ମୁଁ ପ୍ରେମୀ ମୁଁ ପାଗଳ

ଉଇକିପିଡ଼ିଆ‌ରୁ
(Mun Premi Mun Pagalaରୁ ଲେଉଟି ଆସିଛି)
ମୁଁ ପ୍ରେମୀ ମୁଁ ପାଗଳ
ନିର୍ଦ୍ଦେଶକସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକଲୁଟୁ ମହାନ୍ତି, ପ୍ରତାପ ସାହୁ, ବୈଶଳୀ ପ୍ରତାପ ସାହୁ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟସୁଧାଂଶୁ ମୋହ‌ନ ସାହୁ
କାହାଣୀପ୍ରତିଭାରାଣୀ ମହାନ୍ତି
କଳାକାରହରିହର ଦାସ, ଅନୁଭା ସୌର୍ଯ୍ୟା, ବିଜୟ ମହାନ୍ତି, ପୁଷ୍ପା ପଣ୍ଡା, ମିହିର ଦାସ, ଉଷସୀ ମିଶ୍ର, ମୀନକେତନ
ସଙ୍ଗୀତପ୍ରଶାନ୍ତ ପାଢ଼ୀ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକବିଶ୍ୱରଞ୍ଜନ ପ୍ରଧାନ
ମୁକ୍ତିଲାଭ ତାରିଖ
୧୨ ଅଗଷ୍ଟ ୨୦୧୧
ଦେଶ ଭାରତ
ଭାଷାଓଡ଼ିଆ

ମୁଁ ପ୍ରେମୀ ମୁଁ ପାଗଳ, ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଲୁଟୁ ମହାନ୍ତି, ପ୍ରତାପ ସାହୁ ଏବଂ ବୈଶଳୀ ପ୍ରତାପ ସାହୁ । ପ୍ରତିଭାରାଣୀ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଧାଂଶୁ ମୋହ‌ନ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହରିହର ଦାସ ଏବଂ ଅନୁଭା ସୌର୍ଯ୍ୟା । ହରିହର ଏବଂ ଅନୁଭା ଉଭୟ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୧][୨] ବିଜୟ ମହାନ୍ତି, ପୁଷ୍ପା ପଣ୍ଡା, ମିହିର ଦାସ, ଉଷାସୀ ମିଶ୍ର, ମୀନକେତନ, ଲୋରେନ୍ସ ବେହେରା, ମୁନ୍ନା ଖାନ୍, ହରିହର ମହାପାତ୍ର, ସୁମନ, ଚକ୍ରଧର ଜେନା, ବିଜୁ ବଡ଼ଜେନା, ଲୋପାମୁଦ୍ରା, ନୀଳମଣି ସାହୁ, ଥିନ୍, ରଜନୀ ରଞ୍ଜନ, ପ୍ରିୟା, ପଦ୍ମିନୀ, ପ୍ରକାଶ କ୍ରିଷ୍ଣା, ଓମ୍‌ପ୍ରକାଶ, ଗଙ୍ଗା ବାବୁ, ବିନୟ ପ୍ରଧାନ, ପ୍ରଣବ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଓମ୍ ପ୍ରଭାତ, ସାଇ ସିଦ୍ଧାର୍ଥ ମହାନ୍ତି, ଚନ୍ଦନ ମହାନ୍ତି ଆଦି ଶିଶୁକଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।


ଅଭିନୟ[ସମ୍ପାଦନା]

ଶିଶୁ କଳାକାର[ସମ୍ପାଦନା]

  • ଓମ୍ ପ୍ରଭାତ
  • ସାଇ ସିଦ୍ଧାର୍ଥ ମହାନ୍ତି
  • ଚନ୍ଦନ ମହାନ୍ତି

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ । ନିମାଇଁ ମହାନ୍ତି, ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ଜିତେନ୍, ଲୁଟୁ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ତପୁ ମିଶ୍ର, କୁମାର ବାପି, କ୍ରିଷ୍ଣା, ମାନସ ପ୍ରିତମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ସମୟ ଖେଳେ" 
2."ପ୍ରେମ ଆସେ ଥରେ ଜୀବନରେ" 
3."ନଟି ନଟି ନଟି" 
4."ମୁଁ ପ୍ରେମୀ ମୁଁ ପାଗଳ" 
5."ଯେଉଁଦିନ ଦୁଇ ଆଖି ମିଶେଇଲୁ" 
6."ଆଖିରେ ମୁଁ ରଖିଥିଲି" 

ଆଧାର[ସମ୍ପାଦନା]

  1. "ନିର୍ଦ୍ଦେଶକମାନେ ରିପିଟ୍ କରିନାହାନ୍ତି ଏଇ ଓଲିଉଡ ନାୟିକାଙ୍କୁ". ସମ୍ବାଦ. 2 September 2017. Retrieved 22 November 2017.
  2. "ବଜରଙ୍ଗୀ ସିନେମାରେ ଅନୁଭା ସାଜିବେ ପୋଲିସ୍‌ ଅଫିସର". Odia Live. 19 June 2017. Retrieved 22 November 2017.
  3. "କେଉଁ ନାୟିକାଙ୍କ ଉଦ୍ଦେଶ୍ୟରେ ଜ୍ୟୋତି କହୁଛନ୍ତି 'ସାଥୀ ତୁ ଫେରିଆ' ? | Sambad". Sambad (in Odia). Odisha. 5 October 2018. Archived from the original on 7 October 2018. Retrieved 6 October 2018.{{cite news}}: CS1 maint: unrecognized language (link)
  4. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  5. "ଆରପାରିରେ ଅଭିନେତା ମୀନକେତନ". Odisha News Agency. 1 July 2017. Archived from the original on 17 December 2017. Retrieved 22 November 2017.

ବାହାର ଆଧାର[ସମ୍ପାଦନା]