ମିନତି ଦାଶ

ଉଇକିପିଡ଼ିଆ‌ରୁ
(Minati Dashରୁ ଲେଉଟି ଆସିଛି)
ମିନତି ଦାଶ
ଜନ୍ମ
ମିନତି ଦାଶ

(1994-03-05) ୫ ମାର୍ଚ୍ଚ ୧୯୯୪ (ବୟସ ୩୦)
ଜାତୀୟତାଭାରତୀୟ
ପ୍ରସିଦ୍ଧିଭାର ଉତ୍ତୋଳନ

ମିନତି ଦାଶ(ଜନ୍ମ: ୫ ମାର୍ଚ୍ଚ ୧୯୯୪) ଜଣେ ଭରତୀୟ ଭାର ଉତ୍ତୋଳକ । ଦକ୍ଷିଣ ଆଫ୍ରିକାର କେପ ଟାଉନଠାରେ ଅନୁଷ୍ଠିତ ୨୦୧୧ କମନ ୱେଲ୍‌ଥ ପ୍ରତିଯୋଗିତାରେ ଭାର ଉତ୍ତୋଳନରେ ମିନତି ଦାଶ ଏକମାତ୍ର ଓଡ଼ିଆ ଭାବରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୧] ୨୦୧୧ ମସିହାରେ ହରିଆଣାରେ ଅନୁଷ୍ଠିତ ୬ଷ୍ଠ ଜାତୀୟ ଯୁବ ଭାର ଉତ୍ତୋଳନ‌ ପ୍ରତିଯୋଗିତାରେ ସେ ୪୮ କିଲୋଗ୍ରାମ ବର୍ଗରେ ଦୁଇଟି ରୌପ୍ୟ ପଦକ ଜିତିଥିଲେ ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମିନତି ଦାଶ ୧୯୯୪ ମସିହା ମାର୍ଚ୍ଚ ମାସ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ୨୦୦୬ ମସିହାରେ ସେ ବ୍ରହ୍ମ‌ପୁରର ବୀର ହନୁମାନ କ୍ଲବରେ ଯୋଗଦାନ କରିଥିଲେ । ଏହା ପରେ ସେ ବ୍ରହ୍ମ‌ପୁରର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିଲେ ।[୨]

ପ୍ରତିଯୋଗିତା[ସମ୍ପାଦନା]

ମିନତି ୨୦୦୬ ମସିହାରେ ବ୍ରହ୍ମ‌ପୁରର ଏକ ବେସରକାରୀ ଭାର ଉତ୍ତୋଳନ ସଂସ୍ଥା ବୀର ହନୁମାନ ସର୍କସ ଏବଂ ଫିଜିକାଲ ଇନ୍‌ସ୍ଟିଚିଉଟ୍‌ରେ ଯୋଗ ଦେଇଥିଲେ । ଏହି ସଂସ୍ଥାଟି ବ୍ରହ୍ମ‌ପୁର ସ‌ହରରେ ୧୯୪୦ ମସିହାରୁ ଭାର ଉତ୍ତୋଳନର ପ୍ରଶିକ୍ଷଣ ଦେଇ ଆସୁଛି । ୨୦୧୦ ମସିହାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୬୯ କି.ଗ୍ରା. ବର୍ଗରେ ସ୍ୱର୍ଣ୍ଣ ଜିତିଥିବା କାଟୁଲୁ ରବି କୁମାର, ୧୯୮୨ ମସିହାରେ କମନ ୱେଲ୍‌ଥ ପ୍ରତିଯୋଗିତାରେ ରୌପ୍ୟ ଜିତିଥିବା ଅର୍ଜୁନ ପୁରସ୍କାର ପ୍ରାପ୍ତ ବିଜୟ କୁମାର ଶତପଥୀ, ଚନ୍ଦ୍ର ଶେଖର ସାହୁ, ରାନୁ ମହାନ୍ତି, ଟିକିନା ଗୋପାଳ ପ୍ରମୁଖ ଏହି ସଂସ୍ଥାରୁ ପ୍ରଶିକ୍ଷଣ ନେଇ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସଫଳ ହୋଇଥିଲେ ।[୩]

୨୦୦୮ ମସିହାରେ ମିନତି ରାଜ୍ୟ ଚମ୍ପିଆନସିପ୍‌ରେ ଯୁବ ମହିଳା ବିଭାଗରେ ବିଜେତା ହୋଇଥିଲେ । ଏହାପରେ ୨୦୦୯ରେ ସେ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବା ପରେ ଜାତୀୟ ସ୍ତରର ପ୍ରଶିକ୍ଷକଙ୍କ ଦୃଷ୍ଟି ଆକର୍ଷିତ କରିଥିଲେ ।[୧] ୨୦୧୧ ମସିହା ଜାନୁଆରୀ ୨ରୁ ୪ ଯାଏ ହରିଆଣାର ଯମୁନା ନ‌ଗରଠାରେ ଅନୁଷ୍ଠିତ ୬ଷ୍ଠ ଜାତୀୟ ଯୁବ ଭାର ଉତ୍ତୋଳନ ପ୍ରତିଯୋଗିତାରେ ମିନତି ୪୮ କି.ଗ୍ରା. ବର୍ଗରେ ଭାଗ ନେଇ ଦୁଇଟି ରୌପ୍ୟ ପଦକ ପାଇଥିଲେ ।[୨] ଏହା ପରେ ସେହି ବର୍ଷ ଅକ୍ଟୋବର ମାସରେ ଦକ୍ଷିଣ ଆଫ୍ରିକାର କେପ ଟାଉନଠାରେ ଅନୁଷ୍ଠିତ କମନ ୱେଲ୍‌ଥ ପ୍ରତିଯୋଗିତାରେ ସେ ୪୪ କି.ଗ୍ରା. ବର୍ଗରେ ଭାଗନେଇଥିଲେ । ସେଥିରେ ସେ ୪୫ କି.ଗ୍ରା. ଏବଂ ୫୫ କି.ଗ୍ରା.ର ଭାର ଉଠାଇ ସେ ସମୁଦାୟ ୧୦୦ କି.ଗ୍ରା. ଭାର ଉଠାଇଥିଲେ ଏବଂ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥିଲେ ।[୧]

ବିଜୟ[ସମ୍ପାଦନା]

ଜାତୀୟ[ସମ୍ପାଦନା]

  • ୨୦୧୧- ୬ଷ୍ଠ ଜାତୀୟ ଯୁବ ଭାର ଉତ୍ତୋଳନ ପ୍ରତିଯୋଗିତା- ରୌପ୍ୟ ପଦକ ବିଜେତା

ଆନ୍ତର୍ଜାତୀୟ[ସମ୍ପାଦନା]

  • ୨୦୧୧- କମନ ୱେଲ୍‌ଥ ପ୍ରତିଯୋଗିତା- ସ୍ୱର୍ଣ୍ଣ ପଦକ ବିଜେତା

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Orissa weightlifters win gold medals in Commonwealth meet". The Hindu. 13 October 2011. Retrieved 17 March 2017.
  2. ୨.୦ ୨.୧ ୨.୨ "Personalities". OriSports.com. Retrieved 17 March 2017.
  3. "Weight-lifters feel let down". The Hindu. 18 October 2011. Retrieved 17 March 2017.