Jump to content

ମୋ ମମି ପାପାଙ୍କ ବାହାଘର ୨

ଉଇକିପିଡ଼ିଆ‌ରୁ
(Mo Mummy Papanka Bahaghara 2ରୁ ଲେଉଟି ଆସିଛି)
ମୋ ମମି ପାପାଙ୍କ ବାହାଘର ୨
ନିର୍ଦ୍ଦେଶକଅମରେଶ ପତି
ପ୍ରଯୋଜକଅଜୟ କୁମାର ରାଉତ
ସଂଳାପବି. ଚନ୍ଦନ କୁମାର
ଚିତ୍ରନାଟ୍ୟଅମରେଶ ପତି
ବି. ଚନ୍ଦନ କୁମାର
କାହାଣୀଅମରେଶ ପତି
କଳାକାରସୁଇଟ୍ ପଟ୍ଟନାୟକ
ହିରଣ୍ମୟୀ ଦାସ
ଶ୍ରୀଜିତ ମହାପାତ୍ର
ସୁକାନ୍ତ ରଥ
ସଙ୍ଗୀତସୁଶୀଲ ଦଳାଇ
ଚିତ୍ରଗ୍ରହଣସର୍ବେଶ୍ୱର ଦାଶ
ସମ୍ପାଦକପିଣ୍ଟୁ ନାୟକ
ବିତରକତରଙ୍ଗ ଟିଭି
ତରଙ୍ଗ ପ୍ଲସ୍
ମୁକ୍ତିଲାଭ ତାରିଖ
୨ ମାର୍ଚ୍ଚ ୨୦୨୫
ଦେଶ ଭାରତ
ଭାଷାଓଡ଼ିଆ

ମୋ ମମି ପାପାଙ୍କ ବାହାଘର ୨ ୨୦୨୫ ମସିହାରେ ଟେଲିଭିଜନ୍ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ କୁମାର ରାଉତ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ଅମରେଶ ପତି ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ସୁଶୀଲ ଦଳାଇ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ସୁଇଟ୍ ପଟ୍ଟନାୟକ, ହିରଣ୍ମୟୀ ଦାସ, ଶ୍ରୀଜିତ ମହାପାତ୍ର, ସୁକାନ୍ତ ରଥ, ଶୁଭ୍ରାଂଶୁ ନାୟକ, ପ୍ରଭାତି, ଦେବୁ ବ୍ରହ୍ମା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨ ମାର୍ଚ୍ଚ ୨୦୨୫ରେ ଏହି କଥାଚିତ୍ରଟି ତରଙ୍ଗ ପ୍ଲସ୍ ଓ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା ।

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁଶୀଲ ଦଳାଇ । ପୁଷ୍ପକ ପରିଡ଼ା ଓ ସୁଶୀଲ ଦଳାଇ ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅନ୍ତରା ଚକ୍ରବର୍ତ୍ରୀ, ଲୋପାମୁଦ୍ରା, ମଣ୍ଟୁ ଛୁରୀଆ, ସ୍ମିତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତକବିଗାୟକସମୟ
1."ଢିଞ୍ଚାକ୍ ଢିଞ୍ଚାକ୍ ନାଚ୍"ସୁଶୀଲ ଦଳାଇମଣ୍ଟୁ ଛୁରୀଆ, ସ୍ମିତା 
2."ଶୁଭିବ ଶୁଭ ମହୁରୀ"ପୁଷ୍ପକ ପରିଡ଼ାଅନ୍ତରା ଚକ୍ରବର୍ତ୍ତୀ, ସ୍ମିତା 
3."ନ ଲାଗୁରେ କାହା ନଜର"ପୁଷ୍ପକ ପରିଡ଼ାଲୋପାମୁଦ୍ରା ଦାଶ 

ବାହାର ଆଧାର

[ସମ୍ପାଦନା]