ମୋହନ ନାୟକ

ଉଇକିପିଡ଼ିଆ‌ରୁ
(Mohan Nayakରୁ ଲେଉଟି ଆସିଛି)
ମୋହନ ନାୟକ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପର ଅଧିକାରୀଘନଶ୍ୟାମ ବେହେରା
ନିର୍ବାଚନ ମଣ୍ଡଳୀଗୋପାଳପୁର
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୩
ନିର୍ବାଚନ ମଣ୍ଡଳୀଦୁରା
ସାଂସଦ: ୩ୟ ଲୋକ ସଭା
କାର୍ଯ୍ୟକାଳ
୧୯୬୨ – ୧୯୬୭
ନିର୍ବାଚନ ମଣ୍ଡଳୀଭଞ୍ଜନଗର
ସାଂସଦ: ୨ୟ ଲୋକ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୨
ନିର୍ବାଚନ ମଣ୍ଡଳୀଗଞ୍ଜାମ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପୂର୍ବ ଅଧିକାରୀରାମ ଚନ୍ଦ୍ର ମିଶ୍ର
ପର ଅଧିକାରୀଦଣ୍ଡପାଣି ଦାସ, ଲିଙ୍ଗରାଜ ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1921-06-03)୩ ଜୁନ ୧୯୨୧
ମୃତ୍ୟୁ୨୬ ସେପ୍ଟେମ୍ବର ୧୯୮୩(1983-09-26) (ବୟସ ୬୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଚନ୍ଦ୍ରମା ନାୟକ
ବାପା/ବୋଉବିଜୁଳି ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ମୋହନ ନାୟକ (୩ ଜୁନ ୧୯୨୧[୧] - ୨୬ ସେପ୍ଟେମ୍ବର ୧୯୮୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର ଏବଂ ଲୋକ ସଭାର ସାଂସଦ ଭାବରେ ୨ ଥର କାର୍ଯ୍ୟ କରିଥିଲେ । ୧୯୫୨ ବ୍ରହ୍ମପୁର ଉପ-ନିର୍ବାଚନ, ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମପୁର, ଦୁରା ଓ ଗୋପାଳପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୪ର୍ଥ, ୫ମ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଗଞ୍ଜାମ ଓ ଭଞ୍ଜନଗର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସେ ୨ୟ ଓ ୩ୟ ଲୋକ ସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ ।

ଜନ୍ମ ପରିବାର ଓ ଶିକ୍ଷା[ସମ୍ପାଦନା]

ମୋହନ ୧୯୨୧ ମସିହାର ଜୁନ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଜୁଳି ନାୟକ ଓ ପତ୍ନୀଙ୍କ ନାମ ଚନ୍ଦ୍ରମା ନାୟକ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ମୋହନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ରାଜନେତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର ଏବଂ ଭାରତୀୟ ସଂସଦ ଲୋକ ସଭାର ସାଂସଦ ଭାବରେ ୨ ଥର କାର୍ଯ୍ୟ କରିଥିଲେ ।[୨]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୨ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା ବ୍ରହ୍ମପୁର ଭାରତୀୟ ଜାତୀୟ କଂଗ୍ରେସ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ଦୁରା ଭାରତୀୟ ଜାତୀୟ କଂଗ୍ରେସ
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ଦୁରା କଂଗ୍ରେସ (ଆର୍)
୧୯୭୩ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ଗୋପାଳପୁର ଭାରତୀୟ ଜାତୀୟ କଂଗ୍ରେସ

ଲୋକ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୭ ୧୯୬୨ ସଭ୍ୟ, ୨ୟ ଲୋକ ସଭା ଗଞ୍ଜାମ ଭାରତୀୟ ଜାତୀୟ କଂଗ୍ରେସ
୧୯୬୨ ୧୯୬୭ ସଭ୍ୟ, ୩ୟ ଲୋକ ସଭା ଭଞ୍ଜନଗର ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ[ସମ୍ପାଦନା]

ମୋହନ ୧୯୮୩ ମସିହାର ସେପ୍ଟେମ୍ବର ୨୬ ତାରିଖରେ ୬୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. "ମୋହନ ନାୟକ". ସମ୍ବାଦ. ୩ ଜୁନ ୨୦୨୧. p. ୨. Archived from the original on ୩ ଜୁନ ୨୦୨୧. Retrieved 3 June 2021. {{cite web}}: Check date values in: |date= and |archivedate= (help)
  2. ୨.୦ ୨.୧ ୨.୨ "Shri Mohan Nayak". odishaassembly.nic.in. Odisha Assembly. Retrieved 5 January 2021.