link]
  4. "SMT. MADHUR SARANGI Vs. SHRI S.S. MISHRA". www.the-laws.com. Retrieved 2025-02-06.
  5. "Former Orissa High Court judge joins BJD". hindustantimes.com/. Retrieved 25 January 2025.
  6. "IndiaVotes PC: Koraput 2004". IndiaVotes. Retrieved 2025-01-25.
  7. https://www.telegraphindia.com/jharkhand/former-judge-awaits-verdict/cid/754267
  8. "Affidavits of Loksabha Election 2009" (PDF). ceoodisha.nic.in. Retrieved 25 January 2025.[permanent dead link]
  9. "Papanna Mutika(BSP):Constituency- Koraput(ORISSA) - Expense Affidavit Information of Candidate:". myneta.info. Retrieved 2025-01-25.
  10. https://nluo.ac.in/faculty/m-vijay-bhaskar/
  11. https://sambadenglish.com/former-odisha-hc-judge-justice-papanna-passes-away/